ଛଅ ଭାରିଯାନକୁ ୧ ଲକ୍ଷ ୨୦ ହଜାର ଜୋରିମାନା
ଜାମଗାଁ ୨୨/୫ ଜାତୀୟ ରାଜପଥ ୪୯ ରେ ସୋମବାର ରାତିରେ ୬ ଟି ଟ୍ରଲର ଗାଡ଼ିରେ ବିରାଟକାୟ ଯନ୍ତ୍ରାଂଶ ବୋଝେଇ କରି ଏକ ସଙ୍ଗରେ ଯିବାରୁ ଟ୍ରାଫିକ ଜାମ ପରିସ୍ଥିତି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି । ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଉକ୍ତ ୬ ଟି ଭାରିଯାନରୁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଜୋରିମାନା କରା ଯାଇଛି । ଜୋରିମାନା ରାଶି ପୈଠ ନ କରିବା ପର୍ଯ୍ୟନ୍ତ ଉକ୍ତ […] The post ଛଅ ଭାରିଯାନକୁ ୧ ଲକ୍ଷ ୨୦ ହଜାର ଜୋରିମାନା appeared first on Odisha.News.

ଜାମଗାଁ ୨୨/୫ ଜାତୀୟ ରାଜପଥ ୪୯ ରେ ସୋମବାର ରାତିରେ ୬ ଟି ଟ୍ରଲର ଗାଡ଼ିରେ ବିରାଟକାୟ ଯନ୍ତ୍ରାଂଶ ବୋଝେଇ କରି ଏକ ସଙ୍ଗରେ ଯିବାରୁ ଟ୍ରାଫିକ ଜାମ ପରିସ୍ଥିତି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି । ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଉକ୍ତ ୬ ଟି ଭାରିଯାନରୁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଜୋରିମାନା କରା ଯାଇଛି । ଜୋରିମାନା ରାଶି ପୈଠ ନ କରିବା ପର୍ଯ୍ୟନ୍ତ ଉକ୍ତ ଗାଡ଼ି ଗୁଡ଼ିକୁ ଛଡ଼ା ଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆ ଯାଇଛି ଏବଂ କତରବଗା ପେଟ୍ରୋଲ ପମ୍ପରେ ୨ଟି ଓ ଗୋବିନ୍ଦପୁର ଟୋଲଗେଟ ନିକଟରେ ୪ଟି ଭାରିଯାନକୁ ଅଟକ ରଖା ଯାଇଛି ବୋଲି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି ପ୍ରକାଶ କରିଛନ୍ତି ।
ସୂଚନା ଥାଉକି ସୋମବାର ସନ୍ଧ୍ୟା ସମୟରେ ଛତିଶଗଡ଼ ରାୟଗଡ଼ ପଟୁ ୬ ଟି ଟ୍ରଲର ଗାଡ଼ିରେ ବିରାଟକାୟ ଯନ୍ତ୍ରାଂଶ ବୋଝେଇ ହୋଇ ଝାରସୁଗୁଡା ଅଭିମୁଖେ କୌଣସି ଏକ ଶିଳ୍ପସଂସ୍ଥାକୁ ଏକ ସଙ୍ଗରେ ଯାଉଥିଲା । ଯାହା ଫଳରେ ରାଜପଥ ର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ଭୋଟ ଗ୍ରହଣ ସାରି ପୋଲିଂ ଗାଡ଼ି ଗୁଡ଼ିକ ଫେରିବା ବେଳେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ତାଙ୍କ ପୋଲିସ ସହକର୍ମୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ରାତ୍ରି ପ୍ରାୟ ଗୋଟାଏ ରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ କୁ ଜଣାଇବା ପରେ ଆଜି ବିଭାଗୀୟ ଅଧିକାରୀ ମାନେ ଆସି ଉକ୍ତ ୬ ଟି ଭାରିଯାନକୁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ ।
The post ଛଅ ଭାରିଯାନକୁ ୧ ଲକ୍ଷ ୨୦ ହଜାର ଜୋରିମାନା appeared first on Odisha.News.