ଚୀନ ପାଖରେ ଅଭିଯୋଗ ପଡ଼ିଲା ମହଙ୍ଗା: ଭାରତ ମାର୍ଗ ଦେଇ ଆଉ ବାଣିଜ୍ୟ କରିପାରିବନି ବାଂଲାଦେଶ

ନୂଆଦିଲ୍ଲୀ: ଭାରତ ବିରୋଧରେ ଚୀନକୁ ଅଭିଯୋଗ କରିବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ପଡ଼ୋଶୀର ଏଭଳି ଧୋକାବାଜ ନୀତି ପାଇଁ ବାଂଲାଦେଶକୁ ପାନେ ଦେଇଛି ଭାରତ। କେନ୍ଦ୍ର ସରକାର ବାଂଲାଦେଶର ବାଣିଜ୍ୟ ରାସ୍ତା ବନ୍ଦ କରି ଦେଇଛନ୍ତି। ଭାରତ ବାଂଲାଦେଶକୁ ଦେଇଥିବା ଟ୍ରାନ୍ସସିପ୍‌ମେଣ୍ଟ ଅନୁମତି ପ୍ରତ୍ୟାହାର କରିନେଇଛି। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସର୍କୁଲାର ଜାରି କରି ସୂଚନା ଦିଆଯାଇଛି।ବାଂଲାଦେଶ ଅନ୍ତରଣୀ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଗତ ମାସରେ ଚୀନ ଗସ୍ତ କରିଥିଲେ। ସେଠାରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ କଟୁ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଲ୍ୟାଣ୍ଡଲକ୍ ହୋଇ ରହିଛି। ସମୁଦ୍ରକୁ ପଥକୁ ଯିବାରେ ବର୍ତ୍ତମାନ ବାଂଲାଦେଶ ହିଁ ଏକମାତ୍ର ରାସ୍ତା। ତେଣୁ ଚୀନ ତୁରନ୍ତ ଏହାର ଫାଇଦା ନେଉ ବୋଲି ୟୁନୁସ୍ ଚୀନକୁ ନିମନ୍ତ୍ରଣ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ଭାରତକୁ ଅସନ୍ତୁଷ୍ଟ କରିଥିଲା। ଏହାର ଜବାବରେ ଭାରତ ବାଂଲାଦେଶକୁ ଦେଇଥିବା ଟ୍ରାନ୍ସସିପମେଣ୍ଟ ସୁବିଧାକୁ ସମାପ୍ତ କରିଦେଇଛି। ଯାହା ଦ୍ୱାରା ବାଂଲାଦେଶ ଭାରତ ମାଟି ଦେଇ ଭୁଟାନ, ନେପାଳ ଏବଂ ମିଆଁମାର ସହିତ ବାଣିଜ୍ୟ କରିପାରିବ ନାହିଁ। ଫଳରେ ଦେଶର ବାଣିଜ୍ୟ ପ୍ରଭାବିତ ହେବ। ପଢ଼ନ୍ତୁ- ପବନ ଓ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନରେ ବିଶ୍ୱରେ ତୃ

ଚୀନ ପାଖରେ ଅଭିଯୋଗ ପଡ଼ିଲା ମହଙ୍ଗା: ଭାରତ ମାର୍ଗ ଦେଇ ଆଉ ବାଣିଜ୍ୟ କରିପାରିବନି ବାଂଲାଦେଶ

ନୂଆଦିଲ୍ଲୀଭାରତ ବିରୋଧରେ ଚୀନକୁ ଅଭିଯୋଗ କରିବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ପଡ଼ୋଶୀର ଏଭଳି ଧୋକାବାଜ ନୀତି ପାଇଁ ବାଂଲାଦେଶକୁ ପାନେ ଦେଇଛି ଭାରତ। କେନ୍ଦ୍ର ସରକାର ବାଂଲାଦେଶର ବାଣିଜ୍ୟ ରାସ୍ତା ବନ୍ଦ କରି ଦେଇଛନ୍ତି। ଭାରତ ବାଂଲାଦେଶକୁ ଦେଇଥିବା ଟ୍ରାନ୍ସସିପ୍‌ମେଣ୍ଟ ଅନୁମତି ପ୍ରତ୍ୟାହାର କରିନେଇଛି। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସର୍କୁଲାର ଜାରି କରି ସୂଚନା ଦିଆଯାଇଛି।

ବାଂଲାଦେଶ ଅନ୍ତରଣୀ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଗତ ମାସରେ ଚୀନ ଗସ୍ତ କରିଥିଲେ। ସେଠାରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ କଟୁ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଲ୍ୟାଣ୍ଡଲକ୍ ହୋଇ ରହିଛି। ସମୁଦ୍ରକୁ ପଥକୁ ଯିବାରେ ବର୍ତ୍ତମାନ ବାଂଲାଦେଶ ହିଁ ଏକମାତ୍ର ରାସ୍ତା। ତେଣୁ ଚୀନ ତୁରନ୍ତ ଏହାର ଫାଇଦା ନେଉ ବୋଲି ୟୁନୁସ୍ ଚୀନକୁ ନିମନ୍ତ୍ରଣ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ଭାରତକୁ ଅସନ୍ତୁଷ୍ଟ କରିଥିଲା। ଏହାର ଜବାବରେ ଭାରତ ବାଂଲାଦେଶକୁ ଦେଇଥିବା ଟ୍ରାନ୍ସସିପମେଣ୍ଟ ସୁବିଧାକୁ ସମାପ୍ତ କରିଦେଇଛି। ଯାହା ଦ୍ୱାରା ବାଂଲାଦେଶ ଭାରତ ମାଟି ଦେଇ ଭୁଟାନ, ନେପାଳ ଏବଂ ମିଆଁମାର ସହିତ ବାଣିଜ୍ୟ କରିପାରିବ ନାହିଁ। ଫଳରେ ଦେଶର ବାଣିଜ୍ୟ ପ୍ରଭାବିତ ହେବ। 

ପଢ଼ନ୍ତୁ- ପବନ ଓ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନରେ ବିଶ୍ୱରେ ତୃତୀୟ ହେଲା ଭାରତ, ପଛରେ ପଡ଼ିଲା ଜର୍ମାନୀ: ରିପୋର୍ଟ

ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (CBIC) ଏହି ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି। ଏଥିରେ ବୋର୍ଡ ୨୯ ଜୁନ୍ ୨୦୨୦ରେ ବାଂଲାଦେଶକୁ ଦେଇଥିବା ତା’ର ପୁରୁଣା ଆଦେଶକୁ ରଦ୍ଦ କରି ଦେଇଥିବା କହିଛି। ସିବିଆଇସି ୨୦୨୦ରେ ଜାରି କରିଥିବା ନିର୍ଦ୍ଦେଶରେ ବାଂଲାଦେଶକୁ ଭୁଟାନ, ନେପାଳ ଓ ମିଆଁମାର ସହିତ ସହଜରେ ବ୍ୟାପାର କରିବାକୁ ଅନୁମତି ଦେଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ, ବାଂଲାଦେଶରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ଭାରତ ଦେଇ ଅନ୍ୟ ଦେଶକୁ ପଠାଇବାକୁ ଅନୁମତି ରହିଥିଲା। ବାଂଲାଦେଶ ସାମଗ୍ରୀଗୁଡ଼ିକ ସ୍ଥଳପଥ ଦେଇ ଭାରତୀୟ ବନ୍ଦର ଏବଂ ବିମାନବନ୍ଦରରେ ପହଞ୍ଚୁଥିଲା। ଆଉ ଭାରତର ସ୍ଥଳପଥ ଦେଇ ବାଂଲାଦେଶ ଭୁଟାନ, ନେପାଳ ଓ ମିଆଁମାରକୁ ନିଜର ସାମଗ୍ରୀ ରପ୍ତାନୀ କରି ନିଜ ମାଲାମଲା ହେଉଥିଲା। ହେଲେ ଏବେ ଟ୍ରାନ୍ସସିପ୍‌ମେଣ୍ଟ ନିର୍ଦ୍ଦେଶ ପ୍ରତ୍ୟାହାର ହେବା ପରେ ବାଂଲାଦେଶ ଅର୍ଥନୀତିକୁ ଶକ୍ତ ଝଟ୍‌କା ଲାଗିବ। 

ବାଂଲାଦେଶ ଅର୍ଥନୀତିକୁ ଶକ୍ତ ଝଟ୍‌କା ଦେଲା ଭାରତ

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) କହିଛି ଯେ ନୂଆ ଅର୍ଡର ପରେ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସସିପ୍‌ମେଣ୍ଟ ସୁବିଧା ତୁରନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଯେଉଁ ସାମଗ୍ରୀଗୁଡ଼ିକ ରପ୍ତାନୀ ହେବା ପାଇଁ ବାଂଲାଦେଶରୁ ଭାରତରେ ପହଞ୍ଚିସାରିଛି, ସେଗୁଡ଼ିକୁ ପୁରୁଣା ନିୟମ ଅନୁଯାୟୀ ବାହାରକୁ ଯିବାକୁ ଅନୁମତି ମିଳିବବ। GTRI ମୁଖ୍ୟ ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ସର୍ବଦା ବାଂଲାଦେଶକୁ ସାହାଯ୍ୟ କରିଆସୁଛି। ଭାରତ ବିନା କୌଣସି ଶୁଳ୍କରେ ବାଂଲାଦେଶୀ ସାମଗ୍ରୀକୁ  ବଜାରରେ ପ୍ରବେଶ କରିବାକୁ ଅନୁମତି ଦେଇଛି। ଏହି ସୁବିଧା ଗତ ୨୦ ବର୍ଷ ଧରି ଯୋଗାଇ ଦିଆଯାଉଛି। ମଦ ଏବଂ ସିଗାରେଟ୍ ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ଉପରେ କୌଣସି ଟିକସ ଲାଗୁ କରା ଯାଉ ନାହିଁ।

ପଢନ୍ତୁ- ଭାରତରୁ ରପ୍ତାନୀରେ ରେକର୍ଡ ଭାଙ୍ଗିଲା ଆପଲ: କେବଳ ମାର୍ଚ୍ଚ ମାସରେ ୧୩% ବୃଦ୍ଧି

ରିପୋର୍ଟ ଅନୁଯାୟୀ, ଏହି ସୁବିଧା ବନ୍ଦ ହେବା ଦ୍ୱାରା ବାଂଲାଦେଶର ରପ୍ତାନି ଏବଂ ଆମଦାନୀ ପ୍ରଭାବିତ ହେବ। ବିଶେଷକରି ଭୁଟାନ, ନେପାଳ ଏବଂ ମିଆଁମାର ସହିତ ବାଣିଜ୍ୟରେ ସମସ୍ୟା ସୃଷ୍ଟି ହେବ। ଏହି ଦେଶଗୁଡ଼ିକ ତୃତୀୟ ଦେଶ ସହିତ ବାଣିଜ୍ୟ ପାଇଁ ଭାରତୀୟ ମାର୍ଗ ଉପରେ ନିର୍ଭର କରନ୍ତି। ପୂର୍ବରୁ ଭାରତ ଦେଇ ଯିବା ରାସ୍ତା ସହଜ ଥିଲା। ଏଥିରେ ସମୟ ଏବଂ ଅର୍ଥ  ଉଭୟ ସଞ୍ଚୟ ହେଉଥିଲା। ଏବେ ଏଥିରେ ବାଂଲାଦେଶୀ ବ୍ୟବସାୟୀଙ୍କ ପାଇଁ ଏସବୁ ମହଙ୍ଗା ହୋଇଯିବ। ନେପାଳ ଏବଂ ଭୁଟାନ ଉଭୟ ଲ୍ୟାଣ୍ଡ ଲକ୍‌ ଦେଶ। ସେମାନେ ବାଂଲାଦେଶ ସହିତ ବାଣିଜ୍ୟ ପାଇଁ ଭାରତ ଦେଇ ଏହି ରାସ୍ତା ବ୍ୟବହାର କରନ୍ତି। ହେଲେ ଏଥିରେ ପରିବର୍ତ୍ତନ ଦେଖା ଦେଇପାରେ।