ଚୀନ ଭରସାରେ ଭାରତର ଚାଷୀ: ମାତ୍ର ୨ ମାସରେ ହୋଇଛି ଏତିକି ସାର ଆମଦାନୀ

ନୂଆଦିଲ୍ଲୀ: ଚୀନ ଭରସାରେ ଭାରତର ଚାଷୀ। ଚୀନ ସାର ପଠାଇଲେ ଭାରତ ଚାଷ କରିବ। କାରଣ ଭାରତ ଚୀନ ଠାରୁ ଏତେ ମାତ୍ରାରେ ସାର ଆମଦାନୀ କରୁଛି ଯେ ଏହା ଦେଖିଲେ ଠିକ୍ ଏପରି ମନେ ହେଉଛି। ଭାରତ ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ସୁଦ୍ଧା ଚୀନ୍‌ରୁ ୮.୪୭ ଲକ୍ଷ ଟନ୍‌ ଡାଇ-ଆମୋନିୟମ୍ ଫସଫେଟ୍ (DAP) ସାର ଆମଦାନୀ କରିଛି। ଏହି ସୂଚନା ସରକାରୀ ତଥ୍ୟରୁ ମିଳିଛି। ଚଳିତ ଆର୍ଥିକ ବର୍ଷ ଫେବ୍ରୁଆରୀ ସୁଦ୍ଧା ଭାରତର ମୋଟ ୪୪.୧୯ ଲକ୍ଷ ଟନ୍ ଡିଏପି ଆମଦାନୀ କରିଥିବା ବେଳେ ସେଥିରୁ କେବଳ ଚୀନ ଠାରୁ ୧୯.୧୭ ପ୍ରତିଶତ ସାର ଆମଦାନୀ କରିଛି।ଗତ ଆର୍ଥିକ ବର୍ଷରେ, ଭାରତର ମୋଟ ୫୫.୬୭ ଲକ୍ଷ ଟନ୍ ଡିଏପି ଆମଦାନୀ କରିଥିଲା। ଯେଉଁଥିରେ ଚୀନର ଅବଦାନ ୨୨.୨୮ ଲକ୍ଷ ଟନ୍ ଥିଲା। ୟୁରିଆ ପରେ ଡିଏପି ହେଉଛି ଭାରତରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ହେଉଥିବା ସାର। ତେଣୁ ଭାରତ ଚୀନ ବ୍ୟତୀତ ରୁଷ, ସାଉଦି ଆରବ, ମରକ୍କୋ ଏବଂ ଜୋର୍ଡାନରୁ ମଧ୍ୟ ଡିଏପି ଆମଦାନୀ କରିଥାଏ। ଚଳିତ ରବି ଋତୁ ପାଇଁ ଡିଏପି ସାରର ଘରୋଇ ଉପଲବ୍ଧତା ୫୨ ଲକ୍ଷ ଟନର ଆନୁମାନିକ ଆବଶ୍ୟକତାରୁ ଅଧିକ ଥିଲା। ଏଥିମଧ୍ୟରୁ ୪୮ ଲକ୍ଷ ଟନ୍ ଡିଏପି ବିକ୍ରି ହୋଇସାରିଛି। ମାର୍ଚ୍ଚ ୧୧ ସୁଦ୍ଧା, ଭାରତରେ ୯.୪୩ ଲକ୍ଷ ଟନ୍ ଡିଏପି ଷ୍ଟକ୍ ଥିଲା।ଚୀନ ସାମଗ୍ରୀ ଉପରେ ଟ୍ୟାକ୍ସ ଲଗାଇଲା ଭାରତଚୀନରୁ ଶସ୍ତା ଆମଦାନୀରୁ ଘରୋଇ କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତ ପଡ଼ୋଶୀ ଦେଶର ଚାରୋଟି ଉତ୍ପାଦ ଉପରେ

ଚୀନ ଭରସାରେ ଭାରତର ଚାଷୀ: ମାତ୍ର ୨ ମାସରେ ହୋଇଛି ଏତିକି ସାର ଆମଦାନୀ

ନୂଆଦିଲ୍ଲୀ: ଚୀନ ଭରସାରେ ଭାରତର ଚାଷୀ। ଚୀନ ସାର ପଠାଇଲେ ଭାରତ ଚାଷ କରିବ। କାରଣ ଭାରତ ଚୀନ ଠାରୁ ଏତେ ମାତ୍ରାରେ ସାର ଆମଦାନୀ କରୁଛି ଯେ ଏହା ଦେଖିଲେ ଠିକ୍ ଏପରି ମନେ ହେଉଛି। ଭାରତ ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ସୁଦ୍ଧା ଚୀନ୍‌ରୁ ୮.୪୭ ଲକ୍ଷ ଟନ୍‌ ଡାଇ-ଆମୋନିୟମ୍ ଫସଫେଟ୍ (DAP) ସାର ଆମଦାନୀ କରିଛି। ଏହି ସୂଚନା ସରକାରୀ ତଥ୍ୟରୁ ମିଳିଛି। ଚଳିତ ଆର୍ଥିକ ବର୍ଷ ଫେବ୍ରୁଆରୀ ସୁଦ୍ଧା ଭାରତର ମୋଟ ୪୪.୧୯ ଲକ୍ଷ ଟନ୍ ଡିଏପି ଆମଦାନୀ କରିଥିବା ବେଳେ ସେଥିରୁ କେବଳ ଚୀନ ଠାରୁ ୧୯.୧୭ ପ୍ରତିଶତ ସାର ଆମଦାନୀ କରିଛି।

ଗତ ଆର୍ଥିକ ବର୍ଷରେ, ଭାରତର ମୋଟ ୫୫.୬୭ ଲକ୍ଷ ଟନ୍ ଡିଏପି ଆମଦାନୀ କରିଥିଲା। ଯେଉଁଥିରେ ଚୀନର ଅବଦାନ ୨୨.୨୮ ଲକ୍ଷ ଟନ୍ ଥିଲା। ୟୁରିଆ ପରେ ଡିଏପି ହେଉଛି ଭାରତରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ହେଉଥିବା ସାର। ତେଣୁ ଭାରତ ଚୀନ ବ୍ୟତୀତ ରୁଷ, ସାଉଦି ଆରବ, ମରକ୍କୋ ଏବଂ ଜୋର୍ଡାନରୁ ମଧ୍ୟ ଡିଏପି ଆମଦାନୀ କରିଥାଏ। 

ଚଳିତ ରବି ଋତୁ ପାଇଁ ଡିଏପି ସାରର ଘରୋଇ ଉପଲବ୍ଧତା ୫୨ ଲକ୍ଷ ଟନର ଆନୁମାନିକ ଆବଶ୍ୟକତାରୁ ଅଧିକ ଥିଲା। ଏଥିମଧ୍ୟରୁ ୪୮ ଲକ୍ଷ ଟନ୍ ଡିଏପି ବିକ୍ରି ହୋଇସାରିଛି। ମାର୍ଚ୍ଚ ୧୧ ସୁଦ୍ଧା, ଭାରତରେ ୯.୪୩ ଲକ୍ଷ ଟନ୍ ଡିଏପି ଷ୍ଟକ୍ ଥିଲା।

ଚୀନ ସାମଗ୍ରୀ ଉପରେ ଟ୍ୟାକ୍ସ ଲଗାଇଲା ଭାରତ

ଚୀନରୁ ଶସ୍ତା ଆମଦାନୀରୁ ଘରୋଇ କମ୍ପାନୀଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତ ପଡ଼ୋଶୀ ଦେଶର ଚାରୋଟି ଉତ୍ପାଦ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିଛି। ଯେଉଁଥିରେ ଭାକ୍ୟୁମ୍ ଫ୍ଲାସ୍କ ଏବଂ ଆଲୁମିନିୟମ୍ ଫଏଲ୍ ଭଳି ସାମଗ୍ରୀ ରହିଛି। ଏହି ଉତ୍ପାଦଗୁଡ଼ିକ ସାଧାରଣ ମୂଲ୍ୟଠାରୁ ବି କମ୍ ମୂଲ୍ୟରେ ଚୀନ୍‌ରୁ ଆମଦାନୀ ହେଉଥିବାରୁ ଏଥିରେ ଶୁଳ୍କ ଲାଗୁ କରାଯାଇଥିଲା।  ଏହି ଉତ୍ପାଦଗୁଡ଼ିକ ମଧ୍ୟରେ ସଫ୍ଟ ଫେରାଇଟ୍ କୋର, ଭାକ୍ୟୁମ୍ ଇନସୁଲେଟେଡ୍ ଫ୍ଲାସ୍କ, ଆଲୁମିନିୟମ୍ ଫଏଲ୍ ଏବଂ ଟ୍ରାଇକ୍ଲୋରୋ ଆଇସୋସାଇନ୍ୟୁରିକ୍ ଏସିଡ୍ ରହିଛି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପୃଥକ ପୃଥକ ବିଜ୍ଞପ୍ତି ଜାରି ଟ୍ୟାକ୍ସ ବିଷୟରେ ସୂଚନା ଦେଇଛି। ବୋର୍ଡ କହିଛି ଯେ ପାଞ୍ଚ ବର୍ଷ ପାଇଁ ସଫ୍ଟ ଫେରାଇଟ୍ କୋର, ଭାକ୍ୟୁମ୍ ଇନସୁଲେଟେଡ୍ ଫ୍ଲାସ୍କ ଏବଂ ଟ୍ରାଇକ୍ଲୋରୋ ଆଇସୋସାଇନ୍ୟୁରିକ୍ ଏସିଡ୍ ଆମଦାନୀ ଉପରେ ଏହି ଶୁଳ୍କ ଲାଗୁ ହେବ।  ଆଲୁମିନିୟମ ଫଏଲ ଉପରେ ୬ ମାସ ପାଇଁ ପ୍ରତି ଟନ୍ ୮୭୩ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଅସ୍ଥାୟୀ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କରାଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟର ତଦନ୍ତ ୟୁନିଟ୍, DGTR (ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଟ୍ରେଡ୍ ରେମେଡିଜ୍)ର ସୁପାରିଶ ପରେ ଏହି ଶୁଳ୍କଗୁଡ଼ିକ ଲାଗୁ କରାଯାଇଛି।