ଛତୁଆରୁ ମିଳୁଛି ଭଲ ରୋଜଗାର, ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ
ନନ୍ଦିଘୋଷ ବ୍ୟୁରୋ: ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ। ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ର ତୁକୁଲା... The post ଛତୁଆରୁ ମିଳୁଛି ଭଲ ରୋଜଗାର, ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ appeared first on .
ନନ୍ଦିଘୋଷ ବ୍ୟୁରୋ: ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ। ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ର ତୁକୁଲା ଗାଁରେ ଜଗନ୍ନାଥ ଏସଏଚଜି ଗ୍ରୁପ ର ମହିଳା ମାନେ ଛତୁଆ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି। ୨୦୦୭ ମସିହାରେ ଏସଏଚଜି ଗ୍ରୁପର ୧୦ଜଣ ମହିଳା ମିଶି କାମ ଆରମ୍ଭ କରିଥିଲେ। ଏବେ ମାସକୁ ହେଉଛି ଭଲ ରୋଜଗାର।
ସମୟ ଥିଲା ଘର ପାଇଁ ରୋଜଗାର କରୁଥିଲେ ବାପା ଭାଇ ଓ ସ୍ୱାମୀ। ଆଉ ମହିଳା କେବଳ ଗୃହ କାର୍ଯ୍ୟ। ଏବେ କିନ୍ତୁ ସମୟ ବଦଳିଛି। ମହିଳା ମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରି ରୋଜଗାରର ବାଟ ଦେଖାଇଛି ମିଶନ ଶକ୍ତି। ପ୍ରତି ଗାଁରେ ମହିଳା ଘରୁ ଗୋଡ କାଢି ଏସଏସଜି ଗ୍ରୁପ ମାଧ୍ୟମରେ ସରକାରଙ୍କ ଠାରୁ ଆର୍ଥିକ ସହଯୋଗ ଆରମ୍ଭ କରୁଛନ୍ତି ବ୍ଯବସାୟ। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ର ତୁକୁଲା ଗାଁରେ ଜଗନ୍ନାଥ ଏସଏଚଜି ଗ୍ରୁପ ର ମହିଳା ମାନେ ଛତୁଆ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି।
ମକା, ବାଦାମ, ବୁଟ ଆଦିରୁ ତିଆପି ହେଉଛି ଛତୁଆ। ପ୍ରୋଟିନ,ଫାଇବର ,କ୍ୟାଲସିୟମ, ଭଳି ପୋଷକତତ୍ତ୍ବରେ ଭରପୁର ଛତୁଆ ଘରେ ଘରେ ପ୍ରିୟ। ୨୦୦୭ ମସିହାରେ ଏସଏଚଜି ଗ୍ରୁପର ୧୦ଜଣ ମହିଳା କାମ ଆରମ୍ଭ କରିଥିଲେ। ପ୍ରଥମେ ୫୦ହଜାର ଟଙ୍କା ଲୋନ ଆଣି ଛତୁଆ ପ୍ରସ୍ତୁତ କଲେ। ଛତୁଆ ପ୍ରସ୍ତୁତ କରିବା ସହ ସଫା ସୁତରା ପରିବେଶରେ ଏହାର ପ୍ଯାକିଂ ହେଉଛି। ଛତୁଆକୁ ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ଛତୁଆ ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳା। ସରକାରୀ ସହଯୋଗ ପାଇବା ପରେ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା। ଏନେଇ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ଯବାଦ।
The post ଛତୁଆରୁ ମିଳୁଛି ଭଲ ରୋଜଗାର, ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ appeared first on .