ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ
ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ ସାରି ସମସ୍ତେ ଘରକୁ ଫେରିବେ । ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ସତେ ଯେମିତି ତାଙ୍କ ଖୁସିରେ କାହାର କଳା ନଜର ଲାଗିଗଲା । ଗାଡ଼ି ଭିତରେ କିଏ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ତ କିଏ ଝରକା ଫାଙ୍କରେ ଥଣ୍ଡା ପବନର ମଜା ନେଉଥିଲେ । କିନ୍ତୁ ତାଙ୍କର […] The post ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ appeared first on KNews Odisha.

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ ସାରି ସମସ୍ତେ ଘରକୁ ଫେରିବେ । ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ସତେ ଯେମିତି ତାଙ୍କ ଖୁସିରେ କାହାର କଳା ନଜର ଲାଗିଗଲା । ଗାଡ଼ି ଭିତରେ କିଏ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ତ କିଏ ଝରକା ଫାଙ୍କରେ ଥଣ୍ଡା ପବନର ମଜା ନେଉଥିଲେ । କିନ୍ତୁ ତାଙ୍କର ଏହି ମଜା ସଜ୍ଜା ପାଲଟିଗଲା । ହଠାତ୍ ଆକାଶରେ ଘୋଟିଆସିଲା କଳାବାଦଲ … ଘଡ଼ଘଡ଼ି ବିଜୁଳିରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ । ପବନ ବହିବା ସାଙ୍ଗକୁ ମୂଷଳଧାରାରେ ବର୍ଷା ହେଲା…ଆଉ କ୍ଷଣକେ ତାଙ୍କ ଖୁସି ସବୁ ଛାରଖାର କରି ଚାଲିଗଲା।
ହଁ ଆଜ୍ଞା, ଛତିଶଗଡ଼ରୁ ଧାଇଁ ଆସିଥିଲେ ପୁରୀ । କଣ ନା ଜଗା ଦର୍ଶନ କରିବୁ । ହେଲେ କୋଉଠି କେଜାଣି ଛକି ବସିଥିଲା ଯମ ଜଗା ପାଖରେ ପହଞ୍ଚିବା ପୂର୍ବରୁ ବାଟରୁ ଝାମ୍ପିନେଲା । ୩୦ ଫୁଟ ଓଭର ବ୍ରିଜ୍ ଉପରୁ ଖସିପଡ଼ିଲା ବୋଲେରୋ । ଚାହୁଁ ଚାହୁଁ ଲିଭିଗଲା ୨ ଜଣଙ୍କ ଜୀବନ ଦୀପ । ସେହି ବୋଲେରୋରେ ୧୦ ରୁ ଉର୍ଦ୍ଧ୍ୱ ଲୋକେ ଯାତ୍ରା କରୁଥିଲେ । ହେଲେ କାଳିଆ ଦର୍ଶନ କରିବା ପୂର୍ବରୁ ସିଧା ଯାଇଥିଲେ ହସ୍ପିଟାଲ । ଏଭଳି ଦୁଃଖଦ ଖବର ସମ୍ବଲପୁରରୁ ଆସିଛି ।
ସମ୍ବଲପୁର ଯୁଯୁମୁରା ନିକଟ ଝାଙ୍କରପଡା ସ୍ଥିତ ଖଏରାପଡା ନିକଟରେ ନର୍ମାଣଧିନ ପୋଲ ଉପରେ ବୋଲେରୋ ଖସିପଡ଼ିିଥିଲା l ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି l ତେବେ ସମ୍ବଲପୁର କଟକ ଜାତୀୟ ରାଜପଥରେ ଯୁଯୁମରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ହାତୀ କରିଡରେ ଅଣ୍ଡରପାସ ତିଆରି ଚାଲିଛି l ତେବେ କାମ ସରିନଥିବା ବେଳେ ସେହି ଅଣ୍ଡରପାସ ଉପରେ ଏକ ଛତିଶଗଡର ବୋଲେରୋ ଗାଡି ଭୁଲରେ ଚଢି ଯାଇଥିଲା l ଗାଡିଟିରେ ଛତିଶଗଡରୁ ପୁରୀ ଯାଉଥିଲେ ଯାତ୍ରୀମାନେ l ଫଳରେ ବ୍ରିଜ ବା ଅଣ୍ଡରପାସ ଉପରୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୧୦ ଜଣଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି l
ସେପଟେ ପୋଲିସ କହିଛି ଯେ, ଆହତ ଓ ଗୁରୁତରଙ୍କ ସମ୍ପର୍କୀୟମାନେ ଖବର ପାଇବା ପରେ ବୁର୍ଲା ମେଡିକାଲରେ ପହଞ୍ଚିଥିଲେ । ସେଠାରୁ ସମସ୍ତଙ୍କୁ ନେଇ ନିଜ ରାଜ୍ୟ ଛତିଶଗଡ଼ ମେଡିକାଲରେ ଚିକିତ୍ସା କରାଉଛନ୍ତି । କିନ୍ତୁ ଏହି ଦୁର୍ଘଟଣା ପଛର ବଡ଼ କାରଣ ହେଉଛି କାଳବୈଶାଖୀ । ଛତିଶଗଡ଼ର ଡ୍ରାଇଭର ପ୍ରଥମ କରି ସେହି ରାସ୍ତାରେ ଯାଉଥିବାରୁ ବାଟ ପାଇନଥିଲେ ଯାହା ଫଳରେ ଏହି ଦୁର୍ଘଟଣା ଘଟିଯାଇଛି ।
କୁହନ୍ତି ଭାବ ଆଉ ଭକ୍ତିରେ ବନ୍ଧା ମହାବାହୁ…କିନ୍ତୁ ଜଗା ପାଖକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଗଲା । ଲିଭିଗଲା ଦୁଇଟି ଜୀବନ ଦୀପ । ଅନେକ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । କ’ଣ ଜଗାର ଏହାହିଁ ଇଚ୍ଛା ଥିଲା ?
The post ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ appeared first on KNews Odisha.