ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ ଇନିଂସ ଯୋଗୁ ଅନେକ ବଡ଼ ରେକର୍ଡ ଭାଙ୍ଗି ଯାଇଥିଲା। ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଥିଲେ। ଆଲେନ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ […] The post ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ରେ ଫିନ ଆଲେନ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୧୬ ଛକା ଓ ୬ ଚୌକା ସହାୟତାରେ ୧୩୭ ରନ ସ୍କୋର କରିଥିଲେ। ଆଲେନ ଇନିଂସ ଯୋଗୁ ଅନେକ ବଡ଼ ରେକର୍ଡ ଭାଙ୍ଗି ଯାଇଥିଲା। ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇଥିଲେ। ଆଲେନ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି।
ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇଙ୍କ ନାମରେ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ଆଲେନ ବର୍ତ୍ତମାନ ତାଙ୍କ ସମକକ୍ଷ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୧୬ ଛକା ମାରିଛନ୍ତି। ଭାରତୀୟ ଖେଳାଳିଙ୍କୁ ତାଲିକାକୁ ଦେଖିଲେ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି। ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୧୦ଟି ଛକା ମାରିଥିଲେ। ଏହି ମ୍ୟାଚ୍ରେ ସେ ୧୧୮ ରନ ସ୍କୋର କରିଥିଲେ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଫିନ ଆଲେନ ନ୍ୟୁଜିଲାଣ୍ଡ ପାଇଁ ଓପନ କରିବାକୁ ଆସିଥିଲେ। ସେ ୬୨ ବଲ ସମ୍ମୁଖରେ ୧୩୭ ରନ ସ୍କୋର କରିଥିଲେ। ଏହି ସମୟରେ ସେ ୫ ଚୌକା ଓ ୧୬ ଛକା ମାରିଥିଲେ। ଆଲେନଙ୍କ ଷ୍ଟ୍ରାଇକ ରେଟ୍ ୨୨୦.୯୭ ଥିଲା। ତାଙ୍କ ଇନିଂସ ଯୋଗୁ ନ୍ୟୁଜିଲାଣ୍ଡ ୭ ଉଇକେଟ ହରାଇ ୨୨୪ ରନ ସ୍କୋର କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ ମାତ୍ର ୧୭୯ ରନ ସ୍କୋର କରିପାରିଥିଲା।
The post ଚୌକା-ଛକା ବର୍ଷା କରି ଅନେକ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍ appeared first on Dharitri Odia News.