ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ମୋରଡା,୨୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଚାଲିଛି। କାର୍ଯ୍ୟରେ ଏକ ଲିଫ୍ଟ ମିକ୍ସଚର ମେଶିନ ନିୟୋଜିତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ। ହେଲେ ଗତ ଅଗଷ୍ଟ ୨୪ ତାରିଖରେ ଉକ୍ତ ମିକ୍ସଚର ମେଶିନ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ପାଣି ଟାଙ୍କି ନିର୍ମାଣ କରୁଥିବା ବଡ଼ସାହି ଥାନା ଅଧୀନ ଅସ୍ତପୁରା […] The post ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ appeared first on Dharitri Odia News.
ମୋରଡା,୨୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଚାଲିଛି। କାର୍ଯ୍ୟରେ ଏକ ଲିଫ୍ଟ ମିକ୍ସଚର ମେଶିନ ନିୟୋଜିତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ। ହେଲେ ଗତ ଅଗଷ୍ଟ ୨୪ ତାରିଖରେ ଉକ୍ତ ମିକ୍ସଚର ମେଶିନ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ପାଣି ଟାଙ୍କି ନିର୍ମାଣ କରୁଥିବା ବଡ଼ସାହି ଥାନା ଅଧୀନ ଅସ୍ତପୁରା ଗ୍ରାମର ଠିକାଦାର ଶରତ ମହାନ୍ତ।
ଅଭିଯୋଗ ପରେ ମୋରଡ଼ା ଥାନା ପୋଲିସ ଏକ ମାମଲା(ନଂ.୨୩୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ସତ୍ୟନାରାୟଣ ବଳ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲେ । ପୋଲିସ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ବସ୍ତା ଥାନା ଅଧୀନ ଭେଲୁରା ଗ୍ରାମର ଜଣଙ୍କ ଘର ବାଡିରୁ ଉକ୍ତ ମେଶିିନକୁ ଜବତ କରିଥିଲେ । ଏନେଇ ଥାନା ଅଧିକାରୀ ବଳଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ନାମ ପ୍ରକାଶ କଲେ ଫେରାର ହୋଇଯିବାର ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
The post ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ appeared first on Dharitri Odia News.