ଚୀନରେ ଚମକିଲେ ଭାରତୀୟ ଛାତ୍ର, ଆର୍ଥ ସାଇନ୍ସ ଅଲିମ୍ପିଆଡ୍‌ରେ ହାସଲ କଲେ ୩ ସ୍ୱର୍ଣ୍ଣ ସମେତ ୮ ପଦକ

ନୂଆଦିଲ୍ଲୀ: ଅଗଷ୍ଟ ୯ରୁ ଅଗଷ୍ଟ ୧୬ପର୍ଯ୍ୟନ୍ତ ଚୀନରେ ଆୟୋଜିତ ଇଣ୍ଟରନ୍ୟାସନାଲ ଆର୍ଥ ସାଇନ୍ସ ଅଲିମ୍ପିଆଡରେ ବିଶ୍ୱର ଅନେକ ଦେଶ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ, ପୃଥିବୀର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ବୈଜ୍ଞାନିକ ଚିନ୍ତାଧାରା ଏବଂ ପୃଥିବୀ ବିଜ୍ଞାନ ସହ ଜଡିତ ଗବେଷଣା ସହିତ ସିଦ୍ଧାନ୍ତ ଏବଂ ବ୍ୟବହାରିକତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିବେଟ୍‌ ହୋଇଥାଏ। ଏଥିରେ ଗୁଜୁରାଟ, କେରଳ, ଛତିଶଗଡ ଏବଂ ରାଜସ୍ଥାନର ଚାରିଜଣ ଛାତ୍ର ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ଏଥିରେ ୩ ସ୍ୱର୍ଣ୍ଣ ସମେତ ୮ଟି ପଦକ ଜିତିଛନ୍ତି। ଅନ୍ୟ ଦୁଇଜଣ ମଧ୍ୟ ସମାନ ପ୍ରତିଯୋଗିତାମୂଳକ ବର୍ଗରେ ରୌପ୍ୟ ପଦକ ପାଇଥିଲେ।(1/2)International Earth Science Olympiad (IESO) 2024 was held in Beijing, China, from August 8-16, 2024, with participation from 35 countries.Team India was represented by four students, Rudra Pethani, Siddharth Kumar Gopal, Manan Sethia, and Yashaswee Gupta. They were… pic.twitter.com/QwYSwgJvSP— MoES GoI (@moesgoi) August 17, 2024ଏହି ସଫଳତା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ଯେ ଚୀନ୍‌ରେ ଦେଶର ଛାତ୍ରମାନେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅଦ୍ଭୁତ

ଚୀନରେ ଚମକିଲେ ଭାରତୀୟ ଛାତ୍ର, ଆର୍ଥ ସାଇନ୍ସ ଅଲିମ୍ପିଆଡ୍‌ରେ ହାସଲ କଲେ ୩ ସ୍ୱର୍ଣ୍ଣ ସମେତ ୮ ପଦକ

ନୂଆଦିଲ୍ଲୀ: ଅଗଷ୍ଟ ୯ରୁ ଅଗଷ୍ଟ ୧୬ପର୍ଯ୍ୟନ୍ତ ଚୀନରେ ଆୟୋଜିତ ଇଣ୍ଟରନ୍ୟାସନାଲ ଆର୍ଥ ସାଇନ୍ସ ଅଲିମ୍ପିଆଡରେ ବିଶ୍ୱର ଅନେକ ଦେଶ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ, ପୃଥିବୀର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ବୈଜ୍ଞାନିକ ଚିନ୍ତାଧାରା ଏବଂ ପୃଥିବୀ ବିଜ୍ଞାନ ସହ ଜଡିତ ଗବେଷଣା ସହିତ ସିଦ୍ଧାନ୍ତ ଏବଂ ବ୍ୟବହାରିକତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିବେଟ୍‌ ହୋଇଥାଏ। 

ଏଥିରେ ଗୁଜୁରାଟ, କେରଳ, ଛତିଶଗଡ ଏବଂ ରାଜସ୍ଥାନର ଚାରିଜଣ ଛାତ୍ର ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ଏଥିରେ ୩ ସ୍ୱର୍ଣ୍ଣ ସମେତ ୮ଟି ପଦକ ଜିତିଛନ୍ତି। ଅନ୍ୟ ଦୁଇଜଣ ମଧ୍ୟ ସମାନ ପ୍ରତିଯୋଗିତାମୂଳକ ବର୍ଗରେ ରୌପ୍ୟ ପଦକ ପାଇଥିଲେ।

ଏହି ସଫଳତା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ଯେ ଚୀନ୍‌ରେ ଦେଶର ଛାତ୍ରମାନେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅଦ୍ଭୁତପୂର୍ବ। ସେ ଛାତ୍ରମାନଙ୍କ ମଧ୍ୟରେ ଏହି ପ୍ରକାର ବୈଜ୍ଞାନିକ ଚିନ୍ତାଧାରା ଏବଂ ସଫଳତାକୁ ଆଗକୁ ନେବାକୁ ଚାହୁଁଛନ୍ତି।