ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଦୁଇ ଗିରଫ

ପାଟଣାଗଡ଼ ୨୦।୧୦: ପାଟଣାଗଡ ଧୁମାଭଟା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ ହୋଇଛି । ଗୋଟିଏ ବାଇକ୍ ଜବତ କରିଥିବା ସହିତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ହେଲେ ବେଲପଡା ଥାନା ରେଙ୍ଗାଲି ଗାଁର ଜଗନ ଭୁଏ ଓ ସୁନିଲ ମାଝି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେବ ନେଇ ବିଶେଷ ସୂତ୍ରରୁ ଖବର ପାଇଁ ପାଟଣାଗଡ ଅବକାରୀ ବିଭାଗ ଚଢାଉ କରିଥିଲା । ଧୁମାଭଟା ଛକରେ ଏକ ମୋଟରସାଇକେଲ ଉପରେ ଚଢାଉ କରି ୮ କେ.ଜି. ଗଞ୍ଜେଇ ଜବତ ସହ ଏକ ମୋଟରସାଇକେଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । You Can Read:ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା, ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ଦାୟିତ୍ବ

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଦୁଇ ଗିରଫ

ପାଟଣାଗଡ଼ ୨୦।୧୦: ପାଟଣାଗଡ ଧୁମାଭଟା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୮ କେଜି ଗଞ୍ଜେଇ ଜବତ ହୋଇଛି । ଗୋଟିଏ ବାଇକ୍ ଜବତ କରିଥିବା ସହିତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ହେଲେ ବେଲପଡା ଥାନା ରେଙ୍ଗାଲି ଗାଁର ଜଗନ ଭୁଏ ଓ ସୁନିଲ ମାଝି ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେବ ନେଇ ବିଶେଷ ସୂତ୍ରରୁ ଖବର ପାଇଁ ପାଟଣାଗଡ ଅବକାରୀ ବିଭାଗ ଚଢାଉ କରିଥିଲା । ଧୁମାଭଟା ଛକରେ ଏକ ମୋଟରସାଇକେଲ ଉପରେ ଚଢାଉ କରି ୮ କେ.ଜି. ଗଞ୍ଜେଇ ଜବତ ସହ ଏକ ମୋଟରସାଇକେଲ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୨ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । 

You Can Read:

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀ ଡାକରା, ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ଦାୟିତ୍ବ