ଚୀନରୁ ପ୍ରଡକ୍ସନ କମାଇବାକୁ ଯୋଜନା କରୁଛି କମ୍ପ୍ୟୁଟର ନିର୍ମାତା କମ୍ପାନୀ ଏଚ୍‌ପି

ନୂଆଦିଲ୍ଲୀ: ଆମେରିକାର କମ୍ପ୍ୟୁଟର ଓ ଲ୍ୟାପଟପ ନିର୍ମାତା କମ୍ପାନୀ ଏଚ୍‌ପି ଚୀନରୁ ହେଉଥିବା ପ୍ରଡକ୍ସନକୁ ଅଧାରୁ ଅଧିକ ହ୍ରାସ କରିବାକୁ ଚାହୁଁଛି। କାରଣ ଚୀନ ଓ ତାଇୱାନ ଅଞ୍ଚଳରେ ଭୂରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ କମ୍ପାନୀ ସୁରକ୍ଷା ପାଇଁ ବ୍ୟାକ୍ ଅପ୍ ପ୍ଲାନ୍ ପ୍ରସ୍ତୁତ କରୁଛି। ଏଥିପାଇଁ ପ୍ରଡକ୍ସନ ୟୁନିଟ୍‌କୁ ଚୀନରୁ ସିଙ୍ଗାପୁର ସ୍ଥାନାନ୍ତର କରିବାକୁ ଯୋଜନା କରୁଛି କମ୍ପାନୀ। ଏନେଇ ନିକେଇ ଏସିଆ ମାଗାଜିନରେ ଖବର ପ୍ରକାଶ ପାଇଛି।ଏସିଆର ସବୁଠାରୁ ବଡ଼ ଅର୍ଥନୀତି ଠାରୁ ଏଚ୍‌ପି ନିଜର ଯୋଗାଣ ଶୃଙ୍ଖଳାକୁ ହଟାଇବାକୁ ଯୋଜନା କରୁଛି। ଏଥିପାଇଁ ଏଚପି ସପ୍ଲାଏରମାନଙ୍କ ସହ ଆଲୋଚନା ଜାରି ରଖିଛି। ନିକେଇ ଏସିଆ ରିପୋର୍ଟ ଅନୁସାରେ ଏଚପି ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ନିଜର ଏହି ଟାର୍ଗେଟ୍ ପୂରା କରିବ। କମ୍ପାନୀ ୭୦ ପ୍ରତିଶତ ନୋଟ୍‌ ବୁକର ପ୍ରଡକ୍ସନ ଚୀନ ବାହାରେ କରିବାକୁ ପ୍ଲାନିଂ କରୁଛି। ତେବେ କମ୍ପାନୀ ଥାଇଲାଣ୍ଡକୁ ତାର ପ୍ରଡକ୍ସନ ସେଟ୍ ନେଇଯାଇପାରେ ବୋଲି ଚର୍ଚ୍ଚା ହେଉଛି।  ସୂଚନା ଥାଉକି ଟେକ କମ୍ପାନୀର ପାଞ୍ଚ ସପ୍ଲାଏର ଥାଇଲ୍ୟାଣ୍ଡରେ ନୂଆ ପ୍ରଡକ୍ସନ ୟୁନିଟ୍ ଏବଂ ଗୋଦାମ ନିର୍ମାଣ କରିସାରିଛନ୍ତି। ଆଉ ଦୁଇଜଣ ଯୋଗାଣକାରୀ HPର ଅନୁରୋଧ କ୍ରମେ ବର୍ଷ ଆରମ୍ଭରୁ ସେଠାରେ ସେମାନଙ୍କର କ୍ଷମତା ବୃଦ୍ଧି କରୁଛନ୍ତି।

ଚୀନରୁ ପ୍ରଡକ୍ସନ କମାଇବାକୁ ଯୋଜନା କରୁଛି କମ୍ପ୍ୟୁଟର ନିର୍ମାତା କମ୍ପାନୀ ଏଚ୍‌ପି

ନୂଆଦିଲ୍ଲୀ: ଆମେରିକାର କମ୍ପ୍ୟୁଟର ଓ ଲ୍ୟାପଟପ ନିର୍ମାତା କମ୍ପାନୀ ଏଚ୍‌ପି ଚୀନରୁ ହେଉଥିବା ପ୍ରଡକ୍ସନକୁ ଅଧାରୁ ଅଧିକ ହ୍ରାସ କରିବାକୁ ଚାହୁଁଛି। କାରଣ ଚୀନ ଓ ତାଇୱାନ ଅଞ୍ଚଳରେ ଭୂରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ କମ୍ପାନୀ ସୁରକ୍ଷା ପାଇଁ ବ୍ୟାକ୍ ଅପ୍ ପ୍ଲାନ୍ ପ୍ରସ୍ତୁତ କରୁଛି। ଏଥିପାଇଁ ପ୍ରଡକ୍ସନ ୟୁନିଟ୍‌କୁ ଚୀନରୁ ସିଙ୍ଗାପୁର ସ୍ଥାନାନ୍ତର କରିବାକୁ ଯୋଜନା କରୁଛି କମ୍ପାନୀ। ଏନେଇ ନିକେଇ ଏସିଆ ମାଗାଜିନରେ ଖବର ପ୍ରକାଶ ପାଇଛି।

ଏସିଆର ସବୁଠାରୁ ବଡ଼ ଅର୍ଥନୀତି ଠାରୁ ଏଚ୍‌ପି ନିଜର ଯୋଗାଣ ଶୃଙ୍ଖଳାକୁ ହଟାଇବାକୁ ଯୋଜନା କରୁଛି। ଏଥିପାଇଁ ଏଚପି ସପ୍ଲାଏରମାନଙ୍କ ସହ ଆଲୋଚନା ଜାରି ରଖିଛି। ନିକେଇ ଏସିଆ ରିପୋର୍ଟ ଅନୁସାରେ ଏଚପି ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ନିଜର ଏହି ଟାର୍ଗେଟ୍ ପୂରା କରିବ। କମ୍ପାନୀ ୭୦ ପ୍ରତିଶତ ନୋଟ୍‌ ବୁକର ପ୍ରଡକ୍ସନ ଚୀନ ବାହାରେ କରିବାକୁ ପ୍ଲାନିଂ କରୁଛି। ତେବେ କମ୍ପାନୀ ଥାଇଲାଣ୍ଡକୁ ତାର ପ୍ରଡକ୍ସନ ସେଟ୍ ନେଇଯାଇପାରେ ବୋଲି ଚର୍ଚ୍ଚା ହେଉଛି।  

ସୂଚନା ଥାଉକି ଟେକ କମ୍ପାନୀର ପାଞ୍ଚ ସପ୍ଲାଏର ଥାଇଲ୍ୟାଣ୍ଡରେ ନୂଆ ପ୍ରଡକ୍ସନ ୟୁନିଟ୍ ଏବଂ ଗୋଦାମ ନିର୍ମାଣ କରିସାରିଛନ୍ତି। ଆଉ ଦୁଇଜଣ ଯୋଗାଣକାରୀ HPର ଅନୁରୋଧ କ୍ରମେ ବର୍ଷ ଆରମ୍ଭରୁ ସେଠାରେ ସେମାନଙ୍କର କ୍ଷମତା ବୃଦ୍ଧି କରୁଛନ୍ତି।