ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ
ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସିଙ୍ଗଲ୍ ଓ୍ବିଣ୍ଡୋଜ୍ ପୋର୍ଟାଲ ‘ଶିକ୍ଷାଜ୍ୟୋତି’ ଛାତ୍ର ଓ ଶିକ୍ଷକଙ୍କ ଭାବବିନିମୟରେ ସହାୟକ ହେବ। ଗତ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲର ଉଦ୍ଘାଟନ କରିଥିବାବେଳେ ବର୍ତ୍ତମାନ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ପୋର୍ଟାଲର ଉପଯୋଗ କରି ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟିତ୍ରୀଶିକ୍ଷକ ଯୋଡ଼ିହେବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍ ଆୟର୍ […] The post ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ appeared first on Dharitri Odia News.
ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସିଙ୍ଗଲ୍ ଓ୍ବିଣ୍ଡୋଜ୍ ପୋର୍ଟାଲ ‘ଶିକ୍ଷାଜ୍ୟୋତି’ ଛାତ୍ର ଓ ଶିକ୍ଷକଙ୍କ ଭାବବିନିମୟରେ ସହାୟକ ହେବ। ଗତ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପୋର୍ଟାଲର ଉଦ୍ଘାଟନ କରିଥିବାବେଳେ ବର୍ତ୍ତମାନ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ପୋର୍ଟାଲର ଉପଯୋଗ କରି ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟିତ୍ରୀଶିକ୍ଷକ ଯୋଡ଼ିହେବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍ ଆୟର୍ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ପାଠ୍ୟକ୍ରମ ଓ ବିଷୟବସ୍ତୁ ଆଧାରରେ ପ୍ରଶ୍ନ ପଚାରିବେ। ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବିସ୍ତୃତ ଭାବେ ପ୍ରଶ୍ନଗୁଡ଼ିକର ଉତ୍ତର ରଖିବାକୁ ହେବ। ଭଲଭାବରେ ବୁଝିବା ପାଇଁ ଆବଶ୍ୟକ ସ୍ଥଳେ ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଭିଡିଓ, ଫଟୋ କିମ୍ବା ଲେଖା ଯୋଡ଼ିପାରିବେ। ସେହିପରି ଭିଡିଓ ଲର୍ନିଂ ଜରିଆରେ ଛାତ୍ରୀଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭିଡିଓ ମାଧ୍ୟମରେ ମଧ୍ୟ ରଖାଯାଇପାରିବ। ସେହିପରି ପାଠ୍ୟକ୍ରମ ଆଧାରିତ ନୋଟ୍ ପିଡିଏଫ୍ ମାଧ୍ୟମରେ ଡାଉନ୍ଲୋଡ୍ କରିବାର ସୁବିଧା ମଧ୍ୟ ରହିବ। ଅନ୍ୟପଟେ ବିଭିନ୍ନ ଶିକ୍ଷଣ ବିଷୟବସ୍ତୁ ପରେ ସାଧାରଣ ଆଲୋଚନାର ମଧ୍ୟ ଆୟୋଜନ କରାଯାଇପାରିବ। https://sikhyajyoti.odisha.gov.inରେ ଲଗଇନ୍ କରି ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଏହି ପୋର୍ଟାଲ ବ୍ୟବହାର କରିପାରିବେ। ଶିକ୍ଷୟିତ୍ରୀଶିକ୍ଷକ ମୋବାଇଲ ନମ୍ବର ବ୍ୟବହାର କରି ଓଟିପି ଦେବା ପରେ ଲଗ୍ଇନ୍ କରିପାରିବେ। ସେହିପରି ଛାତ୍ରୀଛାତ୍ର ସାମସ ସିଏଫ୍ କ୍ରମିକ ସଂଖ୍ୟାକୁ ଲଗଇନ୍ରେ ବ୍ୟବହାର କରିବେ। ଡିଫଲ୍ଟ ପାସ୍ଓ୍ବାର୍ଡ ୧୨୩୪୫୬ ରହିବାକୁ ଥିବାବେଳେ ପ୍ରଥମ ଲଗଇନ୍ ସମୟରେ ଛାତ୍ରୀଛାତ୍ର ସେମାନଙ୍କ ପାସ୍ଓ୍ବାର୍ଡ ସେଟ୍ କରିବାକୁ ପଡ଼ିବ।
The post ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ appeared first on Dharitri Odia News.