ଛତୁଆ ଖାଇ ୨ ଭଉଣୀ ମୃତ, ବାପା ଓ ବଡ଼ ଭଉଣୀ ଗୁରୁତର

ମୋହନା: ଆର୍‌‌. ଉଦୟଗିରି ବ୍ଲକ ରାମଗିରି ଗାଁରେ ଅଘଟଣ। ଛତୁଆ ଖାଇବା ପରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରାଯାଇଛି। ଛତୁଆ ଖାଇବା ପରେ ଉଭୟ ଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲ୍‌‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲ୍‌‌ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛତୁଆ ଖାଇବା ପରେ ୩ ଓ ୬ ବର୍ଷର ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଓ […]

ଛତୁଆ ଖାଇ ୨ ଭଉଣୀ ମୃତ, ବାପା ଓ ବଡ଼ ଭଉଣୀ ଗୁରୁତର

ମୋହନା: ଆର୍‌‌. ଉଦୟଗିରି ବ୍ଲକ ରାମଗିରି ଗାଁରେ ଅଘଟଣ। ଛତୁଆ ଖାଇବା ପରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରାଯାଇଛି। ଛତୁଆ ଖାଇବା ପରେ ଉଭୟ ଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲ୍‌‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାମଗିରି ହସ୍ପିଟାଲ ଏବଂ ପାରଳାଖେମୁଣ୍ଡି ହସ୍ପିଟାଲ୍‌‌ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛତୁଆ ଖାଇବା ପରେ ୩ ଓ ୬ ବର୍ଷର ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଓ ବଡ଼ ଝିଅ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ବାପା ଓ ବଡ଼ ଝିଅ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।