ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣଙ୍କ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁରର ଦୁର୍ଯ୍ୟ କୁମାର ଜେନା ବୋଲି ତଦନ୍ତକାରୀ ଅଧିକାରୀ ତଥା ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି। ପ୍ରକାଶ ଯେ, ଚଳିତ ୬ ବିଳମ୍ବିତ ରାତିରେ ଉକ୍ତ ଥାନା ମୁଣ୍ଡନାଜୁ ଅଞ୍ଚଳରୁ ଏକ ଠିକା ସଂସ୍ଥାର ଜେସିବି […] The post ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣଙ୍କ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁରର ଦୁର୍ଯ୍ୟ କୁମାର ଜେନା ବୋଲି ତଦନ୍ତକାରୀ ଅଧିକାରୀ ତଥା ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି କହିଛନ୍ତି।
ପ୍ରକାଶ ଯେ, ଚଳିତ ୬ ବିଳମ୍ବିତ ରାତିରେ ଉକ୍ତ ଥାନା ମୁଣ୍ଡନାଜୁ ଅଞ୍ଚଳରୁ ଏକ ଠିକା ସଂସ୍ଥାର ଜେସିବି ଚୋରୀ ହୋଇଯାଇଥିଲା କିଛିଦିନ ଉକ୍ତ ଠିକସଂସ୍ଥା ର କର୍ମଚାରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମିଳି ନ ଥିଲା ପରେ ୧୬ ରେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଜେସିବିଟିକୁ ଜଣେ ଜେସିବି ଅପରେଟର ଚୋରି କରି ନେଇ ବାଲିଗୁଡା ର ଏକ ସ୍ଥାନରେ ଲୁଚାଇ ରଖିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ପରେ ଚଢ଼ାଉ କରି ଜେସିବିକୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଏନେଇ ମାମଲା (୭୪ /୨୫ )ରୁଜୁ କରି ଅଧିକା ତଦନ୍ତ ଚାଲିଥିବା ପୋଲିସ କହିଛି।
The post ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.