ଚୋରାରେ ଚାଲିଥିଲା କାରବାର, ପାଟ୍ରୋଲିଂ ବେଳେ ମାଡିବସିଲା ପୋଲିସ

ଆନନ୍ଦପୁର ୩୦।୦୧ : ଚୋରା ସ୍କ୍ରାପ୍‌ କାରାବର ସମୟରେ ମାଡିବସିଲା ପୋଲିସ । କବାଡିଆ ବ୍ୟବସାୟୀ ସହ ସ୍କ୍ରାପ୍ ଚାଲାଣକାରୀ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସ୍କ୍ରାପ୍‌ ବୋଝେଇ ଟ୍ରକ ଏବଂ ଏକ ସ୍କର୍ପିଓ ଜବତ କରି ତଦନ୍ତ ଚଳାଇଛି ପୋଲିସ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ଟ୍ରକ ଜରିଆରେ ଚୋରାରେ ସ୍କ୍ରାପ୍‌ ଚାଲାଣ କରୁଥିବା ଖବର ପାଇଥିଲା । ଏହି ଖବର ପାଇଁ ଉକ୍ତ ଗାଡିର ପିଛା କରିଥିଲା ପୋଲିସ । କିଛିବାଟ ଯିବା ପରେ ଗାଡିଟି ହସନପୁର ନିକଟ ଏକ କବାଡ଼ିଆ ଗୋଦାମରେ ପ୍ରବେଶ କରୁଥିଲେ । ଏହି ସମୟରେ ଟ୍ରକ୍‌ଟି ସୁରକ୍ଷା ଦେଇ ଏକ ସ୍କର୍ପିଓରେ ଯାଉଥିବା ଯୁବକମାନେ ସେଠାରେ ଗାଡିରୁ ଓହ୍ଲାଇ ଦୌଡି ଯିବାକୁ ଉଦ୍ୟମ ବେଳେ ଜଣଙ୍କୁ କାବୁ କରିଥିଲା ପୋଲିସ । ସଂପୃକ୍ତ ଯୁବକଙ୍କ ସହ କବାଡିଆ ଗୋଦାମ ମାଲିକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହିତ ଗାଡିରେ ଥିବା ସ୍ଲରି ପାଇପ୍‌ର କଟପିସ୍‌ , କଟର ମେସିନ୍‌, ବାଇକ୍‌ ଇଞ୍ଜିଆ, ଲୁହା କବାଟ ଆଦି ଅନେକ ଦାମୀ ସାମଗ୍ରୀକୁ ଜବତ କରିଛି ପୋଲିସ । 

ଚୋରାରେ ଚାଲିଥିଲା କାରବାର, ପାଟ୍ରୋଲିଂ ବେଳେ ମାଡିବସିଲା ପୋଲିସ

ଆନନ୍ଦପୁର ୩୦।୦୧ : ଚୋରା ସ୍କ୍ରାପ୍‌ କାରାବର ସମୟରେ ମାଡିବସିଲା ପୋଲିସ । କବାଡିଆ ବ୍ୟବସାୟୀ ସହ ସ୍କ୍ରାପ୍ ଚାଲାଣକାରୀ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସ୍କ୍ରାପ୍‌ ବୋଝେଇ ଟ୍ରକ ଏବଂ ଏକ ସ୍କର୍ପିଓ ଜବତ କରି ତଦନ୍ତ ଚଳାଇଛି ପୋଲିସ । 

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ଟ୍ରକ ଜରିଆରେ ଚୋରାରେ ସ୍କ୍ରାପ୍‌ ଚାଲାଣ କରୁଥିବା ଖବର ପାଇଥିଲା । ଏହି ଖବର ପାଇଁ ଉକ୍ତ ଗାଡିର ପିଛା କରିଥିଲା ପୋଲିସ । କିଛିବାଟ ଯିବା ପରେ ଗାଡିଟି ହସନପୁର ନିକଟ ଏକ କବାଡ଼ିଆ ଗୋଦାମରେ ପ୍ରବେଶ କରୁଥିଲେ । ଏହି ସମୟରେ ଟ୍ରକ୍‌ଟି ସୁରକ୍ଷା ଦେଇ ଏକ ସ୍କର୍ପିଓରେ ଯାଉଥିବା ଯୁବକମାନେ ସେଠାରେ ଗାଡିରୁ ଓହ୍ଲାଇ ଦୌଡି ଯିବାକୁ ଉଦ୍ୟମ ବେଳେ ଜଣଙ୍କୁ କାବୁ କରିଥିଲା ପୋଲିସ । ସଂପୃକ୍ତ ଯୁବକଙ୍କ ସହ କବାଡିଆ ଗୋଦାମ ମାଲିକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହିତ ଗାଡିରେ ଥିବା ସ୍ଲରି ପାଇପ୍‌ର କଟପିସ୍‌ , କଟର ମେସିନ୍‌, ବାଇକ୍‌ ଇଞ୍ଜିଆ, ଲୁହା କବାଟ ଆଦି ଅନେକ ଦାମୀ ସାମଗ୍ରୀକୁ ଜବତ କରିଛି ପୋଲିସ ।