ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି: ସୀମାନ୍ତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୋଟେତୋଙ୍ଗ... The post ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ appeared first on .
ମାଲକାନଗିରି: ସୀମାନ୍ତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିଜିଏଲ ସେଲ୍, ବିସ୍ଫୋରକ ସାମଗ୍ରୀ ଏବଂ ବିଜିଏଲ ସେଲ୍ ନିର୍ମାଣ ଉପକରଣ ଉଦ୍ଧାର କରିଛନ୍ତି ଯବାନ।
ଛତିଶଗଡର ସୁକୁମା ଜିଲ୍ଲା ବୋଟେତୋଙ୍ଗ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସୂଚନା ପାଇ ଜିଲ୍ଲା ପୋଲିସ, ୨୦୩ ବାଟାଲିୟନ କୋବ୍ରା ବାହିନୀର ଏକ ମିଳିତ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିଜିଏଲ ସେଲ୍ ବିସ୍ଫୋରକ, ବିଜିଏଲ ସେଲ୍ ନିର୍ମାଣ ଦେଖିବାକୁ ପାଇଥିଲେ। ନକ୍ସଲଙ୍କ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ୧୫ଟି ବିଜିଏଲ ସେଲ୍, ବିଜିଏଲ ସେଲ୍ ଖୋକା ୧୭ଟି, ବିଜିଏଲ ତିଆରି ପାଇଁ ବ୍ୟବହୃତ ହେବାକୁ ଥିବା ୭୮ଟି ଖୋଳ, ଗୋଟିଏ ହ୍ଯାଣ୍ଡ ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ତିଆରି ସାମଗ୍ରୀ ମିଳିଛି।
The post ଛତିଶଗଡର ବୋଟେତୋଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ appeared first on .