ଚୀନ୍ କୁ MEAଙ୍କ କଡ଼ା ଜବାବ, ଜାଣନ୍ତୁ ଅଋଣାଚଳ ପ୍ରଦେଶକୁ ନେଇ କହିଲେ କ’ଣ?

ନୂଆଦିଲ୍ଲୀ ୪।୪: ଅଋଣାଚଳ ପ୍ରଦେଶରେ ୩୦ ସ୍ଥାନର ନାମ ବଦଳାଇବା ନେଇ ଚୀନ୍‌ର ଉଦ୍ୟମକୁ ଭାରତ ସରକାର ମୂଳରୁ ଅଗ୍ରାହ୍ୟ କରିଦେଇଛନ୍ତି। ଏ ନେଇ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ନାମବଦଳାଇବାର ଉଦ୍ୟମରେ ଏ କଥା ଅସ୍ୱୀକାର କରାଯାଇ ପାରିବନି ଯେ ଅଋଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅଭିଭାଜ୍ୟ ଅଂଶ ଥିଲା ଓ ରହିବ। ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ବାରମ୍ବାର କଥା ହୋଇଛୁ ଓ ଗତ କିଛି ସପ୍ତାହରେ କିଛି ବୟାନ ଦେଇଛୁ। ଆମେ ଆମର ବୟାନ ଦୋହରାଇଛୁ, କହିଛୁ କିଛି ନାମକୁ ନେଇ ବାସ୍ତବିକତାକୁ  ନ ବଦଳାଯାଉ। ବାସ୍ତବିକତା ହେଉଛି ଅଋଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ, ଅବିଭାଜ୍ୟ ଅଂଶ ଓ ଏଇଆ ହିଁ ରହିବ। ଉଲ୍ଲେଖଯୋଗ୍ୟ ଯେ ଅଋଣାଚଳ ପ୍ରଦେଶ ଉପରେ ନିଜର ଦାବି ଉପସ୍ଥାପନ କରିବା ସହିତ ଚୀନ ଭାରତୀୟ ରାଜ୍ୟରେ କେତେକ ସ୍ଥାନର ନାମ ବଦଳାଇଛି। ୩୦ଟି ଏହି ସବୁ ନୂଆ ନାମର ଏକ ସୂଚୀ ଜାରି କରିବା ପରେ ଭାରତ କହିଛି ଏହି ରାଜ୍ୟ ଦେଶର ଅଭିନ୍ନ ଅଂଶ ଓ କାଳ୍ପନିକ ନାମ ରଖିଦେଲେ ବାସ୍ତବିକତା ବଦଳି ଯିବନି। ଗତ ମାର୍ଚ୍ଚ ୨୩ ତାରିଖ ଦିନ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅଋଣାଚଳ ପ୍ରଦେଶ ଉପରେ ଚୀନ୍‌ର ବାରମ୍ବାର ଦାବିକୁ ହାସ୍ୟସ୍ପଦ କହି ଅଗ୍ରାହ୍ୟ କରିଦେଇଥିଲେ। ବିଦେଶମନ୍ତ୍ରୀ କହିଥିଲେ ଯେ ଭାରତର ଏହି ସୀମାବର୍ତ୍ତି ରାଜ୍ୟ ଦେଶର ସ୍ୱଭାବିକ ଅଂଶ। ଏହା ଛଡା ଚୀନ୍‌ ଏହି ପ୍ରସଙ୍ଗରେ ଆମେରିକା

ଚୀନ୍ କୁ MEAଙ୍କ କଡ଼ା ଜବାବ, ଜାଣନ୍ତୁ ଅଋଣାଚଳ ପ୍ରଦେଶକୁ ନେଇ କହିଲେ କ’ଣ?

ନୂଆଦିଲ୍ଲୀ ୪।୪: ଅଋଣାଚଳ ପ୍ରଦେଶରେ ୩୦ ସ୍ଥାନର ନାମ ବଦଳାଇବା ନେଇ ଚୀନ୍‌ର ଉଦ୍ୟମକୁ ଭାରତ ସରକାର ମୂଳରୁ ଅଗ୍ରାହ୍ୟ କରିଦେଇଛନ୍ତି। ଏ ନେଇ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ନାମବଦଳାଇବାର ଉଦ୍ୟମରେ ଏ କଥା ଅସ୍ୱୀକାର କରାଯାଇ ପାରିବନି ଯେ ଅଋଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅଭିଭାଜ୍ୟ ଅଂଶ ଥିଲା ଓ ରହିବ। ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ ବାରମ୍ବାର କଥା ହୋଇଛୁ ଓ ଗତ କିଛି ସପ୍ତାହରେ କିଛି ବୟାନ ଦେଇଛୁ। 

ଆମେ ଆମର ବୟାନ ଦୋହରାଇଛୁ, କହିଛୁ କିଛି ନାମକୁ ନେଇ ବାସ୍ତବିକତାକୁ  ନ ବଦଳାଯାଉ। ବାସ୍ତବିକତା ହେଉଛି ଅଋଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ, ଅବିଭାଜ୍ୟ ଅଂଶ ଓ ଏଇଆ ହିଁ ରହିବ। ଉଲ୍ଲେଖଯୋଗ୍ୟ ଯେ ଅଋଣାଚଳ ପ୍ରଦେଶ ଉପରେ ନିଜର ଦାବି ଉପସ୍ଥାପନ କରିବା ସହିତ ଚୀନ ଭାରତୀୟ ରାଜ୍ୟରେ କେତେକ ସ୍ଥାନର ନାମ ବଦଳାଇଛି। ୩୦ଟି ଏହି ସବୁ ନୂଆ ନାମର ଏକ ସୂଚୀ ଜାରି କରିବା ପରେ ଭାରତ କହିଛି ଏହି ରାଜ୍ୟ ଦେଶର ଅଭିନ୍ନ ଅଂଶ ଓ କାଳ୍ପନିକ ନାମ ରଖିଦେଲେ ବାସ୍ତବିକତା ବଦଳି ଯିବନି। 

ଗତ ମାର୍ଚ୍ଚ ୨୩ ତାରିଖ ଦିନ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅଋଣାଚଳ ପ୍ରଦେଶ ଉପରେ ଚୀନ୍‌ର ବାରମ୍ବାର ଦାବିକୁ ହାସ୍ୟସ୍ପଦ କହି ଅଗ୍ରାହ୍ୟ କରିଦେଇଥିଲେ। ବିଦେଶମନ୍ତ୍ରୀ କହିଥିଲେ ଯେ ଭାରତର ଏହି ସୀମାବର୍ତ୍ତି ରାଜ୍ୟ ଦେଶର ସ୍ୱଭାବିକ ଅଂଶ। ଏହା ଛଡା ଚୀନ୍‌ ଏହି ପ୍ରସଙ୍ଗରେ ଆମେରିକା ସହିତ ଝଗଡା ମଧ୍ୟ କରିଛି। ଏହା ପରେ ଏପ୍ରିଲ ୨ ତାରିଖ ଦିନ ବିଦେଶ ମନ୍ତ୍ରୀ ଅଋଣାଚଳ ପ୍ରଦେଶର ୩୦ଟି ସ୍ଥାନକୁ ଚୀନ୍‌ ଦ୍ୱାରା ନୂଆ ନାମ ଦିଆଯିବାରୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ ଯେ ଅଋଣାଚଳ ପ୍ରଦେଶ ଭାରତୀୟ ରାଜ୍ୟ ଥିଲା ଓ ଭବିଷ୍ୟତରେ ମଧ୍ୟ ରହିବ। 

ଜୟଶଙ୍କର କହିଥିଲେ ଯେ ନାମ ବଦଳାଇ ଦେଲେ କିଛି ହାସଲ ହେବ ନାହିଁ। ଯଦି ମୁଁ ତୁମ ଘରର ନାମ ବଦଳେଇ ଦେବି ତାହା ମୋର ଘର ହୋଇଯିବ କି? ସେ କହିଥିଲେ ଯେ ଆପଣମାନେ ସମସ୍ତେ ଜାଣନ୍ତି ସୀମାରେ ଆମ ସେନା ମୁତୟନ ହୋଇଛନ୍ତି। ଏଲଏସିରେ ସେନାର ଲୋକେ ଜାଣନ୍ତି ସେଠାରେ କଣ କରିବାକୁ ହେବ।