ଚୀନ୍ରେ ପ୍ରବଳ ବର୍ଷା: ବ୍ରିଜ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ, ୩୦ ନିଖୋଜ
ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଚୀନ ବେହାଲ। ଶୁକ୍ରବାର ରାତିରେ ଏଠାରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ଚାଇନାର ଶାନସି ପ୍ରଦେଶରେ ଶୁକ୍ରବାର ରାତି ପ୍ରାୟ ୮.୪୦ ସମୟରେ ଏହି ବ୍ରିଜ ଭୁଶୁଡି ପଡିଛି। ଶନିବାର ସକାଳ ସୁଦ୍ଧା ୫ଟି ଗାଡି ଉଦ୍ଧାର କରାଯାଇଛି। ୩୦ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଖୋଜା ଚାଲିଛି। ଅଧିକାରୀମାନେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉତ୍ତର ଏବଂ ମଧ୍ୟ ଚୀନ୍ରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେଉଛି, ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଉତ୍ତର ଚୀନରେ ପ୍ରବଳ ବର୍ଷା ପରେ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଶନିବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଯେଉଁଥିରେ ଏପର୍ଯ୍ୟନ୍ତ ୫ଟି ଗାଡି ପାଣି ଭିତରୁ କଢ଼ାଯାଇଛି। ବ୍ରିଜର ଅତି ନକଟରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଶୁକ୍ରବାର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଶାନସିର ବାଓଜି ସହରରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଓ ୮ ଜଣ ନିଖୋଜ ଅଛନ୍ତି। ଚୀନ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚୀନ୍ର ୩୦ରୁ ଅଧିକ ନଦୀ ବିପଦ ସଙ୍କେତଠାରୁ ଅଧିକ। ଖରାପ ପାଗକୁ ଦୃଷ୍ଟିରେ ରଖି ଏକ ହାଇ ଆଲର୍ଟ ଜାରି କରାଯାଇଛି।
ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଚୀନ ବେହାଲ। ଶୁକ୍ରବାର ରାତିରେ ଏଠାରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ଚାଇନାର ଶାନସି ପ୍ରଦେଶରେ ଶୁକ୍ରବାର ରାତି ପ୍ରାୟ ୮.୪୦ ସମୟରେ ଏହି ବ୍ରିଜ ଭୁଶୁଡି ପଡିଛି। ଶନିବାର ସକାଳ ସୁଦ୍ଧା ୫ଟି ଗାଡି ଉଦ୍ଧାର କରାଯାଇଛି। ୩୦ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଖୋଜା ଚାଲିଛି। ଅଧିକାରୀମାନେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଉତ୍ତର ଏବଂ ମଧ୍ୟ ଚୀନ୍ରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେଉଛି, ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଉତ୍ତର ଚୀନରେ ପ୍ରବଳ ବର୍ଷା ପରେ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଶନିବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଯେଉଁଥିରେ ଏପର୍ଯ୍ୟନ୍ତ ୫ଟି ଗାଡି ପାଣି ଭିତରୁ କଢ଼ାଯାଇଛି। ବ୍ରିଜର ଅତି ନକଟରେ ବନ୍ୟାଜଳ ପ୍ରବାହିତ ହେଉଥିଲା।
ଶୁକ୍ରବାର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଶାନସିର ବାଓଜି ସହରରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଓ ୮ ଜଣ ନିଖୋଜ ଅଛନ୍ତି। ଚୀନ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚୀନ୍ର ୩୦ରୁ ଅଧିକ ନଦୀ ବିପଦ ସଙ୍କେତଠାରୁ ଅଧିକ। ଖରାପ ପାଗକୁ ଦୃଷ୍ଟିରେ ରଖି ଏକ ହାଇ ଆଲର୍ଟ ଜାରି କରାଯାଇଛି।