ଚୌକି ଲୋଭରେ ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ପ୍ରଚାର କରୁଛନ୍ତି ପୂର୍ବତନ ଏମ୍ପି: ପାଣ୍ଡିଆନ୍
କେନ୍ଦ୍ରାପଡା,୨୭।୫: ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡାରେ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାରେ ସେ ନାଁ ନ ନେଇ କେନ୍ଦ୍ରପଡାର ପୂର୍ବତନ ଏମ୍ମ୍ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ରାପଡାବାସୀଙ୍କ ଆଶୀର୍ବାଦରେ ନବୀନ ୨ ଥର ଲେଖାଏ ତାଙ୍କୁ ଏମ୍ପି କରି ପଠାଇଥିଲେ। ୧୦ ବର୍ଷ ଧରି ସେ କେନ୍ଦ୍ରାପଡା ପାଇଁ କିଛି କଲେନି। କେନ୍ଦ୍ରାପଡାର ବିକାଶ ପରିବର୍ତ୍ତେ ନିଜ କମ୍ପାନୀ ପାଇଁ କାମ କଲେ। ଏମ୍ପି ହେବା ପୂର୍ବରୁ […] The post ଚୌକି ଲୋଭରେ ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ପ୍ରଚାର କରୁଛନ୍ତି ପୂର୍ବତନ ଏମ୍ପି: ପାଣ୍ଡିଆନ୍ appeared first on Dharitri Odia News.
କେନ୍ଦ୍ରାପଡା,୨୭।୫: ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡାରେ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାରେ ସେ ନାଁ ନ ନେଇ କେନ୍ଦ୍ରପଡାର ପୂର୍ବତନ ଏମ୍ମ୍ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ରାପଡାବାସୀଙ୍କ ଆଶୀର୍ବାଦରେ ନବୀନ ୨ ଥର ଲେଖାଏ ତାଙ୍କୁ ଏମ୍ପି କରି ପଠାଇଥିଲେ। ୧୦ ବର୍ଷ ଧରି ସେ କେନ୍ଦ୍ରାପଡା ପାଇଁ କିଛି କଲେନି। କେନ୍ଦ୍ରାପଡାର ବିକାଶ ପରିବର୍ତ୍ତେ ନିଜ କମ୍ପାନୀ ପାଇଁ କାମ କଲେ। ଏମ୍ପି ହେବା ପୂର୍ବରୁ ତାଙ୍କ ପାରିବାରିକ କମ୍ପାନୀର ସ୍ଥିତି କଣ ଥିଲା ଏବଂ ୧୦ ବର୍ଷ ପରେ ତାଙ୍କ କମ୍ପାନୀ କିଭଳି ଲାଭବାନ ହୋଇଛି ତାହା ଗୁଗଲରେ ସର୍ଚ୍ଚ କଲେ ମଧ୍ୟ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ଚୌକି ଲୋଭରେ କେନ୍ଦ୍ରାପଡା ଏମ୍ପି ୨୦୧୫ରୁ ନବୀନଙ୍କ ଦେହ ଖରାପ ଅଛି ବୋଲି ସବୁଠି ପ୍ରଚାର କଲେ। ନିଜ ଗଣମାଧ୍ୟମ ଜରିଆରେ ସେ ଏଭଳି କରିଥିଲେ। ଏପରି ବ୍ୟକ୍ତିଙ୍କୁ ଚିହ୍ନିରଖିବା ଉଚିତ୍ ପାଣ୍ଡିଆନ୍ କହିଛନ୍ତି।
ପାଣିଆନ୍ ଆହୁରି ମଧ୍ୟ କହିଚନ୍ତି,ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ଗ୍ରହଣ କରିେ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ ଛାଡ, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ମିଳିବ। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।
The post ଚୌକି ଲୋଭରେ ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ପ୍ରଚାର କରୁଛନ୍ତି ପୂର୍ବତନ ଏମ୍ପି: ପାଣ୍ଡିଆନ୍ appeared first on Dharitri Odia News.