ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ମିଳିବ ବିପଦନକ ଜଳଯାତ୍ରାରୁ ମୁକ୍ତି । ପୂରଣ ହେବ ଦ୍ୱିପାଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ। ଆଉ ଭସାପୋଲ କିମ୍ବା ଯନ୍ତ୍ରଚାଳିତ ଡଙ୍ଗା ଉପରେ କରିବାକୁ ପଡ଼ିବନି ଭରସା । କାରଣ ନିର୍ମାଣ ହେବ ଆଖିଦୃଶିଆ ପୋଲ । ପୁରୀ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ହେବ ସଂଯୋଗୀକରଣ।