ଚୋରି ଗାଡିକୁ ଛାଡି ପଳାଇଲେ ଦୁର୍ବୃତ୍ତ, ଦୁର୍ଘଟଣାରେ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ

ବାସୁଦେବପୁର ୨୮।୯: ଚୋରି ଗାଡିକୁ ଛାଡି ପଳାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ଅଫୁଲ୍ଲା ଠାରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଚୁଡାମଣି ଆଡିଆ ଗ୍ରାମର ମୁକ୍ତିକାନ୍ତ ମଲ୍ଲିକଙ୍କ ଭେନ୍ୟୁ କାରଟି ଘର ଆଗରେ ରଖିଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ କାର୍‌ଟିକୁ ଚୋରି କରି ନେଇଥିଲେ । ଶନିବାର ସକାଳେ ଗାଡି ନଥିବାରୁ ମୁକ୍ତିକାନ୍ତ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ ତାଙ୍କ କାର୍‌ଟି ଅଫୁଲ୍ଲା ଠାରେ ଦୁର୍ଘଟଣାଗସ୍ତ ହୋଇ ନୟନଜୋରିରେ ଥିବା ଜାଣିବାକୁ ପାଇଥିଲେ । ତେବେ ଦୁର୍ଘଟଣାରେ ଗାଡିଟିର   ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ଗାଡିଟି ଦୁର୍ଘଟଣା ହେବାରୁ ଗାଡିକୁ ଛାଡି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । You Can Read:ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ, ଦାବି ପ୍ରତି ସରକାର ବିଚାର କରୁଛନ୍ତି  

ଚୋରି ଗାଡିକୁ ଛାଡି ପଳାଇଲେ ଦୁର୍ବୃତ୍ତ, ଦୁର୍ଘଟଣାରେ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ

ବାସୁଦେବପୁର ୨୮।୯: ଚୋରି ଗାଡିକୁ ଛାଡି ପଳାଇଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ଅଫୁଲ୍ଲା ଠାରେ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଚୁଡାମଣି ଆଡିଆ ଗ୍ରାମର ମୁକ୍ତିକାନ୍ତ ମଲ୍ଲିକଙ୍କ ଭେନ୍ୟୁ କାରଟି ଘର ଆଗରେ ରଖିଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ କାର୍‌ଟିକୁ ଚୋରି କରି ନେଇଥିଲେ । ଶନିବାର ସକାଳେ ଗାଡି ନଥିବାରୁ ମୁକ୍ତିକାନ୍ତ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ ତାଙ୍କ କାର୍‌ଟି ଅଫୁଲ୍ଲା ଠାରେ ଦୁର୍ଘଟଣାଗସ୍ତ ହୋଇ ନୟନଜୋରିରେ ଥିବା ଜାଣିବାକୁ ପାଇଥିଲେ । ତେବେ ଦୁର୍ଘଟଣାରେ ଗାଡିଟିର   ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ଗାଡିଟି ଦୁର୍ଘଟଣା ହେବାରୁ ଗାଡିକୁ ଛାଡି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । 

You Can Read:

ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ, ଦାବି ପ୍ରତି ସରକାର ବିଚାର କରୁଛନ୍ତି