ଛାଡପତ୍ର ପରେ ପୁଣି ବର ସାଜିବେ ନାଗା, ଶୋଭିତାଙ୍କ ସହ କରିବେ ନିର୍ବନ୍ଧ
ମୁମ୍ଵାଇ ୦୮।୦୮: ସାଉଥ ଅଭିନେତା ନାଗା ଚୈତନ୍ୟ । ଛାଡପତ୍ର ପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ଦୀର୍ଘଦିନ ଧରି ତାଙ୍କ ନାମ ଶୋଭିତା ଧୂଲିପାଲାଙ୍କ ସହ ଯୋଡା ଯାଇଥିଲା । କୁହାଯାଉଥିଲା କି ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି। ପୂର୍ବରୁ ଦୁହିଁଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସେମାନ ଅଫିସିଆଲ ଭାବେ ଘୋଷଣା କରିନାହାଁନ୍ତି । ଏବେ ଖବର ଆସିଛି କି ନାଗା ଏବଂ ଶୋଭିତା ଏବେ ସେମାନଙ୍କ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁଣିବାକୁ ମିଳିଛି ଏହି ଲଭବାର୍ଡ ଆଜି ନିର୍ବନ୍ଧ କରିବାକୁ ଯାଉଛନ୍ତି। ବର୍ତ୍ତମାନ ନିର୍ବନ୍ଧ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି। ନାଗା ଚୈତନ୍ୟ-ଶୋଭିତା ଧୁଲିପାଲା ଆଜି ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କେବଳ ପରିବାର ଲୋକ ଉପସ୍ଥିତ ରହିଵେ । ଫ୍ୟାନ୍ସମାନେ ବର୍ତ୍ତମାନ ନିର୍ବନ୍ଧର ଅଫିସିଆଲ ଆନାଉନ୍ସମେଣ୍ଟକୁ ଅପେକ୍ଷା କରିଛନ୍ତି। ନାଗାର୍ଜୁନ ତାଙ୍କ ପୁଅର ବିବାହ ନୋଟ ଛାଡ଼ିବାକୁ ଯୋଜନା କରୁଛନ୍ତି। ନିକଟରେ ନାଗା ଏବଂ ଶୋଭିତା ଛୁଟି କାଟିବା ପାଇଁ ୟୁରୋପ ଯାଇଥିଲେ। ଯେଉଁଠାରୁ ଉଭୟଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ପରେ, ସେମାନଙ୍କ ସମ୍ପର୍କ ବିଷୟରେ ଅଧିକ ଖବର ଆସିବାକୁ ଲାଗିଲା। କହିବାକୁ ଗଲେ ସାମନ୍ଥା ଓ ନାଗା ୨୦୧୭ରେ ବିବା
ମୁମ୍ଵାଇ ୦୮।୦୮: ସାଉଥ ଅଭିନେତା ନାଗା ଚୈତନ୍ୟ । ଛାଡପତ୍ର ପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ଦୀର୍ଘଦିନ ଧରି ତାଙ୍କ ନାମ ଶୋଭିତା ଧୂଲିପାଲାଙ୍କ ସହ ଯୋଡା ଯାଇଥିଲା । କୁହାଯାଉଥିଲା କି ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି। ପୂର୍ବରୁ ଦୁହିଁଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସେମାନ ଅଫିସିଆଲ ଭାବେ ଘୋଷଣା କରିନାହାଁନ୍ତି । ଏବେ ଖବର ଆସିଛି କି ନାଗା ଏବଂ ଶୋଭିତା ଏବେ ସେମାନଙ୍କ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁଣିବାକୁ ମିଳିଛି ଏହି ଲଭବାର୍ଡ ଆଜି ନିର୍ବନ୍ଧ କରିବାକୁ ଯାଉଛନ୍ତି। ବର୍ତ୍ତମାନ ନିର୍ବନ୍ଧ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି।

ନାଗା ଚୈତନ୍ୟ-ଶୋଭିତା ଧୁଲିପାଲା ଆଜି ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏହି ଫଙ୍କସନ ନାଗାଙ୍କ ଘରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ କେବଳ ପରିବାର ଲୋକ ଉପସ୍ଥିତ ରହିଵେ । ଫ୍ୟାନ୍ସମାନେ ବର୍ତ୍ତମାନ ନିର୍ବନ୍ଧର ଅଫିସିଆଲ ଆନାଉନ୍ସମେଣ୍ଟକୁ ଅପେକ୍ଷା କରିଛନ୍ତି। ନାଗାର୍ଜୁନ ତାଙ୍କ ପୁଅର ବିବାହ ନୋଟ ଛାଡ଼ିବାକୁ ଯୋଜନା କରୁଛନ୍ତି।
ନିକଟରେ ନାଗା ଏବଂ ଶୋଭିତା ଛୁଟି କାଟିବା ପାଇଁ ୟୁରୋପ ଯାଇଥିଲେ। ଯେଉଁଠାରୁ ଉଭୟଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ପରେ, ସେମାନଙ୍କ ସମ୍ପର୍କ ବିଷୟରେ ଅଧିକ ଖବର ଆସିବାକୁ ଲାଗିଲା। କହିବାକୁ ଗଲେ ସାମନ୍ଥା ଓ ନାଗା ୨୦୧୭ରେ ବିବାହ କରିଥିଲେ । ୨୦୨୧ରେ, ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଛାଡପତ୍ର ଘୋଷଣା କରାଯାଇଥିଲା।