ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ

ଇଂଲଣ୍ଡର ନଟିଂହାମଶାୟାରରେ ଦୁଇଟି କାର ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ରାତି ୧୧ଟା ସମୟରେ ଟୋଲରଟନର କୋଟଗ୍ରେଭ ରୋଡରେ ଏକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଜଣେ ୨୩ ବର୍ଷୀୟ ଡ୍ରାଇଭର ସମେତ ଦୁଇ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଯାତ୍ରୀଙ୍କ ବୟସ ୧୯ ଏବଂ ୨୧ ବର୍ଷ ବୋଲି ଜଣାପଡ଼ିଛି । ନଟିଂହାମଶାୟାର ପୋଲିସ କହିଛି ମୁହାଁମୁହିଁ ହୋଇଥିବା କାରରେ ବସିଥିବା ୨୬ ବର୍ଷୀୟ ଡ୍ରାଇଭରଙ୍କ ଅସାବଧାନତା […] The post ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ appeared first on KNews Odisha.

ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ
car crash

ଇଂଲଣ୍ଡର ନଟିଂହାମଶାୟାରରେ ଦୁଇଟି କାର ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ରାତି ୧୧ଟା ସମୟରେ ଟୋଲରଟନର କୋଟଗ୍ରେଭ ରୋଡରେ ଏକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଜଣେ ୨୩ ବର୍ଷୀୟ ଡ୍ରାଇଭର ସମେତ ଦୁଇ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଯାତ୍ରୀଙ୍କ ବୟସ ୧୯ ଏବଂ ୨୧ ବର୍ଷ ବୋଲି ଜଣାପଡ଼ିଛି ।

ନଟିଂହାମଶାୟାର ପୋଲିସ କହିଛି ମୁହାଁମୁହିଁ ହୋଇଥିବା କାରରେ ବସିଥିବା ୨୬ ବର୍ଷୀୟ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି । ବେପରୁଆ ଗାଡ଼ି ଚାଳନାରେ ମୃତ୍ୟୁ ଘଟାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୁର୍ଘଟଣା ତଦନ୍ତ କାର୍ଯ୍ୟ ଜାରି ରହିଛି ଏବଂ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ A606 ରୁ ଟୋଲରଟନ୍ ଲେନ୍ ପର୍ଯ୍ୟନ୍ତ କୋଟଗ୍ରେଭ୍ ରୋଡ୍ ବନ୍ଦ କରିଦିଆଯାଇଛି ।

ସିରିୟସ୍ କୋଲିଜନ୍ ଇନଭେଷ୍ଟିଗେସନ୍ ୟୁନିଟର ସାର୍ଜେଣ୍ଟ ମାର୍କ ବେକର କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି । ସେ କହିଛନ୍ତି: ‘‘ଏହି ଘଟଣାରେ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଦୁଃଖଦାୟକ ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏଥି ସହ ପୀଡିତଙ୍କ ସମ୍ପର୍କୀୟମାନଙ୍କୁ ସୂଚନା ଦିଆଯାଇଛି ଏବଂ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଧିକାରୀମାନେ ସେମାନଙ୍କୁ ସମର୍ଥନ କରିବେ । ଗୁରୁବାର ଦିନ ୱେଷ୍ଟ ବ୍ରିଜଫୋର୍ଡ, ଲଣ୍ଡନ ରୋଡ୍ ଏବଂ ହାଇଫିଲ୍ଡସ୍ ଅଗ୍ନିଶମ କେନ୍ଦ୍ରରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା ।

The post ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ appeared first on KNews Odisha.