ଛତିଶଗଡରେ ଯବାନଙ୍କୁ ସଫଳତା ; ଏକାଧିକ ପ୍ରେସର ବୋମା ନିଷ୍କ୍ରିୟ କଲେ ବମ୍ ସ୍କ୍ବାଡ

କନକ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ରେ ଯବାନଙ୍କୁ ସଫଳତା । ୪ଟି ପ୍ରେସର କୁକର ବୋମା ଜବତ କଲେ ଯବାନ । କଚ୍ଚାପାଲ-କୁତୁଲ ରାସ୍ତା କଡ ରୁ ଜବତ । ବୋମା କୁ ନିଷ୍କ୍ରିୟ କରି ନଷ୍ଟ କଲେ ବମ୍ବ ଡିସ୍ପୋଜାଲ ସ୍କ୍ବାଡ। ପୁର୍ବରୁ ୨୨ ଟି ପ୍ରେଶର କୁକର ବୋମା ଏହି ରାସ୍ତା ରୁ ଠାବ ହୋଇ ଥିଲା ।  ଗତ ୬ ତାରିଖରେ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ୍ ବିସ୍ଫୋରଣରେ ୮ ଯବାନ ସହିଦ ହେବା ପରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ମାଓବାଦୀଙ୍କ ସବୁ ଷଡ଼ଯନ୍ତ୍ରକୁ ପଣ୍ଡୁର କରିବା ପାଇଁ ଲାଗିଛନ୍ତି ସୁରକ୍ଷାକର୍ମୀ। ଏହାରି ଭିତରେ ୪ ଟି ପ୍ରେସର୍‌ କୁମାର ବୋମା ଜବତ କରି ନିଷ୍କ୍ରିୟ କରିଛି। ସେପଟେ ମାହାଦେବ ଘାଟରେ ଏରିଆ ଡମିନସନ୍ ବେଳେ ପ୍ରେସର କୁକର ବୋମା ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ୧୯୬ ବାଟାଲିଅନର ହେଡ କନଷ୍ଟେବଳ ରାକେଶ କୁଲୁର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଛତିଶଗଡରେ ଯବାନଙ୍କୁ ସଫଳତା ; ଏକାଧିକ ପ୍ରେସର ବୋମା ନିଷ୍କ୍ରିୟ କଲେ ବମ୍ ସ୍କ୍ବାଡ

କନକ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ରେ ଯବାନଙ୍କୁ ସଫଳତା । ୪ଟି ପ୍ରେସର କୁକର ବୋମା ଜବତ କଲେ ଯବାନ । କଚ୍ଚାପାଲ-କୁତୁଲ ରାସ୍ତା କଡ ରୁ ଜବତ । ବୋମା କୁ ନିଷ୍କ୍ରିୟ କରି ନଷ୍ଟ କଲେ ବମ୍ବ ଡିସ୍ପୋଜାଲ ସ୍କ୍ବାଡ। ପୁର୍ବରୁ ୨୨ ଟି ପ୍ରେଶର କୁକର ବୋମା ଏହି ରାସ୍ତା ରୁ ଠାବ ହୋଇ ଥିଲା । 

ଗତ ୬ ତାରିଖରେ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ୍ ବିସ୍ଫୋରଣରେ ୮ ଯବାନ ସହିଦ ହେବା ପରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ମାଓବାଦୀଙ୍କ ସବୁ ଷଡ଼ଯନ୍ତ୍ରକୁ ପଣ୍ଡୁର କରିବା ପାଇଁ ଲାଗିଛନ୍ତି ସୁରକ୍ଷାକର୍ମୀ। ଏହାରି ଭିତରେ ୪ ଟି ପ୍ରେସର୍‌ କୁମାର ବୋମା ଜବତ କରି ନିଷ୍କ୍ରିୟ କରିଛି। ସେପଟେ ମାହାଦେବ ଘାଟରେ ଏରିଆ ଡମିନସନ୍ ବେଳେ ପ୍ରେସର କୁକର ବୋମା ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ୧୯୬ ବାଟାଲିଅନର ହେଡ କନଷ୍ଟେବଳ ରାକେଶ କୁଲୁର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।