ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…

ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦମ୍ପତିଙ୍କ ସ୍ମାଇଲ କରୁଥିବା ଫଟୋ ସହିତ ତାଙ୍କ ପତ୍ନୀଙ୍କ ପାଇଁ ସ୍ନେହପୂର୍ଣ୍ଣ ଶବ୍ଦ ଲେଖିଥିଲେ ଏବଂ ଭାଲେଣ୍ଟାଇନ୍ସ ଡେରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାରାକ ଓବାମା […] The post ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ… appeared first on Dharitri Odia News.

ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…

ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦମ୍ପତିଙ୍କ ସ୍ମାଇଲ କରୁଥିବା ଫଟୋ ସହିତ ତାଙ୍କ ପତ୍ନୀଙ୍କ ପାଇଁ ସ୍ନେହପୂର୍ଣ୍ଣ ଶବ୍ଦ ଲେଖିଥିଲେ ଏବଂ ଭାଲେଣ୍ଟାଇନ୍ସ ଡେରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାରାକ ଓବାମା ଏକ୍ସରେ ଲେଖିଛନ୍ତି, ଆମେ ୩୨ ବର୍ଷ ଧରି ଏକାଠି ରହିଛୁ ଏବଂ ତୁମକୁ ଦେଖି ଆଜିବି ମୋର ନିଃଶ୍ୱାସ ଅଯକି ଯାଏ। ହାପି ଭାଲେଣ୍ଟାଇନ୍ସ ଡେ’ ମିସେଲ ଓବାମା!

ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ ତାଙ୍କ ଭାଲେଣ୍ଟାଇନ୍ସ ଡେ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମିସେଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମାନ ସେଲଫି ପୋଷ୍ଟ କରିଥିଲେ। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାକୁ ମୁଁ ବିଶ୍ୱାସ କରିପାରିବି, ଯାହାଙ୍କ ଉପରେ ଭରସା କରିପାରିବି ସେ ହେଉଛନ୍ତି ବାରାକ ଓବାମା, ତୁମେ ମୋର ସାହସ। ସର୍ବଦା ଥିଲା ଏବଂ ସର୍ବଦା ରହିବ। ହାପି ଭାଲେଣ୍ଟାଇନ୍ସ ଡେ ହନି!’
ମିସେଲ ଓବାମା ମଧ୍ୟ ତାଙ୍କ ପୋଷ୍ଟର ଶେଷରେ ଏକ ଲାଲ ହାର୍ଟ ଇମୋଜି ଯୋଡିଥିଲେ।
ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିସେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ହେବାର ଗୁଜବ ବୃଦ୍ଧି ପାଇଲା ଯେତେବେଳେ ପୂର୍ବତନ ଫାଷ୍ଟ ଲେଡି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ। ଏହା ବ୍ୟତୀତ ସେ ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ।

 

The post ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ… appeared first on Dharitri Odia News.