ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ରସପଡା ଗ୍ରାମରୁ ଆଜି ପୂର୍ବାହ୍ନରେ ପାଟଣା ବନ ବିଭାଗ ଏକ କାଠଗଡ ବୋଝେଇ ଥିବା ନମ୍ବର ନଥିବା ଟ୍ରାକ୍ଟରକୁ ଜବତ କରିଛି। ଗ୍ରାମରେ ଥିବା ସରକାରୀ ଜମିରୁ ଏକ ଶାଳ ଗଛ କଟା ଯାଇଥିବା ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାର, ସାହାରପଡା ବନପାଳ ଭୂପତି ସେଠୀ ଓ ବନ କର୍ମଚାରୀ ସଦଳବଳେ ରସପଡା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ […]

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ରସପଡା ଗ୍ରାମରୁ ଆଜି ପୂର୍ବାହ୍ନରେ ପାଟଣା ବନ ବିଭାଗ ଏକ କାଠଗଡ ବୋଝେଇ ଥିବା ନମ୍ବର ନଥିବା ଟ୍ରାକ୍ଟରକୁ ଜବତ କରିଛି। ଗ୍ରାମରେ ଥିବା ସରକାରୀ ଜମିରୁ ଏକ ଶାଳ ଗଛ କଟା ଯାଇଥିବା ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାର, ସାହାରପଡା ବନପାଳ ଭୂପତି ସେଠୀ ଓ ବନ କର୍ମଚାରୀ ସଦଳବଳେ ରସପଡା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବନ ବିଭାଗ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ବନ କାର୍ଯ୍ୟାଳୟକୁ ଆଣିଛି। ଜବତ କାଠ ମଧ୍ୟରେ ୬ ଟି ଶାଳ କାଠ ଗଡ ରହିଛି। ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି।