ଚୋରା ବାଇକ୍ ରାକେଟ ଠାବ, ୩୧ ବାଇକ୍ ଜବତ
ଦଶପଲ୍ଲା : ଦଶପଲ୍ଲା ପୋଲିସକୁ ବଡ଼ ସଫଳତା । ବଡ଼ ରାକେଟକୁ ଠାବ କରିବା ସହ ପାଖାପାଖି ୩୧ ଟି ଚୋରା ବାଇକ୍ ଜବତ କରିଛି ଦଶପଲ୍ଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ । କିଛିଦିନ ତଳେ ଦଶପଲ୍ଲା ପୋଲିସ ୩ଟି ଚୋରା ବାଇକ୍ ଜବତ କରିବା ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଥି ମଧ୍ୟରୁ ଜଣକୁ ରିମାଣ୍ଡରେ […] The post ଚୋରା ବାଇକ୍ ରାକେଟ ଠାବ, ୩୧ ବାଇକ୍ ଜବତ appeared first on KNews Odisha.

ଦଶପଲ୍ଲା : ଦଶପଲ୍ଲା ପୋଲିସକୁ ବଡ଼ ସଫଳତା । ବଡ଼ ରାକେଟକୁ ଠାବ କରିବା ସହ ପାଖାପାଖି ୩୧ ଟି ଚୋରା ବାଇକ୍ ଜବତ କରିଛି ଦଶପଲ୍ଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ । କିଛିଦିନ ତଳେ ଦଶପଲ୍ଲା ପୋଲିସ ୩ଟି ଚୋରା ବାଇକ୍ ଜବତ କରିବା ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଥି ମଧ୍ୟରୁ ଜଣକୁ ରିମାଣ୍ଡରେ ଆଣି ତଦନ୍ତ କରି ନୟାଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ତତ୍ୱାବଧାନ ରେ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚଢ଼ାଉ କରି ୨ ଜଣକୁ ଗିରଫ କରିବା ସହିତ ୩୧ଟି ଚୋରା ବାଇକ୍ ଜବତ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏ ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
The post ଚୋରା ବାଇକ୍ ରାକେଟ ଠାବ, ୩୧ ବାଇକ୍ ଜବତ appeared first on KNews Odisha.