ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା : ପ୍ରତିଦିନ ଓଡିଶାରେ ଯାଉଛି ୧୦ରୁ ୧୫ ମୁଣ୍ତ

କନକବ୍ୟୁରୋ : ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅକାଳରେ ଗଡୁଛି ମୁଣ୍ଡ। ପ୍ରତିଦିନ ଓଡ଼ିଶାରେ ୧୦ରୁ ୧୫ଟି ଜୀବନ ଯାଉଛି । କେଉଁଠି ବାଇକକୁ କାର ପିଟିଲାଣି ତ କେଉଁଟି ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା  ।   ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଛି। ରାଜଧାନୀ ଭୁବନେଶ୍ବରରେ ୩ ଜଣ ପ୍ରାଣ ହରାଇଥିବା  ବେଳେ ବାରିପଦାରେ ୨ ଜଣ ଓ ସମ୍ବଲପୁର କୁଚିଣ୍ଡାରେ ଜଣେ ପ୍ରାଣ ହରାଇଛନ୍ତି । ଭୁବନେଶ୍ବର ଟଙ୍କପାଣି ରୋଡରେ କାର ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି  ।  ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି ।  ଏହି ମାସରେ ସାରା ରାଜ୍ୟରେ ବ୍ୟାପକ ସଚେତନତା କରାଯାଇଥିଲା  ।   ପୋଲିସ ବିଭିନ୍ନ ସଭାସମତି କରି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଇଥିଲା  ।  କିନ୍ତୁ ଏହା ଯେମିତି ଗାଡି ଚାଳକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ  ।   ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଅନେକ ମୁଣ୍ଡ ଗଡୁଛି । ---ଅକାଳରେ ଗଡ଼ୁଛି ମୁଣ୍ଡ ୧୧ ଫେବୃଆରୀ-ଭୁବନେଶ୍ବରରେ ୩ ଜଣଙ୍କ ମୃତ୍ୟୁ୧୧ ଫେବୃଆରୀ-ବାରିପଦାରେ ୨ ଜଣଙ୍କ ମୃତ୍ୟୁ୮ ଫେବୃଆରୀ-ରାୟଗଡ଼ା ଗୁଣୁପୁରରେ ଦମ୍ପତିଙ୍କ ମୃତ୍ୟୁ୮ ଫେବୃଆରୀ-ବୌଦ୍ଧରେ ଜଣେ ମୃତ୨୭ ଜାନୁଆରୀ-ଅନୁଗୁଳରେ ସରକାରୀ ବସ୍‌ ଧକ୍କାରେ ୨ ମୃତ୩୦ ଜାନୁଆରୀ-ବରଗଡ଼ରେ ପିକ୍‌ ଅପ୍ ଧକ୍କ

ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା : ପ୍ରତିଦିନ ଓଡିଶାରେ ଯାଉଛି ୧୦ରୁ ୧୫ ମୁଣ୍ତ

କନକବ୍ୟୁରୋ : ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅକାଳରେ ଗଡୁଛି ମୁଣ୍ଡ। ପ୍ରତିଦିନ ଓଡ଼ିଶାରେ ୧୦ରୁ ୧୫ଟି ଜୀବନ ଯାଉଛି । କେଉଁଠି ବାଇକକୁ କାର ପିଟିଲାଣି ତ କେଉଁଟି ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା  ।   ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଛି। ରାଜଧାନୀ ଭୁବନେଶ୍ବରରେ ୩ ଜଣ ପ୍ରାଣ ହରାଇଥିବା  ବେଳେ ବାରିପଦାରେ ୨ ଜଣ ଓ ସମ୍ବଲପୁର କୁଚିଣ୍ଡାରେ ଜଣେ ପ୍ରାଣ ହରାଇଛନ୍ତି । ଭୁବନେଶ୍ବର ଟଙ୍କପାଣି ରୋଡରେ କାର ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି  । 

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି ।  ଏହି ମାସରେ ସାରା ରାଜ୍ୟରେ ବ୍ୟାପକ ସଚେତନତା କରାଯାଇଥିଲା  ।   ପୋଲିସ ବିଭିନ୍ନ ସଭାସମତି କରି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଇଥିଲା  ।  କିନ୍ତୁ ଏହା ଯେମିତି ଗାଡି ଚାଳକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ  ।   ବେପରୁଆ ଗାଡି ଚାଳନା ଯୋଗୁଁ ପ୍ରତିଦିନ ଅନେକ ମୁଣ୍ଡ ଗଡୁଛି । 
---
ଅକାଳରେ ଗଡ଼ୁଛି ମୁଣ୍ଡ

୧୧ ଫେବୃଆରୀ-ଭୁବନେଶ୍ବରରେ ୩ ଜଣଙ୍କ ମୃତ୍ୟୁ
୧୧ ଫେବୃଆରୀ-ବାରିପଦାରେ ୨ ଜଣଙ୍କ ମୃତ୍ୟୁ
୮ ଫେବୃଆରୀ-ରାୟଗଡ଼ା ଗୁଣୁପୁରରେ ଦମ୍ପତିଙ୍କ ମୃତ୍ୟୁ
୮ ଫେବୃଆରୀ-ବୌଦ୍ଧରେ ଜଣେ ମୃତ
୨୭ ଜାନୁଆରୀ-ଅନୁଗୁଳରେ ସରକାରୀ ବସ୍‌ ଧକ୍କାରେ ୨ ମୃତ
୩୦ ଜାନୁଆରୀ-ବରଗଡ଼ରେ ପିକ୍‌ ଅପ୍ ଧକ୍କାରେ ୩ ଯୁବକଙ୍କ ଜୀବନ ଗଲା
୩୦ ଜାନୁଆରୀ-କେନ୍ଦୁଝରରେ ଦୁର୍ଘଟଣାରେ ୨ ଜଣ ମୃତ