ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ: ଅସମୟରେ ହେଉଛି ଋତୁସ୍ରାବ
କନକ ବ୍ୟୁରୋ: ମାସିକ ଋତୁସ୍ରାବ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ଆର୍ଦ୍ରତା ପାଇଁ ପ୍ରଥମ ଋତୁସ୍ରାବ ଅସମୟରେ ହୋଇଯାଉଛି । ୬ରୁ ୮ ବର୍ଷ ଭିତରେ ହେଉଛି ପ୍ରଥମ ଋତୁସ୍ରାବ, ଯାହା ପୂର୍ବରୁ ପ୍ରାୟତଃ ୧୨ବର୍ଷରେ ହେଉଥିଲା । ଜଳବାୟୁ ପରିବର୍ତ୍ତନ ପାଇଁ ବିଭିନ୍ନ ରୋଗ ବଢୁଥିବା ବେଳେ ଅନିୟମିତ ଋତୁସ୍ରାବ ଯୁବତୀଙ୍କ ପାଇଁ ଏହା ଏକ ବଡ଼ […] The post ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ: ଅସମୟରେ ହେଉଛି ଋତୁସ୍ରାବ first appeared on Kanak News.

କନକ ବ୍ୟୁରୋ: ମାସିକ ଋତୁସ୍ରାବ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ଆର୍ଦ୍ରତା ପାଇଁ ପ୍ରଥମ ଋତୁସ୍ରାବ ଅସମୟରେ ହୋଇଯାଉଛି । ୬ରୁ ୮ ବର୍ଷ ଭିତରେ ହେଉଛି ପ୍ରଥମ ଋତୁସ୍ରାବ, ଯାହା ପୂର୍ବରୁ ପ୍ରାୟତଃ ୧୨ବର୍ଷରେ ହେଉଥିଲା । ଜଳବାୟୁ ପରିବର୍ତ୍ତନ ପାଇଁ ବିଭିନ୍ନ ରୋଗ ବଢୁଥିବା ବେଳେ ଅନିୟମିତ ଋତୁସ୍ରାବ ଯୁବତୀଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇଛି ।
ଋତୁସ୍ରାବ… ଏକ ସ୍ୱାଭାବିକ ପ୍ରକ୍ରିୟା । ଏକ ନିର୍ଦ୍ଦିଷ୍ଟ ବୟସରେ ପ୍ରତ୍ୟେକ ଝିଅଙ୍କର ଋତୁସ୍ରାବ ହୋଇଥାଏ । ସାଧାରଣତ ୧୨ ବର୍ଷ ପରେ ଝିଅମାନଙ୍କର ପ୍ରଥମ ଋତୁସ୍ରାବ ହୋଇଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନ ପାଇଁ ଏହା ଉପରେ ପଡିଛି ପ୍ରଭାବ । ଦିନକୁ ଦିନ ବଢୁଥିବା ତାପମାତ୍ରା ଓ ଆର୍ଦ୍ରତା ପାଇଁ ପ୍ରଥମ ଋତୁସ୍ରାବ ଅସମୟରେ ହୋଇଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏବେ ୧୨ ବର୍ଷ ନୁହେଁ ବରଂ ୬ରୁ ୮ ବର୍ଷ ଭିତରେ ଋତୁସ୍ରାବ ହେଉଛି । ବଦଳୁଥିବା ଲାଇଫ ଷ୍ଟାଇଲ ବି ଏଥିପାଇଁ ଏକ କାରଣ ବୋଲି ଚିକିତ୍ସକ କହିଛନ୍ତି ।
ସମୟ ବଦଳିବା ସହ ଏବେ ଖାଇବାର ଶୈଳୀ ବି ବଦଳି ଯାଇଛି । ଘର ତିଆରି ଖାଦ୍ୟ ପରିବର୍ତ୍ତେ ଜଙ୍କ ଫୁଡ ଅନେକଙ୍କୁ ଆକୃଷ୍ଟ କରୁଛି । ଏବେ ଆସନ୍ତୁ ଦେଖିବା
ଅନିୟମିତ ଋତୁସ୍ରାବର କାରଣ?
ବଜାରରେ ବିକ୍ରି ହେଉଥିବା ମାଂସ ଓ କ୍ଷୀର ସ୍ୱାସ୍ଥ୍ୟକର ନୁହଁ ବୋଲି ବିଶେଷଜ୍ଞ କହିଛନ୍ତି
ଏସବୁ ଖାଦ୍ୟ ଖାଇଲେ ସିଧା ପ୍ରଭାବ ହରମୋନ ଉପରେ ପଡୁଛି । ଏଥିପାଇଁ ଋତୁସ୍ରାବ ହେଉଛି ଅନିୟମିତତା । କିଶୋର ବୟସ ବଦଳରେ ଶୈଶବରେ ହି ଅନେକଙ୍କର ଋତୁଶ୍ରାବ ହେଉଛି । ଏହି ସମୟରେ ଋତୁଶ୍ରାବ ବିଷୟରେ ଅନେକ ଜାଣି ନଥାନ୍ତି । ସେଥିପାଇଁ ଏହି ସମୟରେ ସଫା ସୁତରା କିପରି ରହିବେ ସେନେଇ ଉଚିତ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିେଶେଷଜ୍ଞା
ଜଳବାୟୁ ପରିବର୍ତ୍ତନ ପାଇଁ ବିଭିନ୍ନ ରୋଗ ବଢୁଥିବା ବେଳେ ଅନିୟମିତ ଋତୁସ୍ରାବ ଯୁବତୀଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ହୋଇଛି । ତେବେ ଋତୁସ୍ରାବ ସମୟରେ କେଉଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ସେନେଇ ରାଜ୍ୟର ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ କରାଉଛନ୍ତି ସଚେତନ ।
The post ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ: ଅସମୟରେ ହେଉଛି ଋତୁସ୍ରାବ first appeared on Kanak News.