ଚୀନ୍ ସୀମାରେ ଭାରତୀୟ ସେନାର ସମରାଭ୍ୟାସ; ୪୦ ଜଣିଆ ସୈନ୍ୟ ଟ୍ରୁପ୍ର ମଙ୍ଗୋଲିଆ ଗସ୍ତ
ନୂଆଦିଲ୍ଲୀ: ଚୀନ୍ ସୀମାରେ ସମରାଭ୍ୟାସ କରିବ ଭାରତୀୟ ସେନା । ଏନେଇ ଗୁରୁବାର ୪୦ ସୈନ୍ୟଙ୍କ ଏକ ଗ୍ରୁପ୍ ମଙ୍ଗୋଲିଆ ଗସ୍ତ କରିଛି । ଏହି ମିଲିଟାରୀ ଏକ୍ସରସାଇଜ୍ରେ ବହୁ ଦେଶ ସାମିଲ୍ ହେଉଛନ୍ତି । ଏହି ସେନା ଅଭ୍ୟାସ ଜୁଲାଇ ୨୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚୀନ ସୀମା ଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ମଙ୍ଗୋଲିଆରେ ସମରାଭ୍ୟାସ ହେବ । ଯାହା ଉପରେ ଚୀନର ନଜର ରହିବ । ଏହି ଯୁଦ୍ଧାଭ୍ୟାସକୁ ଖାନ୍ କ୍ବେଷ୍ଟ ନାମ ଦିଆଯାଇଛି । ଏହା ପୂର୍ବରୁ ଗତ ବର୍ଷ ଜୁନ୍ ୧୯ରୁ ୨ ଜୁଲାଇ ପର୍ଯ୍ୟନ୍ତ ସମରାଭ୍ୟାସ୍ ହୋଇଥିଲା । ମଙ୍ଗୋଲିଆରେ ଏହି ସୈନ୍ୟ ଅଭ୍ୟାସ ୨୦୦୩ରେ ଆରମ୍ଭ ହୋଇଥିଲା । ପ୍ରଥମେ ଆମେରିକା ଏବଂ ମଙ୍ଗୋଲିଆ ମଧ୍ୟରେ ଏହି ସମରାଭ୍ୟାସ ହୋଇଥିଲା । ଏହା ପରେ ପ୍ରତିବର୍ଷ ଏହି ମିଲିଟାରୀ ଏକ୍ସରସାଇଜ୍ ହେଇ ଆସୁଛି । ଏହା ୨୧ତମ ଯୁଦ୍ଧାଭ୍ୟାସ । ୨୦୦୬ ମସିହାରେ ମଙ୍ଗୋଲିଆ ଓ ଆମେରିକା ଛଡ଼ା ଅନ୍ୟ ଦେଶ ମଧ୍ୟରେ ଏଥିରେ ସାମିଲ୍ ହୋଇଥିଲେ । ମଙ୍ଗୋଲିଆ ସୈନ୍ୟଭ୍ୟାସର ମୁଖ୍ୟ ମୁଦ୍ଧା ହେଉଛି, ଭାରତ ସମେତ ଅନ୍ୟ ଦେଶକୁ ୟୁଏନ ଶାନ୍ତି ମିଶନ ପାଇଁ ପ୍ରସ୍ତୁତ କରିବା । ଏହି ସମରାଭ୍ୟାସରେ ସୈନ୍ୟମାନେ ସର୍ଚ୍ଚ ଅପରେସନ, ମୋବାଇଲ ଚେକିଂ ପଏଣ୍ଟସ, ପାଟ୍ରୋଲିଂ, କାମ୍ବେଟ୍ ଫାର୍ଷ୍ଟ ଏବଂ ଲୋକଙ୍କୁ ଉଦ୍ଧାର କାର୍ଯ୍ୟର ମଲ୍ ଡ୍ରିଲ୍ କରାଯିବ । ଶନିବାର ଆର୍ଥାତ୍ ଆସନ୍ତାକାଲି ଯୁଦ୍ଧାଭ୍ୟାସ ଆରମ୍ଭ ହେବ ।...
ନୂଆଦିଲ୍ଲୀ: ଚୀନ୍ ସୀମାରେ ସମରାଭ୍ୟାସ କରିବ ଭାରତୀୟ ସେନା । ଏନେଇ ଗୁରୁବାର ୪୦ ସୈନ୍ୟଙ୍କ ଏକ ଗ୍ରୁପ୍ ମଙ୍ଗୋଲିଆ ଗସ୍ତ କରିଛି । ଏହି ମିଲିଟାରୀ ଏକ୍ସରସାଇଜ୍ରେ ବହୁ ଦେଶ ସାମିଲ୍ ହେଉଛନ୍ତି । ଏହି ସେନା ଅଭ୍ୟାସ ଜୁଲାଇ ୨୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଚୀନ ସୀମା ଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ମଙ୍ଗୋଲିଆରେ ସମରାଭ୍ୟାସ ହେବ । ଯାହା ଉପରେ ଚୀନର ନଜର ରହିବ । ଏହି ଯୁଦ୍ଧାଭ୍ୟାସକୁ ଖାନ୍ କ୍ବେଷ୍ଟ ନାମ ଦିଆଯାଇଛି । ଏହା ପୂର୍ବରୁ ଗତ ବର୍ଷ ଜୁନ୍ ୧୯ରୁ ୨ ଜୁଲାଇ ପର୍ଯ୍ୟନ୍ତ ସମରାଭ୍ୟାସ୍ ହୋଇଥିଲା ।
ମଙ୍ଗୋଲିଆରେ ଏହି ସୈନ୍ୟ ଅଭ୍ୟାସ ୨୦୦୩ରେ ଆରମ୍ଭ ହୋଇଥିଲା । ପ୍ରଥମେ ଆମେରିକା ଏବଂ ମଙ୍ଗୋଲିଆ ମଧ୍ୟରେ ଏହି ସମରାଭ୍ୟାସ ହୋଇଥିଲା । ଏହା ପରେ ପ୍ରତିବର୍ଷ ଏହି ମିଲିଟାରୀ ଏକ୍ସରସାଇଜ୍ ହେଇ ଆସୁଛି । ଏହା ୨୧ତମ ଯୁଦ୍ଧାଭ୍ୟାସ । ୨୦୦୬ ମସିହାରେ ମଙ୍ଗୋଲିଆ ଓ ଆମେରିକା ଛଡ଼ା ଅନ୍ୟ ଦେଶ ମଧ୍ୟରେ ଏଥିରେ ସାମିଲ୍ ହୋଇଥିଲେ ।
ମଙ୍ଗୋଲିଆ ସୈନ୍ୟଭ୍ୟାସର ମୁଖ୍ୟ ମୁଦ୍ଧା ହେଉଛି, ଭାରତ ସମେତ ଅନ୍ୟ ଦେଶକୁ ୟୁଏନ ଶାନ୍ତି ମିଶନ ପାଇଁ ପ୍ରସ୍ତୁତ କରିବା । ଏହି ସମରାଭ୍ୟାସରେ ସୈନ୍ୟମାନେ ସର୍ଚ୍ଚ ଅପରେସନ, ମୋବାଇଲ ଚେକିଂ ପଏଣ୍ଟସ, ପାଟ୍ରୋଲିଂ, କାମ୍ବେଟ୍ ଫାର୍ଷ୍ଟ ଏବଂ ଲୋକଙ୍କୁ ଉଦ୍ଧାର କାର୍ଯ୍ୟର ମଲ୍ ଡ୍ରିଲ୍ କରାଯିବ । ଶନିବାର ଆର୍ଥାତ୍ ଆସନ୍ତାକାଲି ଯୁଦ୍ଧାଭ୍ୟାସ ଆରମ୍ଭ ହେବ ।...