ଛତ୍ରପୁରରେ ପାଳନ ହେଲା ପୋଲିସ ପ୍ରତିଷ୍ଠା ଦିବସ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେଲେ ୫ଜଣ

ଛତ୍ରପୁର ୦୧।୦୪  : ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଛତ୍ରପୁରରେ ମଧ୍ୟ ପାଳନ ହୋଇଛି ପୋଲିସ ପ୍ରତିଷ୍ଠା ଦିବସ । ସମାରୋହରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୫ଜଣଙ୍କୁ ପୁରସ୍କୃତ କରାଯାଇଛି । ସବ୍‌ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନଷ୍ଟେବଳ ଟୁନା ମଲ୍ଲିକ ଓ କନଷ୍ଟେବଳ ଦିଲ୍ଲୀପ କୁମାର ବେହେରା ହୋଇଛନ୍ତି ସମ୍ମାନିତ । ଗଞ୍ଜାମ ପୋଲିସ ଜିଲ୍ଲା ଏସପି ସୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଆଉ କହିଥିଲେ ଆଜିର ଦିବସ ଓଡିଶା ପୁଲିସ ପାଇଁ ଗର୍ବ ଓ ଗୌରବର ଦିବସ । ଜନସାଧାରଣଙ୍କ ସେବା ମନଭାବ ନେଇ ନିଜକୁ ଉତ୍ସର୍ଗ କରିବା । ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍‌ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ପୁଲିସ ବାହିନୀକୁ ଉଦ୍‌ବୋଧନ ଦେଇଥିଲେ । ସେ ଆହୁରି କହିଥିଲେ କି ଏବେ ପୋଲିସର ଦାୟିତ୍ୱ ଦିନକୁ ଦିନ ବଢୁଛି ।  ପୋଲିସ ସବୁ ଚ୍ୟାଲେଞ୍ଜକୁ ସଫଳତା ସହ ମୁକାବିଲା କରୁଛି । ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୋଲିସ କାର୍ଯ୍ୟକାରୀ କରି ଆସୁଛି । ପୋଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଏକ ଗୁରୁତ୍ୱପୂର୍

ଛତ୍ରପୁରରେ ପାଳନ ହେଲା ପୋଲିସ ପ୍ରତିଷ୍ଠା ଦିବସ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେଲେ ୫ଜଣ

ଛତ୍ରପୁର ୦୧।୦୪  : ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଛତ୍ରପୁରରେ ମଧ୍ୟ ପାଳନ ହୋଇଛି ପୋଲିସ ପ୍ରତିଷ୍ଠା ଦିବସ । ସମାରୋହରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୫ଜଣଙ୍କୁ ପୁରସ୍କୃତ କରାଯାଇଛି । ସବ୍‌ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନଷ୍ଟେବଳ ଟୁନା ମଲ୍ଲିକ ଓ କନଷ୍ଟେବଳ ଦିଲ୍ଲୀପ କୁମାର ବେହେରା ହୋଇଛନ୍ତି ସମ୍ମାନିତ । 

ଗଞ୍ଜାମ ପୋଲିସ ଜିଲ୍ଲା ଏସପି ସୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଆଉ କହିଥିଲେ ଆଜିର ଦିବସ ଓଡିଶା ପୁଲିସ ପାଇଁ ଗର୍ବ ଓ ଗୌରବର ଦିବସ । ଜନସାଧାରଣଙ୍କ ସେବା ମନଭାବ ନେଇ ନିଜକୁ ଉତ୍ସର୍ଗ କରିବା । ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍‌ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ପୁଲିସ ବାହିନୀକୁ ଉଦ୍‌ବୋଧନ ଦେଇଥିଲେ । 

ସେ ଆହୁରି କହିଥିଲେ କି ଏବେ ପୋଲିସର ଦାୟିତ୍ୱ ଦିନକୁ ଦିନ ବଢୁଛି ।  ପୋଲିସ ସବୁ ଚ୍ୟାଲେଞ୍ଜକୁ ସଫଳତା ସହ ମୁକାବିଲା କରୁଛି । ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୋଲିସ କାର୍ଯ୍ୟକାରୀ କରି ଆସୁଛି । ପୋଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା । ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରୁଛି ପୋଲିସ । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ । 

୧୯୩୬ ମସିହାରୁ ଏହି ଦିବସ ପାଳନ କରାଯାଉଅଛି । ଏହି ଅବସରରେ ଏସପି ଶ୍ରୀ ପାତ୍ର ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ସମାରୋହରେ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ସରଜେଣ୍ଟ ବିକାଶ କୁମାର ସେନାପତି ସହଯୋଗ କରିଥିଲେ ।