ଚେତିଲାନି ପ୍ରଶାସନ । ଦୀପାବଳିରେ ଚାଲିଗଲା ୨ ଜୀବନ ।
କନକ ବ୍ୟୁରୋ: ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାକୁ ୫ ମାସ ନ ପୂରୁଣୁ ପୁରୀରେ ପୁଣି ଏକ ଅଘଟଣ । ପୋଲିସ ଓ ପ୍ରଶାସନର ଚରମ ଅବହେଳା ପାଇଁ ଚାଲିଗଲା ୨ ଜୀବନ । ବାଟ ଗାଁ ରାଉତ ସାହିରେ ବାଣ ବିକ୍ରି ବେଳେ ବିସ୍ପୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବାଣି ବିକ୍ରି କରୁଥିବା ବୁଲା ରାଉତ ଓ କିଣିବାକୁ ଆସିଥିବା ସଞ୍ଜୟ ଜେନା, କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି । ଅନ୍ୟ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିନା ଲାଇସେନ୍ସରେ ବାଣ ବିକ୍ରି ଚାଲିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବାଣ ବିକ୍ରି ପାଇଁ କିଏ ଦେଇଥିଲା ଅନୁମତି ? ଦୁଇ ଜଣଙ୍କ ମୃତ୍ୟୁ ପାଇଁ କିଏ ଉତ୍ତରଦାୟୀ ? ଦୀପାବଳି ପୂର୍ବରୁ ପୁରୀର ବିଭିନ୍ନ ସ୍ଥାନରେ ଖୋଲିଥିଲା ବାରୁଦ ପସରା । ବେଧଡ଼କ ବିକ୍ରି ହେଉଥିଲା ବାଣ । ନାଁ ମିଳିଥିଲା ଅନୁମତି ନାଁ ସୁରକ୍ଷା ବ୍ୟବସ୍ଥାର ଧ୍ୟାନ ରଖାଯାଇଥିଲା । ରାସ୍ତା ଉପରେ ବାଣ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ କିଛି ବେପାରୀ । ପୁରୀ ସଦର ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ବାଣ ତିଆରି କରୁଥିଲେ କିଛି ବ୍ୟବସାୟୀ । ଆଉ ସବୁ ଦେଖି ଆଖି ବନ୍ଦ କରିଦେଇଥିଲା ପ୍ରଶାସନ । ପୂର୍ବରୁ ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଥିଲା । ଯାହାର କଷ୍ଟ ଏବେ ବି ପୁରୀବାସୀଙ୍କ ମନରୁ ଲିଭିନି । ଏବେ ପୁଣି ଏକ ଦୁର୍ଘଟଣା ପୁରୁଣା କ୍ଷତକୁ ସତେଜ କରିଦେଇଛି । ଦ

କନକ ବ୍ୟୁରୋ: ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାକୁ ୫ ମାସ ନ ପୂରୁଣୁ ପୁରୀରେ ପୁଣି ଏକ ଅଘଟଣ । ପୋଲିସ ଓ ପ୍ରଶାସନର ଚରମ ଅବହେଳା ପାଇଁ ଚାଲିଗଲା ୨ ଜୀବନ । ବାଟ ଗାଁ ରାଉତ ସାହିରେ ବାଣ ବିକ୍ରି ବେଳେ ବିସ୍ପୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବାଣି ବିକ୍ରି କରୁଥିବା ବୁଲା ରାଉତ ଓ କିଣିବାକୁ ଆସିଥିବା ସଞ୍ଜୟ ଜେନା, କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି । ଅନ୍ୟ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିନା ଲାଇସେନ୍ସରେ ବାଣ ବିକ୍ରି ଚାଲିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
- ବାଣ ବିକ୍ରି ପାଇଁ କିଏ ଦେଇଥିଲା ଅନୁମତି ?
- ଦୁଇ ଜଣଙ୍କ ମୃତ୍ୟୁ ପାଇଁ କିଏ ଉତ୍ତରଦାୟୀ ?
ଦୀପାବଳି ପୂର୍ବରୁ ପୁରୀର ବିଭିନ୍ନ ସ୍ଥାନରେ ଖୋଲିଥିଲା ବାରୁଦ ପସରା । ବେଧଡ଼କ ବିକ୍ରି ହେଉଥିଲା ବାଣ । ନାଁ ମିଳିଥିଲା ଅନୁମତି ନାଁ ସୁରକ୍ଷା ବ୍ୟବସ୍ଥାର ଧ୍ୟାନ ରଖାଯାଇଥିଲା । ରାସ୍ତା ଉପରେ ବାଣ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ କିଛି ବେପାରୀ । ପୁରୀ ସଦର ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ବାଣ ତିଆରି କରୁଥିଲେ କିଛି ବ୍ୟବସାୟୀ । ଆଉ ସବୁ ଦେଖି ଆଖି ବନ୍ଦ କରିଦେଇଥିଲା ପ୍ରଶାସନ । ପୂର୍ବରୁ ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଥିଲା । ଯାହାର କଷ୍ଟ ଏବେ ବି ପୁରୀବାସୀଙ୍କ ମନରୁ ଲିଭିନି । ଏବେ ପୁଣି ଏକ ଦୁର୍ଘଟଣା ପୁରୁଣା କ୍ଷତକୁ ସତେଜ କରିଦେଇଛି ।
ଦୀପାବଳିରେ ବାଣ ଫୁଟାଇବାକୁ ସରକାର ଅନୁମତି ଦେବା ପରେ ଏହାର ଫାଇଦା ଉଠାଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ପୋଲିସକୁ ହାତ କରି ବାଣ ତିଆରି ସହ ବିକ୍ରି କରିଥିବା ଅଭିଯୋଗ ହୋଇଛି । ତେଣୁ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।