ଚୀନ୍ରେ ଭୀଷଣ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨, ଦିଲ୍ଲୀରେ ବି ଝଟକା
ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ସୋମବାର ବିଲମ୍ବିତ ରାତିରେ ଏହି ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ୭.୨ ରେକର୍ଡ କରାଯାଇଛି । ଏହି ଭକମ୍ପ ଝଟକା ରାଜଧାନୀ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି କୁହାଯାଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଭୟରେ ଲୋକେ ଘରୁ ବାହାରି ଆସିଥିଲେ । Earthquake of Magnitude:7.2, Occurred on 22-01-2024, 23:39:11 IST, Lat: 40.96 & Long: 78.30, Depth: 80 Km ,Location: Southern Xinjiang, China for more information Download the BhooKamp App https://t.co/FYt0ly86HX@KirenRijiju @Ravi_MoES @Dr_Mishra1966 @ndmaindia @Indiametdept pic.twitter.com/E184snmSyH — National Center for Seismology (@NCS_Earthquake) January 22, 2024 ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଚୀନର ଦକ୍ଷିଣୀ ଝଞ୍ଜିୟାଙ୍ଗ ସହର ଭୂମିକମ୍ପ ଝଟକା ଲିଗଛି । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଚୀନ ସରକାରୀ ନ୍ୟୁଜ ଏଜେନ୍ସି ଶିହ୍ନୁଆର ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋରରୁ ପଶ୍ଚିମ ଶନାଜିୟାଙ୍ଗ କ୍ଷେ
ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ସୋମବାର ବିଲମ୍ବିତ ରାତିରେ ଏହି ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ୭.୨ ରେକର୍ଡ କରାଯାଇଛି । ଏହି ଭକମ୍ପ ଝଟକା ରାଜଧାନୀ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି କୁହାଯାଇଛି । ଭୂମିକମ୍ପରେ ଏତେ ଭୀଷଣ ଝଟକା ଲାଗିଥିଲା ଭୟରେ ଲୋକେ ଘରୁ ବାହାରି ଆସିଥିଲେ ।
Earthquake of Magnitude:7.2, Occurred on 22-01-2024, 23:39:11 IST, Lat: 40.96 & Long: 78.30, Depth: 80 Km ,Location: Southern Xinjiang, China for more information Download the BhooKamp App https://t.co/FYt0ly86HX@KirenRijiju @Ravi_MoES @Dr_Mishra1966 @ndmaindia @Indiametdept pic.twitter.com/E184snmSyH— National Center for Seismology (@NCS_Earthquake) January 22, 2024
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଚୀନର ଦକ୍ଷିଣୀ ଝଞ୍ଜିୟାଙ୍ଗ ସହର ଭୂମିକମ୍ପ ଝଟକା ଲିଗଛି । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଚୀନ ସରକାରୀ ନ୍ୟୁଜ ଏଜେନ୍ସି ଶିହ୍ନୁଆର ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋରରୁ ପଶ୍ଚିମ ଶନାଜିୟାଙ୍ଗ କ୍ଷେତ୍ରରେ ୭.୧ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଥିଲା । ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ ୨ଟା ପରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି ।
ରିପୋର୍ଟ ମୁତାବକ, ଭୂମିକମ୍ପ ଝଟକା ପରେ କାର୍ଗିସ୍ତାନ-ଝିଞ୍ଜିୟାଙ୍ଗ ବୋର୍ଡର ଅଞ୍ଚଳରେ ଅଧିକାଂଶ ଘର ଭାଙ୍ଗିଥିବାର ସୂଚନା ମିଳିଛି । ଏଥିରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଭୂକମ୍ପ ପରେ ଶିନାଜିୟାଙ୍ଗ ରେଳ ବିଭାଗ ୨୭ଟି ଟ୍ରେନ ଚଳାଚଳକୁ ତୁରନ୍ତ ରଦ୍ଦ କରିଥିଲା । ଆମେରିକ ଭୂବିଜ୍ଞାନୀଙ୍କ ସର୍ଭେ ଅନୁଯାୟୀ, ଭୂମିକମ୍ପ ଝଟକା ତିୟାନ ଶାନ ମାଉଣ୍ଟନ ରେଞ୍ଜରେ ଲାଗିଛି । ୧୯୭୮ରେ ଏହି କ୍ଷେତ୍ରରେ ଭୀଷଣ ଭୂମିକମ୍ପ ଆସିଥିଲା । ଏହାପରେ ଏହା ସବୁଠାରୁ ବଡ଼ ଭୂମିକମ୍ପ ।
The post ଚୀନ୍ରେ ଭୀଷଣ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨, ଦିଲ୍ଲୀରେ ବି ଝଟକା appeared first on Prameya News7.