ଛତିଶଗଡ ବିଜାପୁରରେ ପୋଲିସ-ମାଓ ଗୁଳିବିନିମୟ, ୨୦ରୁ ଅଧିକ ଆତଙ୍କୀ ନିପାତ, ଯବାନ ସହିଦ୍
ବିଜାପୁର ୨୦/୦୩: ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓ ଗୁଳିବିନିମୟ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୨୨ ମାଓବାଦୀ । ଏହାସହ ଜଣେ ଯବାନ ସହିଦ୍ ହୋଇଛନ୍ତି । ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଅଣ୍ଡ୍ରି ଜଙ୍ଗଲରେ ହୋଇଥିଲା ଗୁଳିବିନିମୟ । ଏ ନେଇ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ । ଏବେ ବି ସେଠାରେ ଗୁଳିବିନିମୟ ଜାରି ରହିଛି । ପୋଲିସ କହିବା ମୁତାବକ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଏନକାଉଣ୍ଟର କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଅଞ୍ଚଳରେ ଏବେ ବି ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି । ଏ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି ।22 Naxalites killed in two separate encounters in Chhattisgarh's Bijapur and Kanker districts https://t.co/znH8El6YFR— ANI (@ANI) March 20, 2025ସୂଚନା ଥାଉକି, ଭାରତର ବିଭିନ୍ନ ରାଜ୍ୟରେ ନକ୍ସଲମାନଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ଏହି କ୍ରମରେ, ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ
ବିଜାପୁର ୨୦/୦୩: ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓ ଗୁଳିବିନିମୟ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୨୨ ମାଓବାଦୀ । ଏହାସହ ଜଣେ ଯବାନ ସହିଦ୍ ହୋଇଛନ୍ତି । ବିଜାପୁରର ଗଙ୍ଗାଲୁର ଅଞ୍ଚଳର ଅଣ୍ଡ୍ରି ଜଙ୍ଗଲରେ ହୋଇଥିଲା ଗୁଳିବିନିମୟ । ଏ ନେଇ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ । ଏବେ ବି ସେଠାରେ ଗୁଳିବିନିମୟ ଜାରି ରହିଛି ।
ପୋଲିସ କହିବା ମୁତାବକ ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଏନକାଉଣ୍ଟର କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଅଞ୍ଚଳରେ ଏବେ ବି ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି । ଏ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି ।
22 Naxalites killed in two separate encounters in Chhattisgarh's Bijapur and Kanker districts https://t.co/znH8El6YFR— ANI (@ANI) March 20, 2025
ସୂଚନା ଥାଉକି, ଭାରତର ବିଭିନ୍ନ ରାଜ୍ୟରେ ନକ୍ସଲମାନଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ଏହି କ୍ରମରେ, ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ ।
ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ୨୨ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି ।