ଚୈତରା ବିଜେପି ମଣ୍ଡଳ ତରଫରୁ ସଂକଳ୍ପ ସଭା
ସମ୍ବଲପୁର:କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ଓ ଓଡ଼ିଶା ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚୈତରା ମଣ୍ଡଳ ତରଫରୁ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମଣ୍ଡଳ ରେ ଥିବା ନଅ ଗୋଟି ପଞ୍ଚାୟତ ରୁ ୨୦ ରୁ ୨୫ ଜଣ କାର୍ଯ୍ୟକର୍ତ୍ତା ଲେଖାଏଁ ସମୁଦାୟ ୨୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ମୋଦି ସରକାର ଙ୍କ ସଫଳତା ଦେଶର ସୁରକ୍ଷା ଓ ବିକାଶ ଦିଗରେ ପଦକ୍ଷେପ ଆଦି ସହ ମୋହନ […] The post ଚୈତରା ବିଜେପି ମଣ୍ଡଳ ତରଫରୁ ସଂକଳ୍ପ ସଭା appeared first on Odisha.News.
ସମ୍ବଲପୁର:କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ଓ ଓଡ଼ିଶା ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚୈତରା ମଣ୍ଡଳ ତରଫରୁ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମଣ୍ଡଳ ରେ ଥିବା ନଅ ଗୋଟି ପଞ୍ଚାୟତ ରୁ ୨୦ ରୁ ୨୫ ଜଣ କାର୍ଯ୍ୟକର୍ତ୍ତା ଲେଖାଏଁ ସମୁଦାୟ ୨୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ମୋଦି ସରକାର ଙ୍କ ସଫଳତା ଦେଶର ସୁରକ୍ଷା ଓ ବିକାଶ ଦିଗରେ ପଦକ୍ଷେପ ଆଦି ସହ ମୋହନ ସରକାର ଙ୍କ ଚାଷୀ ଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କୁଇଣ୍ଟାଲ ପିଛା ୮୦୦ ଟଂକା ର ବୋନସ ସୁଭଦ୍ରା ଯୋଜନା ଲକ୍ଷାପତି ଦିଦି ତଥା ଅନ୍ୟାନ୍ୟ ଲାଭକାରୀ ଯୋଜନା ଗୁଡିକ ବିଷୟ ରେ ଚର୍ଚ୍ଚା ଆଲୋଚନା ସହିତ ରାଜ୍ୟ ତଥା ଦେଶ କୁ ବିକଶିତ ରାଷ୍ଟ୍ର କରିବା ଉଦ୍ଦେଶ୍ୟ ରେ ସଂକଳ୍ପ ନିଆଯାଇଥିଲା।ସଞ୍ଜୀବ ସାହୁ ଙ୍କ ସଭାପରିଚଳନା ରେ ଓ ରାଜ କୁମାର ରକ୍ସା ଙ୍କ ସଭାପତିତ୍ବ ରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟେଲ୍ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ଜିଲ୍ଳା ପ୍ରତିନିଧି ସୁରେନ୍ଦ୍ର ସେଠ୍ ଲୋରିଣା ପଟେଲ ଆଦି ଉପସ୍ଥିତ ରହି ସରକାରଙ୍କ ଜନ କଲ୍ୟାଣ କରି ଯୋଜନା ଗୁଡିକ ଉପରେ ଆଲୋକ ପାତ କରିଥିଲେ।ସଭା ଶେଷରେ ମନୋଜ କର୍ସେଲ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
The post ଚୈତରା ବିଜେପି ମଣ୍ଡଳ ତରଫରୁ ସଂକଳ୍ପ ସଭା appeared first on Odisha.News.