ଛତିଶଗଡ଼ରେ ଏକାସାଙ୍ଗରେ ୨୦୦ ମାଓବାଦୀଙ୍କ ଆକ୍ରମଣ, କଡ଼ା ଜବାବ ଦେଲେ ସୁରକ୍ଷାବାହିନୀ
ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁରକ୍ଷା ବାହିନୀ ହାତରେ ପରାଜିତ ହେଉଥିବା ନକ୍ସଲମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଦୁଇ ଦିନ ତଳେ ଗୁରୁବାର ରାତିରେ ଜିଦପଲ୍ଲୀ-୨ରେ ନବନିର୍ମିତ ଶିବିର ଉପରେ ୨୦୦ ମାଓବାଦୀ ଆକ୍ରମଣ କରିଥିଲେ ମଧ୍ୟ ସଚେତନ ଯବାନମାନେ ଏହାକୁ ବିଫଳ କରିଥିଲେ। ଏହି ଘଟଣାରେ ଦୁଇ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଜିଦ୍ପଲ୍ଲୀ-୨ରେ ଦୁଇ ଦିନ ତଳେ ସୁରକ୍ଷା ଶିବିର ଖୋଲାଯାଇଛି। ଏହି ଅବସରରେ ପୁଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବ […]

ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁରକ୍ଷା ବାହିନୀ ହାତରେ ପରାଜିତ ହେଉଥିବା ନକ୍ସଲମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଦୁଇ ଦିନ ତଳେ ଗୁରୁବାର ରାତିରେ ଜିଦପଲ୍ଲୀ-୨ରେ ନବନିର୍ମିତ ଶିବିର ଉପରେ ୨୦୦ ମାଓବାଦୀ ଆକ୍ରମଣ କରିଥିଲେ ମଧ୍ୟ ସଚେତନ ଯବାନମାନେ ଏହାକୁ ବିଫଳ କରିଥିଲେ। ଏହି ଘଟଣାରେ ଦୁଇ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଜିଦ୍ପଲ୍ଲୀ-୨ରେ ଦୁଇ ଦିନ ତଳେ ସୁରକ୍ଷା ଶିବିର ଖୋଲାଯାଇଛି।
ଏହି ଅବସରରେ ପୁଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ଗୁରୁବାର ରାତିରେ ୨୦୦ ନକ୍ସଲ ଆକ୍ରମଣ କରିଥିଲେ। ମାଓବାଦୀମାନେ ବ୍ୟାରେଲ ଗ୍ରେନେଡ ଲଞ୍ଚର (ବିଜିଏଲ) ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ୪ ଘଣ୍ଟା ଧରି ଶିବିର ଉପରକୁ ଗୁଳି ଚଳାଇଥିଲେ। ପୁଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଯବାନମାନେ ନକ୍ସଲଙ୍କୁ କଡ଼ା ଜବାବ ଦେଇଥିଲେ। ଏହାପରେ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନକ୍ସଲ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରି ଏଠାରେ ୧୫ ଦିନ ମଧ୍ୟରେ ୩ଟି କ୍ୟାମ୍ପ ଖୋଲାଯାଇଛି।
ବିଜିଏଲ୍ ବିସ୍ଫୋରଣରେ ଦୁଇ ଡିଆରଜି ଯବାନ ଗଜେନ୍ଦ୍ର ସିଂହ ଓ କ୍ରିଷ୍ଣା ସାମାନ୍ୟ ଆହତ ହୋଇଛନ୍ତି। ଶିବିରରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ସୁରକ୍ଷା ବାହିନୀର ଅପରେସନ ଯୋଗୁଁ ମାଓବାଦୀମାନେ ବ୍ୟାପକ କ୍ଷତି ସହିଛନ୍ତି। ସେମାନଙ୍କ ବିରୋଧରେ ଅଭିଯାନ ବନ୍ଦ ହେବ ନାହିଁ। ନକ୍ସଲମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିବା ପାଇଁ ନିବେଦନ କରାଯାଇଛି।