ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା, ଭୁବନେଶ୍ୱରରେ କାର୍‌ରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ

ଭୁବନେଶ୍ବର ୨୮।୪: ନିର୍ବାଚନ ପୂର୍ବରୁ ରାଜଧାନୀରେ କାର୍‌ରୁ ଟଙ୍କା ଜବତ । ଡମଣା ଓମ୍ଫେଡ୍ ଛକରେ ବିଳମ୍ୱିତ ରାତିରେ ପୋଲିସର ବ୍ଲକିଂ ବେଳେ ଧରାପଡ଼ିଛି ଟଙ୍କା । ୩.୬ ଲକ୍ଷ ଟଙ୍କା ଜବତ ହୋଇଛି । ଚନ୍ଦ୍ରଶେଖପୁରରେ ଥାନା ପୋଲିସ ଟଙ୍କା ଜବତ କରିଛି । ଏହି ଘଟଣାରେ ଚନ୍ଦକା ଅଞ୍ଚଳର ଅମ୍ଳାନ ଜ୍ୟୋତି ପ୍ରତାପସିଂଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । କାରରେ ଏତେ ଟଙ୍କା କେଉଁଆଡେ ନେଉଥିଲେ, କିଏ କାହା ପାଖକୁ ଟଙ୍କା ପଠାଉଥିଲେ ସେନେଇ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କାର୍‌ରୁ ଚେକିଂ ବେଳେ ପୋଲିସକୁ ଟଙ୍କା ମିଳିଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ରାସ୍ତାରେ ଗାଡି ବ୍ଲକିଂ ଚେକିଂକୁ ଜୋରଦାର କରାଯାଇଛି । ୬୦ରୁ ଅଧିକ ଗାଡ଼ି ଚେକିଂ କରି ସିଜ୍ କରାଯାଇ ସାରିଲାଣି । ୫ଟି ମୋରମ ଟ୍ରକ୍, ୧୦ଟି ଚୋରା ବାଇକ୍ ଜବତ କରାଯାଇଛି । You Can Read :ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି

ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା, ଭୁବନେଶ୍ୱରରେ କାର୍‌ରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ

ଭୁବନେଶ୍ବର ୨୮।୪: ନିର୍ବାଚନ ପୂର୍ବରୁ ରାଜଧାନୀରେ କାର୍‌ରୁ ଟଙ୍କା ଜବତ । ଡମଣା ଓମ୍ଫେଡ୍ ଛକରେ ବିଳମ୍ୱିତ ରାତିରେ ପୋଲିସର ବ୍ଲକିଂ ବେଳେ ଧରାପଡ଼ିଛି ଟଙ୍କା । ୩.୬ ଲକ୍ଷ ଟଙ୍କା ଜବତ ହୋଇଛି । ଚନ୍ଦ୍ରଶେଖପୁରରେ ଥାନା ପୋଲିସ ଟଙ୍କା ଜବତ କରିଛି । ଏହି ଘଟଣାରେ ଚନ୍ଦକା ଅଞ୍ଚଳର ଅମ୍ଳାନ ଜ୍ୟୋତି ପ୍ରତାପସିଂଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । କାରରେ ଏତେ ଟଙ୍କା କେଉଁଆଡେ ନେଉଥିଲେ, କିଏ କାହା ପାଖକୁ ଟଙ୍କା ପଠାଉଥିଲେ ସେନେଇ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କାର୍‌ରୁ ଚେକିଂ ବେଳେ ପୋଲିସକୁ ଟଙ୍କା ମିଳିଥିଲା । 

ନିର୍ବାଚନକୁ ଦୃଷ୍ଟିରେ ରଖି ରାସ୍ତାରେ ଗାଡି ବ୍ଲକିଂ ଚେକିଂକୁ ଜୋରଦାର କରାଯାଇଛି । ୬୦ରୁ ଅଧିକ ଗାଡ଼ି ଚେକିଂ କରି ସିଜ୍ କରାଯାଇ ସାରିଲାଣି । ୫ଟି ମୋରମ ଟ୍ରକ୍, ୧୦ଟି ଚୋରା ବାଇକ୍ ଜବତ କରାଯାଇଛି । 

You Can Read :

ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି