ଚୀନ୍ ମାର୍କେଟରେ ନୂଆ AI ମଡେଲ୍, ତିଆରି କରୁଛି ଆନିମେସନରୁ ଓ୍ୱେବସାଇଟ୍
ନୂଆଦିଲ୍ଲୀ ୧୭/୦୩: DeePSeeK ପରେ ଚାଇନିଜ୍ AI ମଡେଲ୍ MANUS ଏବେ ମାର୍କେଟରେ ଧୂମ୍ ମଚାଉଛି । ୱେବସାଇଟ୍ ପ୍ରଡକ୍ସନ ଠାରୁ ଆରମ୍ଭ କରି ଆନିମେସନ୍ ପର୍ଯ୍ୟନ୍ତ ଏହା ସବୁକିଛି କରିପାରିବ ଅତି ସହଜରେ । ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବିଶ୍ୱର ପ୍ରଥମ ଜେନେରାଲ୍ ଏଆଇ ଏଜେଣ୍ଟ MANUS ବୋଲି କୁହାଯାଉଛି । DeePSeeK ତୁଳନାରେ, ଏହା ଅଧିକ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବ । ଏହା ମଡ୍ୟୁଲାର୍ ଡିଜାଇନ୍ ଉପରେ ନିର୍ମିତ । ଆହୁରି ବି ସବୁ ଜିନିଷଗୁଡିକ ଅତି ଶୀଘ୍ର କ୍ୟାପଚର କରେ । ମଣିଷ ଭଳି ଅନେକ କାମ କରିପାରିବ MANUS:ତେବେ କିଛି ଲୋକ MANUS ପରି AI ଏଜେଣ୍ଟମାନଙ୍କୁ ବହୁତ ଖତରନାକ୍ ବୋଲି ଭାବୁଛନ୍ତି । ସେମାନେ ଚିନ୍ତା ପ୍ରକଟ କରିଛନ୍ତି କି, ଆଗକୁ MANUS ତାଙ୍କ ଚାକିରି ଖାଇଯିବ । କେତେକ ଡେମୋ ଦେଖାି କହିଛନ୍ତି କି, ଏହା ମଣିଷ ପରି କାମ କରିବ । ଗୋଟିଏ ଡେମୋରେ ମାନୁସ୍ ଏଆଇକୁ ଏକ ୱେବସାଇଟ୍ ତିଆରି କରିବାକୁ କୁହାଯାଇଥିଲା । ଖୁବ୍ କମ୍ ସମୟରେ ଏହା ଏକ ଘଣ୍ଟା ମଧ୍ୟରେ ୱେବସାଇଟ୍ ସୃଷ୍ଟି କରି ଦେଖାଇଥିଲା । ଆନିମେସନ୍ ସହିତ ସବୁକିଛି ସାମିଲ ଥିଲା । ଷ୍ଟକ୍ ଆନାଲିସିସ୍ ବି କରିବ ମାନୁସ୍ AI: ମାନୁସ୍ AI ମଣିଷ ପରି ଷ୍ଟକ୍ ଆନାଲିସିସ୍ ମଧ୍ୟ କରିପାରିବ । ଡେମୋରେ, ଟେସଲା ସମେତ ତିନୋଟି କମ୍ପାନୀର ଷ୍ଟକ୍ ବିଶ୍ଳେଷଣ କରିବାକୁ ଟାର୍ଗେଟ ଦିଆଯାଇଥିଲା । ଅଳ୍ପ ସମୟ ମଧ୍ୟରେ, ସେ ଚାର୍ଟ, ଗ୍ରାଫ୍ ଏବଂ ଅନୁସନ
ନୂଆଦିଲ୍ଲୀ ୧୭/୦୩: DeePSeeK ପରେ ଚାଇନିଜ୍ AI ମଡେଲ୍ MANUS ଏବେ ମାର୍କେଟରେ ଧୂମ୍ ମଚାଉଛି । ୱେବସାଇଟ୍ ପ୍ରଡକ୍ସନ ଠାରୁ ଆରମ୍ଭ କରି ଆନିମେସନ୍ ପର୍ଯ୍ୟନ୍ତ ଏହା ସବୁକିଛି କରିପାରିବ ଅତି ସହଜରେ । ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବିଶ୍ୱର ପ୍ରଥମ ଜେନେରାଲ୍ ଏଆଇ ଏଜେଣ୍ଟ MANUS ବୋଲି କୁହାଯାଉଛି । DeePSeeK ତୁଳନାରେ, ଏହା ଅଧିକ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବ । ଏହା ମଡ୍ୟୁଲାର୍ ଡିଜାଇନ୍ ଉପରେ ନିର୍ମିତ । ଆହୁରି ବି ସବୁ ଜିନିଷଗୁଡିକ ଅତି ଶୀଘ୍ର କ୍ୟାପଚର କରେ ।
ମଣିଷ ଭଳି ଅନେକ କାମ କରିପାରିବ MANUS:
ତେବେ କିଛି ଲୋକ MANUS ପରି AI ଏଜେଣ୍ଟମାନଙ୍କୁ ବହୁତ ଖତରନାକ୍ ବୋଲି ଭାବୁଛନ୍ତି । ସେମାନେ ଚିନ୍ତା ପ୍ରକଟ କରିଛନ୍ତି କି, ଆଗକୁ MANUS ତାଙ୍କ ଚାକିରି ଖାଇଯିବ । କେତେକ ଡେମୋ ଦେଖାି କହିଛନ୍ତି କି, ଏହା ମଣିଷ ପରି କାମ କରିବ । ଗୋଟିଏ ଡେମୋରେ ମାନୁସ୍ ଏଆଇକୁ ଏକ ୱେବସାଇଟ୍ ତିଆରି କରିବାକୁ କୁହାଯାଇଥିଲା । ଖୁବ୍ କମ୍ ସମୟରେ ଏହା ଏକ ଘଣ୍ଟା ମଧ୍ୟରେ ୱେବସାଇଟ୍ ସୃଷ୍ଟି କରି ଦେଖାଇଥିଲା । ଆନିମେସନ୍ ସହିତ ସବୁକିଛି ସାମିଲ ଥିଲା ।

ଷ୍ଟକ୍ ଆନାଲିସିସ୍ ବି କରିବ ମାନୁସ୍ AI:
ମାନୁସ୍ AI ମଣିଷ ପରି ଷ୍ଟକ୍ ଆନାଲିସିସ୍ ମଧ୍ୟ କରିପାରିବ । ଡେମୋରେ, ଟେସଲା ସମେତ ତିନୋଟି କମ୍ପାନୀର ଷ୍ଟକ୍ ବିଶ୍ଳେଷଣ କରିବାକୁ ଟାର୍ଗେଟ ଦିଆଯାଇଥିଲା । ଅଳ୍ପ ସମୟ ମଧ୍ୟରେ, ସେ ଚାର୍ଟ, ଗ୍ରାଫ୍ ଏବଂ ଅନୁସନ୍ଧାନ ମାଧ୍ୟମରେ ସବ କିଛି ଡିଟେଲ୍ସ ବିସ୍ତୃତ ବିଶ୍ଳେଷଣ କରି ଦେଖାଇଥିଲା । ସେହିଭଳି, ଏହା ଯେକୌଣସି ୱେବସାଇଟ୍ ର SEO କୁ ମଧ୍ୟ ତର୍ଜମା କରିପାରିବ ।
ଖେଳ ଓ ଆନିମେସନ୍:
ଏହା ଆନିମେସନ୍ ଠାରୁ ଆରମ୍ଭ କରି 3D ଗେମ୍ ପର୍ଯ୍ୟନ୍ତ ସବୁକିଛି ସୃଷ୍ଟି କରିପାରିବ । ଏହା ବ୍ୟତୀତ, ଏହା ଉପଭୋକ୍ତାଙ୍କୁ ଖେଳ ଅପଡେଟ୍ ମଧ୍ୟ ପଠାଇପାରେ । ବର୍ତ୍ତମାନ ଏହି କାମ କରିବା ପାଇଁ ମଣିଷ ଆବଶ୍ୟକ । ଏହି ସାମର୍ଥ୍ୟର ଆଗମନ ପରେ, ଭୟ ସୃଷ୍ଟି ହେଉଛି ଯେ AI ମଣିଷକୁ ବଦଳାଇବ ।

ଅଟୋମେସନ AI:
DeePSeeK ଏବଂ ଚାଟ୍ ଜିପିଟି ପରି ଚାର୍ଟବଟ୍-ଷ୍ଟାଇଲ୍ ଇଣ୍ଟରଫେସ୍ ଉପରେ ପ୍ରମ୍ପ୍ଟ ଉତ୍ତର ରଖିଥାଏ । ତେବେ ଏ ସମସ୍ତଙ୍କ ଠାରୁ ଭିନ୍ନ ମାନୁସ୍ । କମାଣ୍ଡ ପାଇବା ପରେ ଏହା ସ୍ୱତସ୍ପୃତ ଭାବେ କାର୍ଯ୍ୟ କରିବା ଆରମ୍ଭ କରେ । ଏହା ଅନେକ ପୁସ୍ତକ ପଢିବା ସହ ସେମାନଙ୍କର ସାରାଂଶ ଉପସ୍ଥାପନ କରେ । ଏହା ବ୍ୟତୀତ, ଏହା ରିଜ୍ୟୁମ୍ ସ୍କାନିଂ ଭଳି ଅନେକ କାର୍ଯ୍ୟ କରିପାରିବ । ଏଥିରୁ ସ୍ପଷ୍ଟ ଅନୁମାନ ଏହା ସହଜରେ ମାନବ ନିଯୁକ୍ତି ଉପରେ ରୋକ୍ ଲଗାଇପାରିବ ।