ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ

ଅହମଦାବାଦ ୧୮।୬: ଗତ ସପ୍ତାହରେ ଅହମଦାବାଦରେ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁନ୍ୟ ୧୯୦ଜଣଙ୍କ ଚିହ୍ନଟ ଡିଏନଏ ଯାଞ୍ଚରୁ ହୋଇଛି। ଏଥିରୁ ୧୫୯ ଜଣଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିଜନଙ୍କୁ ଦେଇ ଦିଆଯାଇଛି। ଜନୈକ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ଲୋକଙ୍କ ଶବ ଏପରି ପୋଡି ଯାଇଛି ଯେ ଚିହ୍ନଟ କରିବା କଠିନ। ଏଣୁ ଡିଏନଏ ଯାଞ୍ଚର ସାହାରା ନିଆଯାଇଥିବା ଅଧିକାରୀ କହିଛନ୍ତି। ଅହମଦାବାଦ ସିଭିଲ ହସ୍ପିଟାଲ ଚିକିତ୍ସାଧିକ୍ଷକ ଡା. ରାକେଶ ଯୋଶୀଙ୍କ ଅନୁସାରେ ବୁଧବାର ସକାଳ ସୁଧା ୧୯୦ ଜଣଙ୍କ ଡିଏନଏ ମେଳକ ହୋଇଛି। ଯେଉଁ ଅନୁସାରେ ଲୋକଙ୍କ ଡିଏନଏ ମେଳକ ହେଉଛି ସେହି ଅନୁସାରେ ଶବଗୁଡିକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତରିତ କରାଯାଉଛି। ଏହି କ୍ରମରେ ଏ ପର୍ଯ୍ୟନ୍ତ ୧୫୯ ଜଣଙ୍କ ଶବ ହସ୍ତାନ୍ତରିତ ହୋଇ ସାରିଥିବା ଡା. ଯୋଶୀ କହିଛନ୍ତି। ସୂଚନା ଅନୁସାରେ ସିଭିଲ ହସ୍ପିଟାଲରେ ଏବେବି ଦୁର୍ଘଟଣା ମୃତକଙ୍କ ଡିଏନଏ ମେଳକ ଜାରି ରହିଛି। ରାଜ୍ୟ ସରକାର ପ୍ରଥମରୁ କହିଛନ୍ତି ଯେ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସହିତ ଦୁର୍ଘଟଣାରେ ତଳେ ପ୍ରାଣ ହରାଇଥିବା ଲୋକଙ୍କ ଡିଏନଏ ଯାଞ୍ଚ ହେବ। ସେହି ଅନୁସାରେ ୨୫୦ ପୀଡ଼ିତଙ୍କ ନମୁନା ଏକତ୍ର କରାଯାଇଥିଲା। ଏହି ପ୍ରକ୍ରିୟାରେ ମୃତକଙ୍କ ଡିଏନଏ ପରିବାର ସଦସ୍ୟଙ୍କ ଡିଏନଏ ପ୍ରୋଫାଇଲ ସହିତ ମେଳ କରାଯାଉଛି। ଯେଉଁ କ୍ଷେତ୍ରରେ ମୃତକଙ୍କ ଚିହ୍ନଟ

ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ

ଅହମଦାବାଦ ୧୮।୬: ଗତ ସପ୍ତାହରେ ଅହମଦାବାଦରେ ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁନ୍ୟ ୧୯୦ଜଣଙ୍କ ଚିହ୍ନଟ ଡିଏନଏ ଯାଞ୍ଚରୁ ହୋଇଛି। ଏଥିରୁ ୧୫୯ ଜଣଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିଜନଙ୍କୁ ଦେଇ ଦିଆଯାଇଛି। ଜନୈକ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ଲୋକଙ୍କ ଶବ ଏପରି ପୋଡି ଯାଇଛି ଯେ ଚିହ୍ନଟ କରିବା କଠିନ। ଏଣୁ ଡିଏନଏ ଯାଞ୍ଚର ସାହାରା ନିଆଯାଇଥିବା ଅଧିକାରୀ କହିଛନ୍ତି। 

ଅହମଦାବାଦ ସିଭିଲ ହସ୍ପିଟାଲ ଚିକିତ୍ସାଧିକ୍ଷକ ଡା. ରାକେଶ ଯୋଶୀଙ୍କ ଅନୁସାରେ ବୁଧବାର ସକାଳ ସୁଧା ୧୯୦ ଜଣଙ୍କ ଡିଏନଏ ମେଳକ ହୋଇଛି। ଯେଉଁ ଅନୁସାରେ ଲୋକଙ୍କ ଡିଏନଏ ମେଳକ ହେଉଛି ସେହି ଅନୁସାରେ ଶବଗୁଡିକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତରିତ କରାଯାଉଛି। ଏହି କ୍ରମରେ ଏ ପର୍ଯ୍ୟନ୍ତ ୧୫୯ ଜଣଙ୍କ ଶବ ହସ୍ତାନ୍ତରିତ ହୋଇ ସାରିଥିବା ଡା. ଯୋଶୀ କହିଛନ୍ତି। ସୂଚନା ଅନୁସାରେ ସିଭିଲ ହସ୍ପିଟାଲରେ ଏବେବି ଦୁର୍ଘଟଣା ମୃତକଙ୍କ ଡିଏନଏ ମେଳକ ଜାରି ରହିଛି। 

ରାଜ୍ୟ ସରକାର ପ୍ରଥମରୁ କହିଛନ୍ତି ଯେ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସହିତ ଦୁର୍ଘଟଣାରେ ତଳେ ପ୍ରାଣ ହରାଇଥିବା ଲୋକଙ୍କ ଡିଏନଏ ଯାଞ୍ଚ ହେବ। ସେହି ଅନୁସାରେ ୨୫୦ ପୀଡ଼ିତଙ୍କ ନମୁନା ଏକତ୍ର କରାଯାଇଥିଲା। ଏହି ପ୍ରକ୍ରିୟାରେ ମୃତକଙ୍କ ଡିଏନଏ ପରିବାର ସଦସ୍ୟଙ୍କ ଡିଏନଏ ପ୍ରୋଫାଇଲ ସହିତ ମେଳ କରାଯାଉଛି। ଯେଉଁ କ୍ଷେତ୍ରରେ ମୃତକଙ୍କ ଚିହ୍ନଟ କରିବା କଷ୍ଟକର ହୋଇପଡେ ସେକ୍ଷେତ୍ରରେ ଏପରି ବୈଜ୍ଞାନିକ ଉପାୟରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଅବଲମ୍ବନ କରାଯାଏ।