ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ ଶ୍ରମିକ ମୃତ

ଆସିକା,୩।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମରେ ଅଘଟଣ ଘଟିଛି। ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଲୁହା ରଡ ମାଟି ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକ ହେଲେ ଭେଟନଈ ଗ୍ରାମର ନିରଞ୍ଜନ ମହାନ୍ତି ଓ ବାଲିମାଳା ଗ୍ରାମର ଖାଦାଳ ସେଠୀ। ଉଭୟ କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧୀନ ଘରୁ ଛାତର ସେଣ୍ଟ୍ରିଙ୍ଗ ବାହାର କରିବା ସମୟରେ ସେମାନଙ୍କ ଉପରେ ଲୁହାରଡ, ମାଟି […] The post ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ ଶ୍ରମିକ ମୃତ appeared first on Dharitri Odia News.

ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ ଶ୍ରମିକ ମୃତ

ଆସିକା,୩।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମରେ ଅଘଟଣ ଘଟିଛି। ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଲୁହା ରଡ ମାଟି ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକ ହେଲେ ଭେଟନଈ ଗ୍ରାମର ନିରଞ୍ଜନ ମହାନ୍ତି ଓ ବାଲିମାଳା ଗ୍ରାମର ଖାଦାଳ ସେଠୀ।
ଉଭୟ କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧୀନ ଘରୁ ଛାତର ସେଣ୍ଟ୍ରିଙ୍ଗ ବାହାର କରିବା ସମୟରେ ସେମାନଙ୍କ ଉପରେ ଲୁହାରଡ, ମାଟି ଓ ଅନ୍ୟାନ୍ୟ ଜିନିଷ ଉପରେ ପଡ଼ିଯାଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

The post ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ବେଳେ ଅଘଟଣ: ୨ ଶ୍ରମିକ ମୃତ appeared first on Dharitri Odia News.