ଚୈତ୍ରମାସ ଦ୍ଵିତୀୟ ମଙ୍ଗଳବାର, ତାରାତାରିଣୀ ପୀଠରେ ଭକ୍ତଙ୍କ ଗହଳି

ବ୍ରହ୍ମପୁର ୦୨/୦୪: ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଦ୍ଵିତୀୟ ମଙ୍ଗଳବାରରେ ମାଆଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଭକ୍ତଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ତାନଙ୍କ ଚୁଟି ମଣ୍ଡନ ପାଇଁ ଲମ୍ବା ଧାଡିରେ ମାନସିକଧାରୀ । ପାହାଡ଼ ପାଦ ଦେଶ ତଳେ ମୁଣ୍ଡନ କରିବା ପରେ ମାଆ ଙ୍କୁ ଦର୍ଶନ ପାଇଁ ପାହାଡ଼ ଶିଖରକୁ ଯାଆନ୍ତି । କିଏ ବସରେ ତ ଆଉ କିଏ ୯୯୯ ପାହାଚ ଅତିକ୍ରମ କରି ପାଦରେ ଚାଲି ଚାଲି ମାଆଙ୍କ ଦର୍ଶନ ପାଇଁ ଯାଆନ୍ତି । ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚନା କରି ବହୁତ ଖୁସି ଲାଗିଥିବା କହିଛନ୍ତି ଭକ୍ତ । ମାଆଙ୍କ ନିକଟରେ ବିଶ୍ୱାସ ଅଛି । ମାଆଙ୍କୁ ଯାହା ମାଗିଲେ ତାହା ପ୍ରଦାନ କରୁଛନ୍ତି । ଏ ବିଶ୍ୱାସ ଏବଂ ମନୋସ୍କାମନା ପୂରଣ ଯୋଗୁଁ ମାଆଙ୍କ ନିକଟକୁ ଆସି ଅଶ୍ରିବାଦ, ଆଶିଷ ଲାଭ କରିଥିବା କହିଛନ୍ତି ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣରୁ ହଜାର ହାଜର ଭକ୍ତ ଙ୍କ ଭିଡ଼ ଲାଗିଛି ମାଆଙ୍କ ପୀଠରେ । ଏଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ଉତ୍ତମ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ଟି ବସର ବ୍ୟବସ୍ଥା ସାଙ୍ଗକୁ ରୋପୱେର ବ୍ୟବସ୍ଥା କରାଯାଇଛି । ପ୍ରବଳ ରୌଦ୍ର ତାପକୁ ଦୃଷ୍ଟିରେ ରଖି ପାଣି ଛିଞ୍ଚନ ସାଙ୍ଗ

ଚୈତ୍ରମାସ ଦ୍ଵିତୀୟ ମଙ୍ଗଳବାର, ତାରାତାରିଣୀ ପୀଠରେ ଭକ୍ତଙ୍କ ଗହଳି

ବ୍ରହ୍ମପୁର ୦୨/୦୪: ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଦ୍ଵିତୀୟ ମଙ୍ଗଳବାରରେ ମାଆଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଭକ୍ତଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ତାନଙ୍କ ଚୁଟି ମଣ୍ଡନ ପାଇଁ ଲମ୍ବା ଧାଡିରେ ମାନସିକଧାରୀ । 

ପାହାଡ଼ ପାଦ ଦେଶ ତଳେ ମୁଣ୍ଡନ କରିବା ପରେ ମାଆ ଙ୍କୁ ଦର୍ଶନ ପାଇଁ ପାହାଡ଼ ଶିଖରକୁ ଯାଆନ୍ତି । କିଏ ବସରେ ତ ଆଉ କିଏ ୯୯୯ ପାହାଚ ଅତିକ୍ରମ କରି ପାଦରେ ଚାଲି ଚାଲି ମାଆଙ୍କ ଦର୍ଶନ ପାଇଁ ଯାଆନ୍ତି । ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚନା କରି ବହୁତ ଖୁସି ଲାଗିଥିବା କହିଛନ୍ତି ଭକ୍ତ । ମାଆଙ୍କ ନିକଟରେ ବିଶ୍ୱାସ ଅଛି । 

ମାଆଙ୍କୁ ଯାହା ମାଗିଲେ ତାହା ପ୍ରଦାନ କରୁଛନ୍ତି । ଏ ବିଶ୍ୱାସ ଏବଂ ମନୋସ୍କାମନା ପୂରଣ ଯୋଗୁଁ ମାଆଙ୍କ ନିକଟକୁ ଆସି ଅଶ୍ରିବାଦ, ଆଶିଷ ଲାଭ କରିଥିବା କହିଛନ୍ତି ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣରୁ ହଜାର ହାଜର ଭକ୍ତ ଙ୍କ ଭିଡ଼ ଲାଗିଛି ମାଆଙ୍କ ପୀଠରେ । ଏଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ଉତ୍ତମ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

୨୦ଟି ବସର ବ୍ୟବସ୍ଥା ସାଙ୍ଗକୁ ରୋପୱେର ବ୍ୟବସ୍ଥା କରାଯାଇଛି । ପ୍ରବଳ ରୌଦ୍ର ତାପକୁ ଦୃଷ୍ଟିରେ ରଖି ପାଣି ଛିଞ୍ଚନ ସାଙ୍ଗକୁ ପାନୀୟ ଜଳର ବ୍ୟବସ୍ଥା କରା ଯାଇଥିବା କହିଛନ୍ତି ମନ୍ଦିର କମିଟି । ଅନ୍ୟପଟେ ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚନା କରାଯାଇଥିବା କହିଛନ୍ତି ପୂଜକ.