ଚେନ୍ନାଇ: ସ୍କୁଲରେ ୩୫ ଛାତ୍ରଛାତ୍ରୀ ଅଚାନକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି, ୩ ଗୁରୁତର

ଚେନ୍ନାଇ ୨୫।୧୦: ଉତ୍ତର ଚେନ୍ନାଇର ଏକ ଘରୋଇ ସ୍କୁଲରେ ଶୁକ୍ରବାର ଏକକାଳୀନ ୩୫ ଜଣ ଛାତ୍ରଛାତ୍ରୀ ଅଚାନକ ଅଖି ପୋଡିବା ଓ ମୁଣ୍ଡ ବୁଲେଇ ହେବାର ଅଭିଯୋଗ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଘରୋଇ ହସ୍ପିଟାଲକୁ ରେଫର  ହୋଇଛନ୍ତି। ଜନୈକ ବରିଷ୍ଠ ପୋଲିସ ଅଫିସର ଛାତ୍ରଛାତ୍ରୀ ସୁସ୍ଥ ଥିବା କହିଛନ୍ତି। ସ୍କୁଲ ପକ୍ଷରୁ ସେମାନଙ୍କୁ ସତର୍କତା ସ୍ୱରୂପ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଅଧିକାରୀ କହିଛନ୍ତି। କଥିତ ରୂପେ ସ୍କୁଲରେ ଅଥବା ଆଖପାଖରେ ଥିବା ସାଇନ୍ସ ଲ୍ୟାବରୁ ଲିକ୍ ହୋଇଥିବା ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଛାତ୍ରଛାତ୍ରୀ ଅଚାନକ ଅସୁସ୍ଥ ହୋଇପଡିଥିବାର ଅନୁମାନ କରାଯାଉଛି। ତେବେ ଗ୍ୟାସ କେଉଁଠୁ ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଘଟଣାସ୍ଥଳକୁ ପହଞ୍ଚିଥିବା ଏନଡିଆରଏଫ କମାଣ୍ଡର ଏ.କେ.ଚୌହାନ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଏବେ ସଠିକ କାରଣ କହି ପାରିବୁ ନାହିଁ। କାରଣ ଜଣାପଡି ନାହିଁ’। ଆମ ଟିମ ଆସି ଆକଳନ କରିଛି ସବୁ ଠିକଠାକ ଥିବା ଜଣାପଡିଛି ବୋଲି ସେ କହିଛନ୍ତି। #WATCH | Chennai, Tamil Nadu: Several students of a school were hospitalized following a suspected gas leak; all students are safeNDRF commander AK Chauhan says, "As of now, I cannot tell the exact cause. We

ଚେନ୍ନାଇ: ସ୍କୁଲରେ ୩୫ ଛାତ୍ରଛାତ୍ରୀ ଅଚାନକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି, ୩ ଗୁରୁତର

ଚେନ୍ନାଇ ୨୫।୧୦: ଉତ୍ତର ଚେନ୍ନାଇର ଏକ ଘରୋଇ ସ୍କୁଲରେ ଶୁକ୍ରବାର ଏକକାଳୀନ ୩୫ ଜଣ ଛାତ୍ରଛାତ୍ରୀ ଅଚାନକ ଅଖି ପୋଡିବା ଓ ମୁଣ୍ଡ ବୁଲେଇ ହେବାର ଅଭିଯୋଗ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଘରୋଇ ହସ୍ପିଟାଲକୁ ରେଫର  ହୋଇଛନ୍ତି। ଜନୈକ ବରିଷ୍ଠ ପୋଲିସ ଅଫିସର ଛାତ୍ରଛାତ୍ରୀ ସୁସ୍ଥ ଥିବା କହିଛନ୍ତି। ସ୍କୁଲ ପକ୍ଷରୁ ସେମାନଙ୍କୁ ସତର୍କତା ସ୍ୱରୂପ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଅଧିକାରୀ କହିଛନ୍ତି। 

କଥିତ ରୂପେ ସ୍କୁଲରେ ଅଥବା ଆଖପାଖରେ ଥିବା ସାଇନ୍ସ ଲ୍ୟାବରୁ ଲିକ୍ ହୋଇଥିବା ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଛାତ୍ରଛାତ୍ରୀ ଅଚାନକ ଅସୁସ୍ଥ ହୋଇପଡିଥିବାର ଅନୁମାନ କରାଯାଉଛି। ତେବେ ଗ୍ୟାସ କେଉଁଠୁ ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଘଟଣାସ୍ଥଳକୁ ପହଞ୍ଚିଥିବା ଏନଡିଆରଏଫ କମାଣ୍ଡର ଏ.କେ.ଚୌହାନ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ ଏବେ ସଠିକ କାରଣ କହି ପାରିବୁ ନାହିଁ। କାରଣ ଜଣାପଡି ନାହିଁ’। ଆମ ଟିମ ଆସି ଆକଳନ କରିଛି ସବୁ ଠିକଠାକ ଥିବା ଜଣାପଡିଛି ବୋଲି ସେ କହିଛନ୍ତି। 


ତେବେ ଜଣେ ଛାତ୍ରୀଙ୍କ ମା କହିଛନ୍ତି ଯେ ଦୁଇ ଦିନ ତଳେ ମୋ ଝିଅ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଓ ବାନ୍ତି ଲାଗୁଥିବାର କହିଥିଲା। ସେକାଲି ବି ଏହି ଅଭିଯୋଗ କରିଥିଲା। ଆଜି ସେ ବାନ୍ତି କରିବା ସହ ତା ମୁଣ୍ଡ ବୁଲେଇ ହେଉଥିବା କହୁଛି। ତେବେ ସ୍କୁଲ ପ୍ରଶାସନ ଏ ପର୍ଯ୍ୟନ୍ତ ଅଭିଭାବକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ। ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜାଣିବା ପରେ ଅଭିଭାବକ ସରକାରୀ ହସ୍ପିଟାଲକୁ ଯାଇ ସେମାନଙ୍କ ପିଲାଙ୍କୁ ଘରକୁ ନେଇଯାଇଛନ୍ତି। କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଦେଖରେଖରେ ରଖିଛନ୍ତି।  


ଏହି ସ୍କୁଲଟି ଉତ୍ତର ଚେନ୍ନାଇର ଯେଉଁଠି ଅବସ୍ଥିତ ଏହାର ଚାରି ପାଖରେ ରିଫାଇନାରୀ ସମେତ ଅନେକ ବଡ଼ବଡ଼ ଇଣ୍ଡଷ୍ଟ୍ରି ରହିଛି। ଅତୀତରେ ଏଠାରେ ଆମୋନିଆ ଗ୍ୟାସ୍ ଲିକ୍ ମାମଲା ସାମ୍ନାକୁ ଆସିଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ସରକାରୀ ଅଧିକାରୀ ବିଦ୍ୟାଳୟକୁ ପହଞ୍ଚିଥିବା ବେଳେ ସ୍କୁଲ ପରିସରର ପବନ ଯାଞ୍ଚ କରୁଛନ୍ତି।