ଛତିଶଗଡ ବିଜାପୁରରେ ମାତିଲେ ମାଓବାଦୀ, ଦୁଇ STF ଯବାନ ଆହତ
ବିଜାପୁର ୨୪/୦୩: କୁମ୍ବିଂ ସାରି ଫେରୁଥିବା ବେଳେ ଛତିଶଗଡ ବିଜାପୁରରେ ଶକ୍ତିଶାଳି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲା ଯବାନଙ୍କ ପିକଅପ୍ ଭ୍ୟାନ । ମଦ୍ଦେଡ ଥାନା ଗୋର୍ଲା ନାଳ ନିକଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ପୋରଣରେ ଚାଳକଙ୍କ ସହ ଦୁଇ STF ଯବାନ ଆହତ ହୋଇଥିବା ସୂଚନା । କୁମ୍ବିଂ ସାରି ପିକଅପ୍ ଭ୍ୟାନରେ ଫେରୁଥିଲେ ଏସଟିଏଫ୍ ଯବାନ ।ସୂଚନା ଥାଉକି, ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ, ଏକ STF ଗାଡ଼ି ନକ୍ସଲ ଅପରେସନରୁ ଫେରୁଥିଲା। ଗାଡିଟି ଗୋର୍ଲା ନାଲାରେ ପହଞ୍ଚିବା ମାତ୍ରେ, ମାଓବାଦୀମାନେ ପୂର୍ବରୁ ଲଗାଯାଇଥିବା IED (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍)କୁ ସକ୍ରିୟ କରିଥିଲେ। ଗାଡ଼ିଟି ଅତିକ୍ରମ କରିବା ପରେ ତୁରନ୍ତ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ଡ୍ରାଇଭର ଓ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ।
ବିଜାପୁର ୨୪/୦୩: କୁମ୍ବିଂ ସାରି ଫେରୁଥିବା ବେଳେ ଛତିଶଗଡ ବିଜାପୁରରେ ଶକ୍ତିଶାଳି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲା ଯବାନଙ୍କ ପିକଅପ୍ ଭ୍ୟାନ । ମଦ୍ଦେଡ ଥାନା ଗୋର୍ଲା ନାଳ ନିକଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ପୋରଣରେ ଚାଳକଙ୍କ ସହ ଦୁଇ STF ଯବାନ ଆହତ ହୋଇଥିବା ସୂଚନା । କୁମ୍ବିଂ ସାରି ପିକଅପ୍ ଭ୍ୟାନରେ ଫେରୁଥିଲେ ଏସଟିଏଫ୍ ଯବାନ ।
ସୂଚନା ଥାଉକି, ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ, ଏକ STF ଗାଡ଼ି ନକ୍ସଲ ଅପରେସନରୁ ଫେରୁଥିଲା। ଗାଡିଟି ଗୋର୍ଲା ନାଲାରେ ପହଞ୍ଚିବା ମାତ୍ରେ, ମାଓବାଦୀମାନେ ପୂର୍ବରୁ ଲଗାଯାଇଥିବା IED (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍)କୁ ସକ୍ରିୟ କରିଥିଲେ। ଗାଡ଼ିଟି ଅତିକ୍ରମ କରିବା ପରେ ତୁରନ୍ତ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ଡ୍ରାଇଭର ଓ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ।