ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…
ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡି ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକଙ୍କ ଦ୍ୱାରା ଅଧ୍ୟୟନ ଫଙ୍ଗି ଜର୍ନାଲରେ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଛତୁରେ ପ୍ରାକୃତିକ ଭାବରେ ଥିବା ବିଭିନ୍ନ ସକ୍ରିୟ ଉପାଦାନଗୁଡିକ ମଣିଷ ଶରୀରରେ ସଂକ୍ରମଣ, ପ୍ରଦାହ ଏବଂ […] The post ଛତୁ ଖାଇଲେ ହେବନି କରୋନା ସଂକ୍ରମଣ… appeared first on Dharitri Odia News.
ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡି ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକଙ୍କ ଦ୍ୱାରା ଅଧ୍ୟୟନ ଫଙ୍ଗି ଜର୍ନାଲରେ ପ୍ରକାଶ ପାଇଛି।
ବୈଜ୍ଞାନିକଙ୍କ ଅନୁଯାୟୀ, ଛତୁରେ ପ୍ରାକୃତିକ ଭାବରେ ଥିବା ବିଭିନ୍ନ ସକ୍ରିୟ ଉପାଦାନଗୁଡିକ ମଣିଷ ଶରୀରରେ ସଂକ୍ରମଣ, ପ୍ରଦାହ ଏବଂ ରକ୍ତ ଜମାଟ ବାନ୍ଧିବା ରୋକିବାରେ ସାହାଯ୍ୟ କରିଥାଏ।
କରୋନା ତଥା ଅନ୍ୟାନ୍ୟ ସଂକ୍ରମଣକୁ ନେଇ ଛତୁ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିବା ସହଜ। ଛତୁରେ ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଏବଂ ପୁଷ୍ଟିକର ଗୁଣ ରହିଛି। ବିଶେଷ କଥା ହେଉଛି ଛତୁର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ବହୁତ କମ ଅଟେ। ଏହା ବ୍ୟତୀତ ଲୋକମାନେ ଖାଦ୍ୟ ଭାବରେ ଛତୁକୁ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି।
The post ଛତୁ ଖାଇଲେ ହେବନି କରୋନା ସଂକ୍ରମଣ… appeared first on Dharitri Odia News.