ଚିନ୍ତା ବଢାଇଲାଣି ମଙ୍କିପକ୍ସ: ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ଆଡଭାଇଜରି ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ,୯ା୯ : ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଗୋଷ୍ଠୀରେ ସମସ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ଯାଞ୍ଚ କରାଯିବା ସହ ପରୀକ୍ଷା କରାଇବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସେହିପରି ଉଭୟ ସନ୍ଦିଗ୍ଧ ଏବଂ ଚିହ୍ନଟ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ […] The post ଚିନ୍ତା ବଢାଇଲାଣି ମଙ୍କିପକ୍ସ: ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ଆଡଭାଇଜରି ଜାରି କଲା କେନ୍ଦ୍ର appeared first on Dharitri Odia News.
ନୂଆଦିଲ୍ଲୀ,୯ା୯ : ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଗୋଷ୍ଠୀରେ ସମସ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ଯାଞ୍ଚ କରାଯିବା ସହ ପରୀକ୍ଷା କରାଇବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସେହିପରି ଉଭୟ ସନ୍ଦିଗ୍ଧ ଏବଂ ଚିହ୍ନଟ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଲୋକଙ୍କ ମଧ୍ୟରେ କୌଣସି ପ୍ରକାର ଅହେତୁକ ଆତଙ୍କ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ହସ୍ପିଟାଲଗୁଡ଼ିକରେ ଆଇସୋଲେଶନ ସୁବିଧା, ଆବଶ୍ୟକ ଲଜିଷ୍ଟିକ୍ସ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ଆଦିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍ପି) ଅଧୀନରେ ରାଜ୍ୟ ଏବଂ ଜିଲାସ୍ତରରେ ସର୍ଭିଲାନ୍ସ ୟୁନିଟ୍ଗୁଡ଼ିକର ସମସ୍ତ ଷ୍ଟେକ୍ହୋଲ୍ଡରଙ୍କୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ଓ ଅନ୍ୟାନ୍ୟ ସର୍ଭିଲାନ୍ସ କାର୍ଯ୍ୟ ସମ୍ପର୍କରେ ଅଭ୍ୟସ୍ତ କରାଇବାକୁ କୁହାଯାଇଛି। ମଙ୍କିପକ୍ସ ସମ୍ପର୍କରେ ଜନସଚେତତନା ସୃଷ୍ଟି କରିବା, ଏହା କିଭଳି ବ୍ୟାପୁଛି ତାହା ବୁଝାଇବା, ଠିକ୍ ସମୟରେ ରିପୋର୍ଟିଂ ଓ ଆବଶ୍ୟକ ପ୍ରତିକାର ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
The post ଚିନ୍ତା ବଢାଇଲାଣି ମଙ୍କିପକ୍ସ: ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ଆଡଭାଇଜରି ଜାରି କଲା କେନ୍ଦ୍ର appeared first on Dharitri Odia News.