ଚେସ୍ ଦୁନିଆର ନୂଆ ବାଦଶାହ ଡି. ଗୁକେଶ
ନୂଆଦିଲ୍ଲୀ : ଚେସ୍ ଦୁନିଆର ନୂଆ ବାଦଶାହ। ଭାରତର ଡି. ଗୁକେଶ ହୋଇଛନ୍ତି ବିଶ୍ଵ ଚାମ୍ପିୟନ । ପୂର୍ବତନ ଚାମ୍ପିୟନ... The post ଚେସ୍ ଦୁନିଆର ନୂଆ ବାଦଶାହ ଡି. ଗୁକେଶ appeared first on .
ନୂଆଦିଲ୍ଲୀ : ଚେସ୍ ଦୁନିଆର ନୂଆ ବାଦଶାହ। ଭାରତର ଡି. ଗୁକେଶ ହୋଇଛନ୍ତି ବିଶ୍ଵ ଚାମ୍ପିୟନ । ପୂର୍ବତନ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଏହି ବଡ଼ ସଫଳତା ପାଇଛନ୍ତି ଡି. ଗୁକେଶ । ବିଶ୍ଵ ଚେସ୍ ଚାମ୍ପିୟନ ହେବାର ଗୁକେଶ ହେଉଛନ୍ତି ବିଶ୍ଵର ସର୍ବକନିଷ୍ଠ ଖେଳାଳି। ସିଙ୍ଗାପୁରରେ ଖେଳା ଯାଇଥିବା ପ୍ରତିଯୋଗିତାରେ ଶେଷ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଲିରେନଙ୍କୁ ପରାସ୍ତ କରିବା ସହିତ ଗୁକେଶ ବିଶ୍ଵ ଚେସ୍ ଚାମ୍ପିଅନ୍ଯ ଆଖ୍ୟା ଅର୍ଜନ କରିଛନ୍ତି। ଏବେ ତାଙ୍କୁ ହେଉଛି ମାତ୍ର ୧୮ ବର୍ଷ ୮ ମାସ ୧୪ ଦିନ। ବିଶ୍ଵନାଥ ଆନନ୍ଦଙ୍କ ପରେ ଗୁକେଶ ଦ୍ଵିତୀୟ ଭାରତୀୟ ଭାବେ ବିଶ୍ଵ ଚେସ୍ ଚାମ୍ପିୟନ ହୋଇଛନ୍ତି ।
The post ଚେସ୍ ଦୁନିଆର ନୂଆ ବାଦଶାହ ଡି. ଗୁକେଶ appeared first on .