ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ
ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ […] The post ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ appeared first on Dharitri Odia News.
ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ସୋମବାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ସମସ୍ତ କଲେଜରେ ଛାତ୍ର ବିଜେଡି କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଯୁବଛାତ୍ର ବିଜେଡି କର୍ମକର୍ତ୍ତା ପରିଶ୍ରମ କରିବା ଆବଶ୍ୟକ ବୋଲି କହିଥିଲେ। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସମୟରେ ତାଙ୍କର ଜନହିତକର ଯୋଜନା ଓ ସରକାର ପରିଚାଳନାକୁ ରାଜ୍ୟବାସୀ ଭୁଲିପାରିନାହାନ୍ତି। ଏଣୁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଏକ ଉନ୍ନତ ଓଡ଼ିଶା ଗଠନ ପାଇଁ ଛାତ୍ରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ତ୍ରିପାଠୀ କହିଥିଲେ।
ଗତ ନିର୍ବାଚନରେ ଭାଜପାର ଭୋଟ ହାର ୪୦.୦୭% ଥିବା ବେଳେ ବିଜେଡିର ୪୦.୨୨% ରହିଥିବା ନେଇ ଚାନ୍ଦବାଲି ବିଧାୟକ ରାୟ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ ରାମ, ରାଜ୍ୟ ଛାତ୍ର ବିଜେଡିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ଜିଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଏସ୍ସି ସେଲ୍ ସଭାପତି ପ୍ରଶାନ୍ତ ନାଏକ, ରାଜ୍ୟ ଛାତ୍ର ବିଜେଡି ନେତା ପ୍ରଦୋଷ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ। କଲମପୁର ବ୍ଲକ୍ ଯୁବ ବିଜେଡି ସଭାପତି ମନୋଜ ନାଏକ ଧନ୍ୟବାଦ ଦେଇଥିଲେ।
The post ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ appeared first on Dharitri Odia News.