ଚେନ୍ନାଇ ପବ୍ ସିଲିଂ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଚେନ୍ନାଇରେ ଆଜି ଏକ ପବ୍ ସିଲିଂ ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମଣିପୁରର। ଚେନ୍ନାଇର ଅଲୱରପେଟ୍ ଅଞ୍ଚଳ ସ୍ଥିତ ଚାମିୟର୍ସ ରୋଡ୍ର ଏକ ଲୋକପ୍ରୀୟ ବାର୍ ସେଖମମେଟରେ ଆଜି ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ପବ୍ କର୍ମଚାରୀ। ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ […]

ନୂଆଦିଲ୍ଲୀ : ଚେନ୍ନାଇରେ ଆଜି ଏକ ପବ୍ ସିଲିଂ ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମଣିପୁରର। ଚେନ୍ନାଇର ଅଲୱରପେଟ୍ ଅଞ୍ଚଳ ସ୍ଥିତ ଚାମିୟର୍ସ ରୋଡ୍ର ଏକ ଲୋକପ୍ରୀୟ ବାର୍ ସେଖମମେଟରେ ଆଜି ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ପବ୍ କର୍ମଚାରୀ। ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।