ଛାଡପତ୍ର ନେଲେ ଧନଶ୍ରୀ; ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ସୁରଭି, ଜାଣନ୍ତୁ ପୂରା କାରଣ..
ମୁମ୍ଵାଇ ୨୫।୦୩; ଭାରତୀୟ କ୍ରିକେଟ ଦଳର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ଦୁହେଁ ଅଲଗା ହୋଇ ନିଜର ସମସ୍ତ ସମ୍ପର୍କକୁ ଶେଷ କରିଛନ୍ତି। ୪.୭୫ କୋଟି ଟଙ୍କାର ଭରଣପୋଷଣ ଚହଲ ଧନଶ୍ରୀଙ୍କୁ ଦେଇଛନ୍ତି । ତଥାପି ଉଭୟଙ୍କ ବିଷୟରେ ଆଲୋଚନା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ତେବେ ଏହି ଛାଡ଼ପତ୍ର ପରେ ୟୁଜର୍ସମାନେ ଧନଶ୍ରୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ଏକ ଭୁଲ୍ ବୁଝାମଣା ପାଇଁ ଟ୍ରୋଲର ଶିକାର ହେବା ସହ ଗାଳି ଶୁଣିବାକୁ ପଡ଼ିଛି ଅନ୍ୟଜଣେ ଅଭିନେତ୍ରୀଙ୍କୁ। View this post on InstagramA post shared by Surbhi Chandna (@officialsurbhic)ଟେଲି ଅଭିନେତ୍ରୀ ସୁରଭି ଚାନ୍ଦନା ଧନଶ୍ରୀଙ୍କ ଭଳି ଦେଖାଯାଆନ୍ତି । ଯେଉଁ କାରଣରୁ ୟୁଜର୍ସମାନେ ତାଙ୍କୁ ଧନଶ୍ରୀ ଭାବି ତାଙ୍କ ପୋଷ୍ଟରେ କମେଣ୍ଟ କରି ଗାଳି କରୁଛନ୍ତି । ନିକଟରେ ସୁରଭି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। କିନ୍ତୁ ଧନଶ୍ରୀ ଏବଂ ୟୁଜି ଛାଡପତ୍ର ପରେ ବର୍ତ୍ତମାନ ସୁରଭିଙ୍କୁ ଟ୍ରୋଲ ଦ୍ୱାରା ଟାର୍ଗେଟ କରାଯାଇଛି। ଜଣେ ୟୁଜର୍ସ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ତୁମେ ଚହଲ ଭାଇଙ୍କ ହୃଦୟ ଭାଙ୍ଗିଲ । କାହିଁକି ଏମିତି କଲ ? ଏଭଳି ଅନେକ ୟୁଜର୍ସ ଗାଳି କରୁଥିବା ନେଇ ସେ କହିଛନ୍ତି।ତେବେ ଅନେକ ୟୁଜର୍ସଙ୍କ କମେଣ୍ଟରେ ଉତ୍ତର ଦେଇ ସୁରଭି କହିଛନ୍ତି କି, ମୁଁ ଧନଶ୍ରୀ ନ
ମୁମ୍ଵାଇ ୨୫।୦୩; ଭାରତୀୟ କ୍ରିକେଟ ଦଳର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ଦୁହେଁ ଅଲଗା ହୋଇ ନିଜର ସମସ୍ତ ସମ୍ପର୍କକୁ ଶେଷ କରିଛନ୍ତି। ୪.୭୫ କୋଟି ଟଙ୍କାର ଭରଣପୋଷଣ ଚହଲ ଧନଶ୍ରୀଙ୍କୁ ଦେଇଛନ୍ତି । ତଥାପି ଉଭୟଙ୍କ ବିଷୟରେ ଆଲୋଚନା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ତେବେ ଏହି ଛାଡ଼ପତ୍ର ପରେ ୟୁଜର୍ସମାନେ ଧନଶ୍ରୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ଏକ ଭୁଲ୍ ବୁଝାମଣା ପାଇଁ ଟ୍ରୋଲର ଶିକାର ହେବା ସହ ଗାଳି ଶୁଣିବାକୁ ପଡ଼ିଛି ଅନ୍ୟଜଣେ ଅଭିନେତ୍ରୀଙ୍କୁ।
ଟେଲି ଅଭିନେତ୍ରୀ ସୁରଭି ଚାନ୍ଦନା ଧନଶ୍ରୀଙ୍କ ଭଳି ଦେଖାଯାଆନ୍ତି । ଯେଉଁ କାରଣରୁ ୟୁଜର୍ସମାନେ ତାଙ୍କୁ ଧନଶ୍ରୀ ଭାବି ତାଙ୍କ ପୋଷ୍ଟରେ କମେଣ୍ଟ କରି ଗାଳି କରୁଛନ୍ତି । ନିକଟରେ ସୁରଭି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। କିନ୍ତୁ ଧନଶ୍ରୀ ଏବଂ ୟୁଜି ଛାଡପତ୍ର ପରେ ବର୍ତ୍ତମାନ ସୁରଭିଙ୍କୁ ଟ୍ରୋଲ ଦ୍ୱାରା ଟାର୍ଗେଟ କରାଯାଇଛି। ଜଣେ ୟୁଜର୍ସ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ତୁମେ ଚହଲ ଭାଇଙ୍କ ହୃଦୟ ଭାଙ୍ଗିଲ । କାହିଁକି ଏମିତି କଲ ? ଏଭଳି ଅନେକ ୟୁଜର୍ସ ଗାଳି କରୁଥିବା ନେଇ ସେ କହିଛନ୍ତି।
ତେବେ ଅନେକ ୟୁଜର୍ସଙ୍କ କମେଣ୍ଟରେ ଉତ୍ତର ଦେଇ ସୁରଭି କହିଛନ୍ତି କି, ମୁଁ ଧନଶ୍ରୀ ନୁହେଁ ସୁରଭି। ଏନେଇ କିଛି ୟୁଜର୍ସ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ଯଦି ଆମେ ସୁରଭିଙ୍କ କଥା କହିବା ତାହେଲେ ସେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ଭୁଲ୍ ବୁଝାମଣା ପାଇଁ ତାଙ୍କୁ ୟୁଜର୍ସମାନେ ବିଭିନ୍ନ ଖରାପ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।