ଚିଲିକାରେ ଚାଲିଛି ପକ୍ଷୀ ଗଣନା, ନିୟୋଜିତ ହୋଇଛନ୍ତି ୨୧ ଗୋଟି ଦଳ

ଖୋର୍ଦ୍ଧା/ବାଲୁଗାଁ : ଏସିଆର ବୃହତ୍ତମ ଲବଣ ହ୍ରଦ ମରାଳ ମାଳିନୀ ନିଳାମ୍ବୁ ପକ୍ଷୀ ତୀର୍ଥ ଚିଲିକାରେ ଅନୁକୂଳ ପରିବେଶ ଯୋଗୁଁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବୁଧବାର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ପରିସରରେ ପକ୍ଷୀ ଗଣନାକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଗୁରୁବାର ସକାଳ ୬ ଘଟିକା ସମୟରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଯାଇ […]

ଚିଲିକାରେ ଚାଲିଛି ପକ୍ଷୀ ଗଣନା, ନିୟୋଜିତ ହୋଇଛନ୍ତି ୨୧ ଗୋଟି ଦଳ
Bird counting is going on in Chili 21 teams are engaged

ଖୋର୍ଦ୍ଧା/ବାଲୁଗାଁ : ଏସିଆର ବୃହତ୍ତମ ଲବଣ ହ୍ରଦ ମରାଳ ମାଳିନୀ ନିଳାମ୍ବୁ ପକ୍ଷୀ ତୀର୍ଥ ଚିଲିକାରେ ଅନୁକୂଳ ପରିବେଶ ଯୋଗୁଁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବୁଧବାର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ପରିସରରେ ପକ୍ଷୀ ଗଣନାକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଗୁରୁବାର ସକାଳ ୬ ଘଟିକା ସମୟରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଯାଇ ଥିବା ବେଳେ ଏହା ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚାଲିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜ ଆଦି ଅଞ୍ଚଳରେ ୨୧ ଗୋଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସେଥି ମଧ୍ୟରୁ ସର୍ବାଧିକ ଟାଙ୍ଗୀ ଜୋନରେ ୮ ଟି ଟିମ, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି ଓ ଚିଲିକାରେ ଗୋଟିଏ ଟିମ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି। ପ୍ରତି ଟିମରେ ଜଣେ ପକ୍ଷୀ ବିଷାରଦଙ୍କ ସମେତ ୬ ରୁ ୭ ଜଣ ଗଣନାକାରୀ ସାମିଲ ହୋଇଛନ୍ତି। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର ବ୍ୟବହାର କରାଯାଉ ଥିବା ବେଳେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ର ଛାତ୍ରୀ, ୱାଇଲଡ୍ ଓଡ଼ିଶା, ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ଓ ବିଏନଏଚଏସ ସାମିଲ ହୋଇଥିବା ଜଣାଯାଇଛି।

ମୁମ୍ବାଇ ସ୍ଥିତ ନ୍ଯାଚୁରାଲ ହିଷ୍ଟ୍ରି ଅଫି ସୋସାଇଟିର ନିର୍ଦ୍ଦେଶକ ଡ଼ଃ ପି ସାଥିୟା ସେଲଭମ, ପ୍ରଫେସର ଡଃ ସ୍ବେତାଶ୍ରୀ ପୁରୋହିତ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ କୁମାର ନାୟକ, ଆରସିସିଏଫ ଡଃ. ସଂଜିତ କୁମାର, ପିସିସିଏଫ ବିକାଶ ରଂଜନ ଦାଶ ଓ ଅବସର ପ୍ରାପ୍ତ ଆଇଏଫଏସ ପି କେ ମିଶ୍ର ପ୍ରମୁଖ ଏହି ପକ୍ଷୀଗଣନାରେ ଉପସ୍ଥିତ ରହିଛନ୍ତି। ତେବେ ଆଜି ରାତି ସୁଦ୍ଧା ପକ୍ଷୀ ଗଣନା ରିପୋର୍ଟ ହସ୍ତଗତ ହେବ ବୋଲି ଡ଼ିଏଫଓ ଶ୍ରୀ ନାୟକ ସୁଚନା ଦେଇଛନ୍ତି।