ଚୋରା ଚାଲାଣ ବେଳେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ଲମତାପୁଟ ୭।୪: ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । କୌଣସି ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ନନ୍ଦପୁର ପୋଲିସ ପାତ୍ରପଣ୍ଡି ଠାରେ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ସଗର ଆଡୁ ଏକ ପିକପ୍ ଭ୍ୟାନ ଆସୁଥିଲା ପୋଲିସକୁ ଦେଖି ଦୂରରେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା । ପୋଲିସ ଗାଡ଼ିକୁ ଯାଞ୍ଚ କରିଥିଲା କିନ୍ତୁ ପ୍ରଥମେ କିଛି ମିଳିନଥିଲା। ପରେ ଗାଡ଼ିକୁ ତନ ତନ କରି ଯାଞ୍ଚ କରିବାରୁ ଗାଡ଼ି ଡ଼ାଲାରେ ଏକ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଭର୍ତ୍ତି କରିଥିବା ପୋଲିସ ନଜରକୁ ଆସିଥିଲା । ପରେ ଗାଡ଼ି ସହିତ ଗଞ୍ଜେଇକୁ ଜବତ କରି ଓଜନ କରିବାରୁ ୧୨୦ କେଜି ଗଞ୍ଜେଇ ଥିବା ଜଣାପଡିଲା । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଗାଡ଼ି ମାଲିକ ନାଁରେ ଏକ ମାମଲା ରୁଜୁ କରି କିଏ ଓ କେଉଁଠାକୁ ଗଞ୍ଜେଇ ଚାଲାଣ କରିଥିଲା ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।You Can Read :ଅବକାରୀ ବିଭାଗ ସ୍କାନରରେ ଚୋରା ମଦ ବ୍ୟବସାୟୀ, ବିପୁଳ ପରିମାଣରେ ଚୋରା ମଦ ଜବତ 

ଚୋରା ଚାଲାଣ ବେଳେ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ଲମତାପୁଟ ୭।୪: ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । କୌଣସି ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ନନ୍ଦପୁର ପୋଲିସ ପାତ୍ରପଣ୍ଡି ଠାରେ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ସଗର ଆଡୁ ଏକ ପିକପ୍ ଭ୍ୟାନ ଆସୁଥିଲା ପୋଲିସକୁ ଦେଖି ଦୂରରେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା । ପୋଲିସ ଗାଡ଼ିକୁ ଯାଞ୍ଚ କରିଥିଲା କିନ୍ତୁ ପ୍ରଥମେ କିଛି ମିଳିନଥିଲା। ପରେ ଗାଡ଼ିକୁ ତନ ତନ କରି ଯାଞ୍ଚ କରିବାରୁ ଗାଡ଼ି ଡ଼ାଲାରେ ଏକ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଭର୍ତ୍ତି କରିଥିବା ପୋଲିସ ନଜରକୁ ଆସିଥିଲା । ପରେ ଗାଡ଼ି ସହିତ ଗଞ୍ଜେଇକୁ ଜବତ କରି ଓଜନ କରିବାରୁ ୧୨୦ କେଜି ଗଞ୍ଜେଇ ଥିବା ଜଣାପଡିଲା । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଗାଡ଼ି ମାଲିକ ନାଁରେ ଏକ ମାମଲା ରୁଜୁ କରି କିଏ ଓ କେଉଁଠାକୁ ଗଞ୍ଜେଇ ଚାଲାଣ କରିଥିଲା ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।

You Can Read :

ଅବକାରୀ ବିଭାଗ ସ୍କାନରରେ ଚୋରା ମଦ ବ୍ୟବସାୟୀ, ବିପୁଳ ପରିମାଣରେ ଚୋରା ମଦ ଜବତ